Categories: ଜାତୀୟ

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭାଜପା କାଉସିଲର ଗିରଫ

ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ ଗିରଫ କରିଛି। ଟଙ୍କା ନେଉଥିବା ବେଳେ ମନୋଜଙ୍କୁ ସିବିଆଇ ରେଡ ହ୍ୟାଣ୍ଡେଡ ଗିରଫ କରିଥିଲା। ମନୋଜ ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଅଧୀନରେ ଥିବା ବସନ୍ତ କୁଞ୍ଜର କାଉନସିଲର ଭାବେ କାର୍ଯ୍ୟ କରୁଥିଲେ। ଗିରଫ ପରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ଦିଲ୍ଲୀ ଭାଜପା ସଭାପତି ଆଡେଶ ଗୁପ୍ତା ସୂଚନା ଦେଇଛନ୍ତି।

Share