କୋରାପୁଟରେ ହେବ ଗୁମ୍ଫା ପର୍ଯ୍ୟଟନର ବିକାଶ

କୋରାପୁଟ,୨୬ା୮(ସ୍ବ.ପ୍ର.): କୋରାପୁଟ ଜିଲାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ପ୍ରାକୃତିକ ବିଭବକୁ ଅଧିକ ଆକର୍ଷଣୀୟ କରିବା ଲାଗି କୋରାପୁଟ ଜିଲାରେ ଥିବା ବିଭିନ୍ନ ଗୁମ୍ପାର ବିକାଶ କରାଯିବ। ଆଲୋକୀକରଣ ବ୍ୟବସ୍ଥା ସହ ସେଠାକୁ ଯାତାୟାତ ଲାଗି ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଥିବା ଜିଲାପାଳ ଅବଦାଲ ଏମ୍‌. ଅଖତାର ଗୁରୁବାର ସୂଚନା ଦେଇଛନ୍ତି। ଜିଲାର ବୈପାରିଗୁଡା ବ୍ଲକର ଗୁପ୍ତେଶ୍ୱରଠାରୁ ଆରମ୍ଭ କରି ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦର, ସେମିଳିଗୁଡା ନିକଟସ୍ଥ ପାରୁଆମାଳି, ପଟ୍ଟାଙ୍ଗୀ ବ୍ଲକର ଆମ୍ପାବାଲି ନିକଟସ୍ଥ ପେଦାବାଲଡା ଗୁମ୍ଫା, ନନ୍ଦପୁର ବ୍ଲକରେ ଥିବା ବାଲ୍ମୀକି ଆଶ୍ରମ ନିକଟସ୍ଥ ରାଜ ଗୁମ୍ଫା ଓ ବାଲଡା ନିକଟସ୍ଥ ନାଗେଶ୍ୱରୀ ଗମ୍ଫା ରହିଛି। ଏହି ଗୁମ୍ଫାଗୁଡିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏହାକୁ ଦୃଷ୍ଟି ରଖି ଗୁମ୍ଫାଗୁଡିକର ଆଲୋକୀକରଣ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି। ଗମ୍ଫାଗୁଡିକର ପୁନରୁଦ୍ଧାର ହେଲେ ଜିଲାରେ ପର୍ଯ୍ୟଟନର ବିକାଶ ହେବାସହ ସ୍ଥାନୀୟ ଲୋକେ ମଧ୍ୟ ରୋଜଗାରକ୍ଷମ ହୋଇପାରିବେ ବୋଲି ଜିଲାପାଳ କହିଛନ୍ତି। ବର୍ଷାଦିନ ପରେ ସମ୍ପୃକ୍ତ ଗୁମ୍ଫାକୁ ଯାଇଥିବା ରାସ୍ତାର ପିଚୁ କାମ ହେବ। ଅନ୍ୟପକ୍ଷରେ କୋଲାବ ନଦୀ ଉପରେ ଥିବା ଘାଟ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ୨୫ ଲକ୍ଷ ଟଙ୍କା ଓଆଇସିସିକୁ ପ୍ରଦାନ କରାଯାଇଛି । ଖୁବ୍‌ ଶୀଘ୍ର ଏ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଥିଲେ। ପ୍ରଥମ ପଯର୍‌ୟାୟରେ ବର୍ତ୍ତମାନ ନାଗେଶ୍ୱରୀ ଗୁମ୍ଫାଗୁଡିକୁ ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ଉପାୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । କାର୍ଯ୍ୟ ସୁପରିଚାଳନା ପାଇଁ ଜିଲାପାଳ ଗୁମ୍ଫାଗୁଡିକୁ ପରିଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ ଅବସରରେ ଜିଲା ପଟ୍ଟାଙ୍ଗୀର ପେଦାୱାଲାଡା, ଗୁପ୍ତେଶ୍ୱର ଓ ନାଗେଶ୍ୱରୀ ଗୁମ୍ଫାଠାରୁ ପରବ ଶୁଭାରମ୍ଭ କରାଯାଇଥିଲା। ସେବେଠାରୁ ଜିଲାର ଏହି ପର୍ଯ୍ୟଟନସ୍ଥଳିର ବିକାଶ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

ଜିଲାର ସଂସ୍କୃତି ପରମ୍ପରା ପାଳନରେ ବିଭାଗର ଖାମଖିଆଲି ମନୋଭାବ: ଓଡ଼ିଶାର ବରପୁତ୍ରଙ୍କୁ ଅଣଦେଖା

ପାରଳାଖେମୁଣ୍ଡି,୨ା୪(ଗିରିଧାରୀ ପରିଚ୍ଛା): ଓଡ଼ିଶା ଦିବସରେ ଓଡ଼ିଶାର ନିର୍ମାତାଙ୍କ ମାଟିରେ ଅପମାନ ଓ ଅବହେଳା ପରିଲକ୍ଷିତ ହୋଇଛି। ଓଡ଼ିଶା ଦିବସ ପାଳନରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କୁ…

ପୁଅ ପାଇଁ ନିଜ ଝିଅର ବଳି ଦେଲେ ମା’, ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ…ପୂରା ଘଟଣା ଜାଣିଲେ ଥରିଉଠିବ ଦେହ

ରାଞ୍ଚି,୨।୪: ଝାଡ଼ଖଣ୍ଡର ହଜାରୀବାଗ ଜିଲାର ବିଷ୍ଣୁଗଡ଼ ଥାନା ଅଞ୍ଚଳର କୁସୁମ୍ଭା ଗାଁରେ ଜଣେ ୧୩ ବର୍ଷୀୟା ଝିଅର ହତ୍ୟା ଘଟଣାରେ ପୋଲିସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି।…

ଗ୍ୟାସ, ତେଲ ପରେ କଣ୍ଡୋମ ଅଭାବ: ୫୦% ପର୍ଯ୍ୟନ୍ତ ଦର ବୃଦ୍ଧି ସମ୍ଭାବନା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଶରେ କଣ୍ଡୋମ ମୂଲ୍ୟ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri