Categories: ଜାତୀୟ

ନିରା ରାଡିଆଙ୍କୁ ସିବିଆଇର କ୍ଲିନ୍‌ ଚିଟ୍‌, ସୁପ୍ରିମ୍‌କୋର୍ଟଙ୍କୁ କଲେ ସୂଚିତ…

ନୂଆଦିଲ୍ଲୀ, ୨୧।୯ : ଟ୍ୟାପିଂ ମାମଲାରେ ସିବିଆଇ କର୍ପୋରେଟ ନିରା ରାଡିଆଙ୍କୁ କ୍ଲିନ ଚିଟ ଦେଇଛି। ପୂର୍ବତନ କର୍ପୋରେଟ ନିରାଙ୍କ ବିରୋଧରେ ରାଜନେତା, ଆଇନଜୀବୀ, ସାମ୍ବାଦିକ ଏବଂ ଶିଳ୍ପପତିଙ୍କ ମଧ୍ୟରେ ବାର୍ତ୍ତାଳାପର ଟେପ୍‌ର ବିଷୟବସ୍ତୁ ଯାଞ୍ଚ କରିବାରେ କୌଣସି ଆପତ୍ତିଜନକ ପ୍ରମାଣ ପାଇ ନାହିଁ ବୋଲି ସିବିଆଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି।

ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ୮ ହଜାର ପୃଥକ ଟ୍ୟାପ ବାର୍ତ୍ତାଳାପ ସହ ଜଡିତ ଏକ ମାମଲାରେ କର୍ପୋରେଟ ନିରାଙ୍କୁ ଏକ କ୍ଲିନ୍‌ ଚିଟ୍‌ ଦେଇଛି। ସିବିଆଇ କହିଛି ଏହା ସହ ଜଡିତ ୧୪ ଟି ମାମଲାରେ ପ୍ରାଥମିକ ତଦନ୍ତ କରାଯାଇଥିଲା। କିନ୍ତୁ କୌଣସି ମାମଲା ହୋଇ ନ ଥିବାରୁ ପ୍ରାଥମିକ ତଦନ୍ତ ବନ୍ଦ କରି ଦିଆଯାଇଥିଲା।

Share