ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି।

ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା, ବାଲିଗୁଡ଼ା, ରାଇପୁରକୁ ବହୁ ଗାଡ଼ି ଯାତାୟାତ କରୁଥିବାବେଳେ ଜିଲା ଭିତରେ ଦାରିଙ୍ଗବାଡ଼ିରୁ ଫୁଲବାଣୀ, ବାଲିଗୁଡ଼ାକୁ ଯାତ୍ରୀବାହୀ ବସ୍‌ ସମେତ ଅଟୋ, ଭାରି ଟ୍ରକ୍‌, ବାଇକ୍‌ ଆଦି ଶହ ଶହ ଗାଡ଼ିମୋଟର ଯାତାୟାତ କରୁଛି। ଯାତ୍ରୀଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ରାଜପଥ ଏବେ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି ରାଜପଥର ଏହି ଲମ୍ବା ରାସ୍ତାରେ ଘଡ଼ିକି ଘଡ଼ି ଗୋରୁପଲଙ୍କ ରାଜପଥ ଉପରେ ଶୋଉଛନ୍ତି। ସେମାନଙ୍କ ଏବେ ଗୁହାଳ ବା ବିଶ୍ରାମ ସ୍ଥାନ ପାଲଟିଛି ରାଜପଥ ସନ୍ଧ୍ୟା ହେଲେ ଗାଡ଼ି ଚଳାଚଳ ସମସ୍ୟା ଉପୁଜୁଛି ଏହା ଦ୍ୱାରା ଦୁର୍ଘଟଣା ମଧ୍ୟ ବଢୁଛି। ଗତ କିଛିଦିନ ତଳେ ଦାରିଙ୍ଗବାଡ଼ି ଶିବମନ୍ଦିର ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକାଧିକ ଗୋରୁ ଆହତ ହେବା ସହ ଗୋଟିକର ମୃତ୍ୟୁ ଘଟିଥିଲା। ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ। ଉକ୍ତ ରାସ୍ତାରେ ଗୋରୁପଲ ଶହଶହ ସଂଖ୍ୟାରେ ରହୁଥିବାରୁ ଗାଡ଼ିମୋଟର ମଧ୍ୟ ତାଙ୍କ ଗନ୍ତବ୍ୟସ୍ଥଳରେ ସଠିକ୍‌ ସମୟରେ ପହଞ୍ଚିବା ମୁସ୍କିଲ ହେଉଥିବା କିଛି ଚାଳକ ଆଲୋଚନା ବେଳେ କହିଥିଲେ। ଏଥିପ୍ରତି ପୋଲିସ ପ୍ରଶାସନ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗୋରୁ ମାଲିକମାନଙ୍କୁ ସଚେତନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏବେ ଧାନତଳି ହେଉଥିବା ବେଳେ ଗୋରୁପଲଙ୍କୁ ଖୋଲା ଛାଡ଼ିଦେବା ଯୋଗୁ ତଳି ନଷ୍ଟ କରିଦେବା ଭୟ ମଧ୍ୟ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri