ଜୈବିକ ପଦ୍ଧତିରେ ଆଦିବାସୀଙ୍କ ଫୁଲକୋବି ଚାଷ

ସୁନ୍ଦରଗଡ଼, ୧୧।୩(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ ବଜାରରେ ଏହି ଫୁଲ କୋବିର ଭଲ ଚାହିଦା ରହିଛି। ଏହାକୁ ବିକ୍ରି କରି ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି।
ରାଜ୍ୟ ସରକାରଙ୍କ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଅଧୀନରେ ଫୁଲ କୋବି ଚାଷ କରାଯାଉଛି। ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ଏଥିପାଇଁ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଆଦିବାସୀ ବର୍ଗର ଚାଷୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ମିଶନ ଜୀବିକା’ ଅଧୀନରେ କୃଷି ଓ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇ ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ବୋଲି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।
ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୯ଟି ବ୍ଲକ ରହିଛି। ତା’ ଭିତରୁ ୩ଟି ବ୍ଲକ ବାଲିଶଙ୍କରା, ହେମଗିର ଏବଂ କୁତ୍ରାରେ ଫୁଲ କୋବି ଚାଷ କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷରେ ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ାବି ଅମଳ ହେବା ପରେ ଚାଷୀମାନେ ଏହାକୁ ପାଖ ବଜାରରେ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି। ଏଥର ଫୁଲ କୋବି ଫସଲ ଭଲ ହୋଇଛି। ବଜାରରେ ଏହା ଭଲ ଦରରେ ବିକ୍ରି ହେଉଛି। ଭଲ ବିହନ ମିଳିଥିବାରୁ ଫୁଲ କୋବି ଉତ୍ପାଦନ ମଧ୍ୟ ଭଲ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଫୁଲକୋବିରୁ ଅଧିକ ଲାଭ ମିଳିଛି ବୋଲି କୁତ୍ରା ବ୍ଲକର ଜଣେ ଚାଷୀ ହାରୁନ ବରୁଆ କହିଛନ୍ତି।
ଫୁଲକୋବି ଚାଷ ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନ ଏବଂ ଜୈବିକ ସାର ଦିଆଯାଉଛି। ତା’ଛଡ଼ା ମିଶନ ଜୀବିକାର ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫୁଲକୋବିରେ ରୋଗ ପୋକ ପରିଚାଳନା ପାଇଁ ଏହି ବିଶେଷଜ୍ଞ ଟିମ୍‌ ଚାଷୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଉଛନ୍ତି। ଫୁଲକୋବି ଚାଷରେ ଆମେ ଆଗରୁ ରାସାୟନିକ ସାର ପ୍ରୟୋଗ କରୁଥିଲୁ। ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମାଗଣାରେ ଜୈବିକ ସାର ମିଳିବା ଫଳରେ ଆମେ ଏବେ ଏହାର ବ୍ୟବହାର କରୁଛୁ। ଏହା ଫଳରେ ଫୁଲକୋବି ଏଥର ଭଲ ଅମଳ ହେଉଛି ବୋଲି ସୁନ୍ଦରଗଡ଼ର ଆଉ ଜଣେ ଚାଷୀ ପ୍ରେମଧାନୀ ବେଗ କହନ୍ତି। ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ କୁତ୍ରା ବ୍ଲକର ରାଜବସା ଓ କଣ୍ଡେଇମୁଣ୍ଡା ଗ୍ରାମପଞ୍ଚାୟତରେ ଫୁଲକୋବି ଚାଷ କରାଯାଇଛି। ସେହିପରି ହେମଗିର ବ୍ଲକର କେନ୍ଦୁଡିହି, ଗରଜନଜୋରି ଓ ହେମଗିର ଗ୍ରାମପଞ୍ଚାୟତ ସହିତ ବାଲିଶଙ୍କରା ବ୍ଲକର ତୁମୁଲିଆ, ସାଗବାହାଲ ଏବଂ ବେହେରାଡିହି ଗ୍ରାମପଞ୍ଚାୟତର ଚାଷୀ ଏହି ଚାଷ କରିଛନ୍ତି।
ମିଶନ ଜୀବିକା କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲାର ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି ଅଧିକ ରୋଜଗାର କରିପାରୁଛନ୍ତି। ଚଳିତବର୍ଷ ସେମାନେ ଫୁଲକୋବି ସହିତ ଟମାଟୋ, ଲଙ୍କା, ବାଇଗଣ ଏବଂ ଆଳୁ ଚାଷ କରିଛନ୍ତି। ତେବେ ଫୁଲକୋବି ଋ଼ତୁକାଳୀନ ଫସଲ ହୋଇଥିବାରୁ ଏହା ଆଦିବାସୀ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ବେଶ ସହାୟକ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ନିଲାମ ତାଲିକାରେ ୨ ଓଡ଼ିଆ: ବେସ ପ୍ରାଇସ ରହିଛି…

ନୂଆଦିଲ୍ଲୀ,୧୬।୧୨: ଆଜି ଆବୁଧାବିରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ପାଇଁ ମିନି-ନିଲାମ ଉପରେ ସମସ୍ତଙ୍କ ନଜର ରହିଛି। କୋଲକାତା ନାଇଟ ରାଇଡର୍ସ ଏବଂ...

ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ଅଭିନବ ପ୍ରତିବାଦ: ଖୁଚୁରା ଧାନ ବିକିଲେ ଚାଷୀ

ସମ୍ବଲପୁର,୧୬।୧୨(ପ୍ରମୋଦ ବହିଦାର): ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିବା ସମସ୍ୟାକୁ ନେଇ ମଙ୍ଗଳବାର ସମ୍ବଲପୁରଠାରେ ଚାଷୀଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଚାଷୀମାନେ ପ୍ରଥମେ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି: କମୁଛି ଅଭିଯୋଗ ପତ୍ର ସଂଖ୍ୟା

ରାଇକିଆ,୧୬।୧୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ଜିଲାପାଳ ବେଦ ଭୂଷଣଙ୍କ ଦ୍ବାରା ଜନସାଧାରଣଙ୍କ ଦାରା ଅଭିଯୋଗ ଗୁଡ଼ିକର ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।...

ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର,୧୬ା୧୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଝଟକା । ଖାରଜ ହେଲା ଜାମିନ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ...

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

ବିଇଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ତିହିଡି଼,୧୬।୧୨(ସଞ୍ଜିତ ବଳ):ତିହିଡି଼ ବ୍ଲକ ବାରସର ପଞ୍ଚାୟତ ଅଧୀନ ତଳଦପା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ର ଓ ଅଭିଭାବକମାନେ ମଙ୍ଗଳବାର ପୂର୍ବାହ୍ନରେ ତିହିଡି଼ସ୍ଥିତ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସାମ୍ନାରେ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri