Posted inଜାତୀୟ

କରୁର ଦଳାଚକଟା ମାମଲା: ଅଭିନେତା ବିଜୟଙ୍କୁ ୬ ଘଣ୍ଟା ଜେରା କଲା ସିବିଆଇ

ନୂଆଦିଲ୍ଲୀ,୧୨ା୧: ତାମିଲ ସୁପରଷ୍ଟାର ତଥା TVK ମୁଖ୍ୟ ବିଜୟ ସୋମବାର ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର ହୋଇଥିଲେ। କରୁର ଦଳାଚକଟା ଘଟଣାରେ ତାଙ୍କର ଏବଂ ତାଙ୍କ ଦଳର ଭୂମିକାକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। ତେବେ ପଚରାଉଚରା ସମୟରେ ବିଜୟ ଏହି ଦୁର୍ଘଟଣା ପାଇଁ ତାଙ୍କ ଦଳ କିମ୍ବା କୌଣସି କର୍ମକର୍ତ୍ତା ଦାୟୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଜେରା ସମୟରେ ବିଜୟ ତସିବିଆଇ’କୁ ଜଣାଇଛନ୍ତି ଯେ, ଏହି ଦୁଃଖଦ ଘଟଣା ପାଇଁ ତାଙ୍କ ଦଳ TVK ଦାୟୀ ନୁହେଁ। ସେ କହିଛନ୍ତି ଯେ, ”ସେଠାରେ ଅତ୍ୟଧିକ ଭିଡ଼ ଦେଖି ଏବଂ ତାଙ୍କ ଉପସ୍ଥିତି ଯୋଗୁଁ ଅଧିକ ବିଶୃଙ୍ଖଳା ସୃଷ୍ଟି ହୋଇପାରେ ବୋଲି ଅନୁଭବ କରି ସେ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ।”

ସିବିଆଇ ଏବେ ବିଜୟଙ୍କ ବୟାନକୁ ପୂର୍ବରୁ ପଚରାଉଚରା କରାଯାଇଥିବା ଦଳୀୟ କର୍ମକର୍ତ୍ତା ଓ ପୋଲିସ ଅଧିକାରୀଙ୍କ ବୟାନ ସହ ମିଳାଇ ଦେଖିବ। ପୋଲିସର ଅଭିଯୋଗ ଅନୁସାରେ, ବିଜୟ କାର୍ଯ୍ୟକ୍ରମକୁ ଆସିବାରେ ବିଳମ୍ବ କରିବା ଯୋଗୁଁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବିଜୟଙ୍କୁ ମଙ୍ଗଳବାର ପଚରାଉଚରା ପାଇଁ ଡକାଯାଇ ନାହିଁ। କିନ୍ତୁ ପୋଙ୍ଗଲ ପର୍ବ ପରେ ତାଙ୍କୁ ପୁଣି ଥରେ ହାଜର ହେବାକୁ ସମନ ଜାରି କରାଯାଇପାରେ।

୨୦୨୫ ସେପ୍ଟେମ୍ବର ୨୭ରେ କରୁରଠାରେ ବିଜୟଙ୍କ ଏକ ରାଜନୈତିକ ସଭା ଚାଲିଥିବା ବେଳେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା। ଏଥିରେ ୪୧ ଜଣ ପ୍ରାଣ ହରାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛି। ଦୁର୍ଘଟଣା ପରେ ବିଜୟ ମୃତକଙ୍କ ପରିବାର ପାଇଁ ୨୦ ଲକ୍ଷ ଏବଂ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?