ଧରାପଡ଼ିଲେ ମାଓବାଦୀ ଶେଖର

ତେଲକୋଇ, ୧୪।୯(ଡି.ଏନ.ଏ.): ଫେରାର ଥିବା ମୋଷ୍ଟୱାଣ୍ଟେଡ୍‌ ମାଓବାଦୀ ଶେଖରଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରି କେନ୍ଦୁଝର ଜିଲା ତେଲକୋଇ ପୋଲିସ କୋର୍ଟଚାଲାଣ କରିଛି। ଏ ନେଇ ସ୍ପଷ୍ଟ କରିଛନ୍ତି ତେଲକୋଇ ଓଆଇସି ଅମିତାଭ ଦାଶ।

ପୋଲିସ ସୂଚନା ଅନୁଯାୟୀ, ଶେଖର କଳିଙ୍ଗନଗର ମାଓ ଡିଭିଜନରେ କାମ କରୁଥିଲେ। ସେ ମାଓ କମାଣ୍ଡର ସୁନିଲଙ୍କ ନିର୍ଦ୍ଦେଶରେ ୨୦୧୩ରେ ଦୈତାରୀ- ବାଂଶପାଣୀ ରେଳ ଲାଇନକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଦୈତାରୀ ଥାନାରେ ତାଙ୍କ ନାମରେ ଏକ ମାମଲା (ନଂ.୩୦/୨୦୧୩) ରୁଜୁ ହୋଇଥିଲା। ଏହାପରଠାରୁ ସେ ଫେରାର ଥିଲେ। ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପଞ୍ଚାୟତ ସାରୁପାଟ ଗ୍ରାମରେ ଥିବା ଖବରପାଇ ପୋଲିସ ସେଠାରୁ ତାଙ୍କୁ ଗିରଫ କରିଛି।