Posted inଫୁରସତ

ଗୁମ୍ଫା ମନ୍ଦିରର ସହର ‘ବାଦାମୀ’

କର୍ନାଟକର ବାଗଲକୋଟ ଜିଲା ଅନ୍ତର୍ଗତ ଏକ ପ୍ରାଚୀନ ସହର ହେଉଛି ବାଦାମୀ। ପାହାଡ଼କୁ କାଟି ଅତି ସୁନ୍ଦର ବାସ୍ତୁକଳା ନିର୍ମାଣ କରିବାରେ ଏହି ସହରର ରହିଛି ବେଶ୍‌ ନାଁ। ସେଥିପାଇଁ ଏଠାରେ ଅନେକ ଆକର୍ଷଣୀୟ ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ବାଦାମୀ ଗୁମ୍ଫା ମନ୍ଦିରର ରହିଛି ଏକ ସ୍ବତନ୍ତ୍ର ପରିଚୟ…

ବାଦାମୀ ହେଉଛି କର୍ନାଟକର ବାଗଲକୋଟ ଜିଲା ଅନ୍ତର୍ଗତ ଏକ ପ୍ରାଚୀନ ସହର। ପାହାଡ଼କୁ କାଟି ଆକର୍ଷଣୀୟ ବାସ୍ତୁକଳା ନିର୍ମାଣ କରିବାରେ ଏଠାକାର ଅଧିବାସୀ ବେଶ୍‌ ପାରଙ୍ଗମ। ତେଣୁ ଏଠାରେ ଅନେକ ସୁନ୍ଦର ସୁନ୍ଦର ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ବାଦାମୀ ଗୁମ୍ଫା ମନ୍ଦିର ହେଉଛି ବେଶ୍‌ ପ୍ରସିଦ୍ଧ। ସେହିପରି ଏଠାରେ ଥିବା ଭୁତନାଥ୍‌ ମନ୍ଦିର, ବାଦାମୀ ଶିବାଳୟ, ଜମ୍ବୁଲିଙ୍ଗେଶ୍ୱର ମନ୍ଦିରର କାରୁକାର୍ଯ୍ୟ ବି ବେଶ୍‌ ମନଲୋଭା ହୋଇଥାଏ।

ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଷଷ୍ଠରୁ ଅଷ୍ଟମ ଶତାବ୍ଦୀ ପର୍ଯ୍ୟନ୍ତ ଚାଲୁକ୍ୟ ରାଜବଂଶର ରାଜାମାନେ ଆନ୍ଧ୍ରପ୍ରଦେଶ ଓ କର୍ନାଟକର ଅଧିକାଂଶ ଭାଗକୁ ନିଜ ଅକ୍ତିଆରକୁ ନେଇଯାଇଥିଲେ। ଆଉ ସେହି ସମୟରେ ସେମାନେ ବାତାପି (ବାଦାମୀର ପୂର୍ବ ନାମ) ସହରକୁ ତାଙ୍କ ରାଜବଂଶର ରାଜଧାନୀ ଭାବେ ବାଛି ନେଇଥିଲେ। ସୂଚନାନୁଯାୟୀ, ଚାଲୁକ୍ୟ ରାଜବଂଶ ଅଧୀନରେ ଏହି ସହର ଯେତିକି ଦିନ ରହିଥିଲା, ସେହି ସମୟରେ ଏହାର ଖୁବ୍‌ ଉନ୍ନତି ହୋଇଥିଲା। ଯେହେତୁ ଏହି ସହରରେ ଏକ ସ୍ବତନ୍ତ୍ର ପ୍ରକାରର ସୁନେଲି ରଙ୍ଗର ବଲୁଆ ପଥରର ପାହାଡ଼ ପ୍ରଚୁର ପରିମାଣରେ ଦେଖିବାକୁ ମିଳିଥିଲା, ତେଣୁ ସେହି ପଥରକୁ କାଟି ଗୁମ୍ଫା ମନ୍ଦିର ତିଆରି କରିବାରେ ସେତେବେଳେ ଚାଲୁକ୍ୟ ରାଜବଂଶର ରାଜାମାନେ ଅଧିକ ଗୁରୁତ୍ୱ ଦେଉଥିଲେ। ଫଳରେ ପର୍ଯ୍ୟାୟକ୍ରମେ ଏଠାରେ ଅନେକ ଗୁମ୍ଫା ମନ୍ଦିରମାନ ଗଢ଼ି ଉଠିଲା; ଯାହା ଏହି ସହରକୁ ପରେ ଭିନ୍ନ ପରିଚିତି ଆଣିଦେଲା।

ଗୁମ୍ଫା ମନ୍ଦିର
ବାଦାମୀରେ ପ୍ରାୟ ଚାରୋଟି ଗୁମ୍ଫା ମନ୍ଦିର ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ ତିନୋଟି ହେଉଛି ହିନ୍ଦୁ ମନ୍ଦିର ଏବଂ ଗୋଟିଏ ହେଉଛି ଜୈନ ମନ୍ଦିର।

* ପ୍ରଥମ ଗୁମ୍ଫା: ପ୍ରଥମ ଗୁମ୍ଫା ମନ୍ଦିରଟି ଭଗବାନ ଶିବଙ୍କୁ ସମର୍ପିତ। ଏଠାରେ ଭଗବାନ ଶିବଙ୍କର ନଟରାଜ ମୂର୍ତ୍ତି ଏବଂ ମହିଷମର୍ଦ୍ଦିନୀ ମା’ଙ୍କର ପ୍ରତିମା ଥିବାର ଦେଖିବାକୁ ମିଳିଥାଏ।

* ଦ୍ୱିତୀୟ ଗୁମ୍ଫା: ଏହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ଏହି ଗୁମ୍ଫାର ପୂର୍ବ ତଥା ପଶ୍ଚିମ କବାଟରେ ଭୁବରାହ ତଥା ତ୍ରିବିକ୍ରମଙ୍କର ବଡ଼ ବଡ଼ ଚିତ୍ର ଲାଗିଥିବାର ଦେଖିବାକୁ ମିଳେ। ସେହିପରି ଉକ୍ତ ଗୁମ୍ଫାର ଉପର କାନ୍ଥରେ ବ୍ରହ୍ମା, ବିଷ୍ଣୁ, ଶିବ ଏବଂ ଅଷ୍ଟଦିଗପାଳଙ୍କର ଚିତ୍ର ହୋଇଥିବାର ବି ଦେଖାଯାଏ; ଯାହା ଗୁମ୍ଫାଟିକୁ ଅପୂର୍ବ ଶୋଭା ପ୍ରଦାନ କରିଥାଏ।

* ତୃତୀୟ ଗୁମ୍ଫା: ଏହି ଗୁମ୍ଫାରେ ମଧ୍ୟ ବିଭିନ୍ନ ଦେବଦେବୀଙ୍କର ଅପୂର୍ବ ପ୍ରତିମା ତଥା ଚିତ୍ର ଥିବାର ମଧ୍ୟ ଦେଖିବାକୁ ମିଳିଥାଏ।

*ଚତୁର୍ଥ ଗୁମ୍ଫା: ଏହା ଏକ ଜୈନ ମନ୍ଦିର ଅଟେ। ମୁଖ୍ୟତଃ ଏହି ଗୁମ୍ଫାରେ ମହାବୀର ଜୈନ ତଥା ପାର୍ଶ୍ୱନାଥଙ୍କର ମୂର୍ତ୍ତି ଏବଂ ବିଭିନ୍ନ ଚିତ୍ର ଥିବାର ଦେଖିବାକୁ ମିଳିଥାଏ।

ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
ଗୁମ୍ଫା ମନ୍ଦିର ବ୍ୟତୀତ ବାଦାମୀରେ ଆହୁରି କୋତୋଟି ଶିବ ମନ୍ଦିର ଥିବାର ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ମାଲେଗଟ୍ଟୀ ଶିବାଳୟ ହେଉଛି ଖୁବ୍‌ ପ୍ରସିଦ୍ଧ। ସେହିପରି ଭୁତନାଥ୍‌ ମନ୍ଦିର, ମଲ୍ଲିକାର୍ଜ୍ଜୁନ୍‌ ମନ୍ଦିର, ଦତ୍ତାତ୍ରୟ ମନ୍ଦିର, ବାଦାମୀ ଶିବାଳୟ, ଜମ୍ବୁଲିଙ୍ଗେଶ୍ୱର ମନ୍ଦିରର ଅପୂର୍ବ ବାସ୍ତୁକଳା ବି ଖୁବ୍‌ ଆକର୍ଷଣୀୟ ହୋଇଥାଏ। ତା’ଛଡ଼ା ବାଦାମୀରେ ଏକ ଦୁର୍ଗ ବି ରହିଛି, ଯାହା ମଧ୍ୟରେ ଅନେକ ପ୍ରାଚୀନ ମନ୍ଦିର ଥିବାର ମଧ୍ୟ ଦେଖାଯାଏ। କେବଳ ସେତିକି ନୁହେଁ ଦୁଃସାହସିକ କ୍ରୀଡ଼ାରେ ରୁଚି ରଖୁଥିବା ପର୍ଯ୍ୟଟକ ଚାହିଁଲେ ବାଦାମୀରେ ପାହାଡ଼ ଚଢିବାର ମଧ୍ୟ ମଜା ନେଇପାରିବେ। ସେହିପରି ଏହି ସହରରେ କେତୋଟି ଝରଣା ତଥା ଜଳାଶୟ ବି ରହିଛି; ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଏକ ଅନୁଭୂତି ଦେଇଥାଏ।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ବାଦାମୀକୁ ଯିବା ପାଇଁ ସେପ୍ଟେମ୍ବରରୁ ଫେବୃୟାରୀ ହେଉଛି ସବୁଠୁ ଉପଯୁକ୍ତ ସମୟ। ସେହିପରି ଏହି ସହରକୁ ଯିବା ପାଇଁ ବସ୍‌, ଟ୍ରେନ୍‌ ତଥା ବିମାନର ବି ଭଲ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri