Posted inଫୁରସତ

ସତର୍କତାକୁ ପ୍ରାଥମିକତା

ତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ଭାବରେ ଏହାକୁ ବିବେଚନା କରାଯାଏ। ତେଣୁ ଏହା କିପରି ସୁସ୍ଥ ରହିବ ସେ ନେଇ ସମସ୍ତେ ସତର୍କ ରହିବା ନିହାତି ଜରୁରୀ। ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ହେଉଛି ‘ବିଶ୍ୱ ଯକୃତ ଦିବସ’ର ମୁଖ୍ୟ ଲକ୍ଷ୍ୟ। ଚଳିତବର୍ଷ ଏହି ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବା ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ଦ୍ୱାରା ଘୋଷିତ ବାର୍ତ୍ତାଟି ହେଲା, ‘ବି ଭିଜିଲାଣ୍ଟ, ଡୁ ରେଗୁଲାର ଲିଭର ଚେକ୍‌-ଅପ୍‌, ଫ୍ୟାଟି ଲିଭର କ୍ୟାନ୍‌ ଆଫେକ୍ଟ ଏନିଓ୍ବାନ’। ଏହାର ଅର୍ଥ ହେଉଛି, ସତର୍କ ରୁହନ୍ତୁ, ନିୟମିତ ସମୟ ବ୍ୟବଧାନରେ ଲିଭର ଚେକ୍‌-ଅପ୍‌ କରାଇନିଅନ୍ତୁ। ଫ୍ୟାଟି ଲିଭର ଯେ କୌଣସି ବ୍ୟକ୍ତିଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ଏ ସମ୍ପର୍କରେ ଡା. ନିତ୍ୟାନନ୍ଦ ସ୍ବାଇଁ କହନ୍ତି, ‘ଲିଭର ବା ଯକୃତ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ପରିସ୍ରା ଓ ରକ୍ତ ପରୀକ୍ଷା କରିବାକୁ ପଡିଥାଏ। ଏହାବ୍ୟତୀତ ଅଲଟ୍ରାସାଉଣ୍ଡ, ସିଟି ସ୍କାନିଂ, ମ୍ୟାଗନେଟିକ୍‌ ରେଜୋନାନସ ଇମେଜିଂ ବା ଏମ୍‌ଆର୍‌ଆଇ ପରୀକ୍ଷା ମଧ୍ୟ ଆବଶ୍ୟକ ପଡିପାରେ। ସ୍ଥଳ ବିଶେଷରେ ଲିଭର ଭିତରକୁ ଛୁଞ୍ଚତ୍ ପାଇଟାଇ କୋଷିକା ସଂଗ୍ରହ କରାଯାଏ। ସେହି କୋଷିକାକୁ ପରୀକ୍ଷା କରି ରୋଗର ପ୍ରକାର ନିର୍ଦ୍ଧାରଣ କରାଯାଏ। ଲିଭର ବିଷୟରେ କେତୋଟି ରୋଚକ କଥା ରହିଛି। ଯେ କୌଣସି ମୁହୂର୍ତ୍ତରେ ଦେଖିଲେ ଶରୀରରେ ଥିବା ରକ୍ତର ମୋଟ ପରିମାଣର ୧୫ ପ୍ରତିଶତ ରକ୍ତ ଯକୃତରେ ହିଁ ଥାଏ। ଲିଭରରେ ପ୍ରବାହିତ ହୋଇଥାଏ ବହୁ ପରିମାଣର ରକ୍ତ। ପ୍ରତି ମିନିଟ୍‌ରେ ଲିଭର ଦେଇ ପ୍ରବାହିତ ହେଉଥିବା ରକ୍ତର ପରିମାଣ ହେଉଛି ପାଖାପାଖି ଦେଢ଼ ଲିଟର। ନିଜର କ୍ଷୟ ପୂରଣ କରିବାରେ ଲିଭର ଅତୁଳନୀୟ। ଏଥିରୁ ତିନି-ଚତୁର୍ଥାଂଶ କାଟି ବାହାର କରିଦେଲେ ମଧ୍ୟ ତାହା ଅଳ୍ପ କେତୋଟି ସପ୍ତାହ ଭିତରେ ଆପେ ଆପେ ପୂରଣ ହୋଇଯାଇଥାଏ। ମନୁଷ୍ୟ ଶରୀରରେ ଲିଭର ସମ୍ପାଦନ କରିଥାଏ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ସଂଖ୍ୟକ କାର୍ଯ୍ୟ। ପୁଣି ସଂଶ୍ଳେଷଣ କରିଥାଏ ୧୦୦୦ରୁ ବେଶି ଏନ୍‌ଜାଇମ୍‌। ରକ୍ତରୁ ବିଷାକ୍ତ ଉପାଦାନମାନ ନେଇ ସେଗୁଡିକୁ ନିର୍ଦ୍ଦୋଷ ଉପାଦାନରେ ପରିଣତ କରିବାରେ ଲିଭର ଯେଉଁ ଜଟିଳ ପ୍ରକ୍ରିୟାଗୁଡିକ ସମ୍ପାଦନ କରିଥାଏ, ସେତିକି କାମ କରିବା ନିମନ୍ତେ ଯଦି ଏକ କାରଖାନା ବସାଇବାକୁ ପଡେ, ତାହାହେଲେ ଏକ ବିସ୍ତୃତ ଅଞ୍ଚଳରେ ପାଞ୍ଚ ମହଲାବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିବାକୁ ପଡିବ। ଏହାସତ୍ତ୍ୱେ କାରଖାନାଟି ଲିଭରର ସମକକ୍ଷ ହୋଇପାରିବ ନାହିଁ।
ଲିଭରରେ ସଂଶ୍ଳେଷିତ ହୁଏ କୋଲେଷ୍ଟରଲ, ଟ୍ରାଇଗ୍ଲିସେରାଇଡ୍‌, ଫ୍ୟାଟି ଏସିଡ୍‌ ଭଳି ସ୍ନେହସାରଜାତୀୟ ଉପାଦାନ। ହୃତ୍‌ପିଣ୍ଡ ବା ହାର୍ଟ ଏବଂ ମସ୍ତିଷ୍କକୁ ଶକ୍ତି ଯୋଗାଇ ପାରୁଥିବା ‘କିଟୋନ୍‌ ବଡି’ ମଧ୍ୟ ଲିଭରରେ ତିଆରି ହୁଏ। ଶ୍ୱେତସାରଜାତୀୟ ଏବଂ ପୁଷ୍ଟିସାରଜାତୀୟ ଉପାଦାନକୁ ସ୍ନେହସାର ଉପାଦାନରେ ପରିଣତ କରିଥାଏ ଲିଭର। ପୁଣି ଲିଭରରେ ସଂଶ୍ଳେଷିତ ହୁଏ ୟୁରିଆ ଏବଂ ଆମିନୋ ଏସିଡ୍‌ ନାମକ ଉପାଦାନ।
ଅନ୍ୟପକ୍ଷରେ ରକ୍ତରେ ଗ୍ଲୁକୋଜର ମାତ୍ରା ଅନୁମୋଦିତ ସ୍ତରରେ ରଖିବାରେ ଲିଭରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ବଡ କଥା ହେଲା ଲିଭରରେ କିଛି ସମସ୍ୟା ସୃଷ୍ଟି ହେଲେ ତାହାର କେତେଗୁଡ଼ିଏ ଲକ୍ଷଣ ପ୍ରକାଶ ପାଇଥାଏ। ଏହି ରୋଗର ପ୍ରମୁଖ ଲକ୍ଷଣଗୁଡିକ ହେଲା, ଆଖି ଏବଂ ଚର୍ମ ହଳଦିଆ ଦେଖାଯିବା, ତଳି ପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା ଏବଂ ବାନ୍ତି ହେବା, ପରିସ୍ରା ରଙ୍ଗ ଗାଢ଼ ହଳଦିଆ ହୋଇଯିବା, ଭୋକ ନ ଲାଗିବା ଏବଂ ଖାଦ୍ୟ ପ୍ରତି ଅରୁଚି ଭାବ ଆସିବା। ଏସବୁ ଲକ୍ଷଣ ଦେଖିବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଲିଭର ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ। ପ୍ରାରମ୍ଭରୁ ଏହାର ଚିକିତ୍ସା କରାଇନେବା ଦରକାର। ଯଦି ଲିଭର ସମସ୍ୟା ଜଟିଳ ଆକାର ଧାରଣ କରିଥାଏ ତେବେ ଏଭଳି ସମୟ ଆସେ ତାହା ଅକାଳ ମୃତ୍ୟୁର କାରଣ ସାଜିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲିଭରକୁ ସୁରକ୍ଷିତ ରଖିବା ଲାଗି ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri