Categories: ଫୁରସତ

ମେଲବକ୍ସରୁ ଚିଠି ଖାଇଗଲା ଛେଳି, ଆଉ ତା’ପରେ..

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଳିଆ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଗୋଟିଏ ଛେଳି ମେଲ ବକ୍ସରୁ ସମସ୍ତ ଚିଠି ଖାଇଦେବାର ଦେଖାଯାଇଛି। ଭିଡିଓଟି ଆମେରିକାର ଆଲାବାମା ସହରର ଟୋକ୍ସିର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ କ୍ଲିପରେ ଛେଳିଟି ରାସ୍ତା ପାର୍ଶ୍ୱରେ ଥିବା ମେଲବାକ୍ସରୁ ଚିଠି ଖାଉଥିବା ଦେଖାଯାଇଥିଲା। ଜଣେ ମହିଳା ସେଠାରେ ବୁଲୁଥିବାବେଳେ ଏହି ଭିଡିଓଟି ପ୍ରସ୍ତୁତ କରି ଫେସବୁକରେ ଛାଡିଥିଲେ। ଏହା ପରେ ଭିଡିଓ ଭାଇରାଲ ହୋଇଥିଲା। ଛେଳି ଚିଠି ଖାଉଥିବା ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷରୁ ଅଧିକଥର ଦେଖାଯାଇଛି। ୨ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ଶେୟାର କରିଛନ୍ତି। ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହି ଭିଡିଓ ବିଷୟରେ ଅନେକ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଏହି ଭିଡିଓରେ ଲେଖିଛନ୍ତି ଯେ ଚିଠି ହଜିଲେ ଡାକଘର ଦାୟୀ ରହିବ ନାହିଁ। ଅନ୍ୟ କେହି ତାକୁ ଗିରଫ କର ବୋଲି କହିଛନ୍ତି।

Share