ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି।

ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା, ବାଲିଗୁଡ଼ା, ରାଇପୁରକୁ ବହୁ ଗାଡ଼ି ଯାତାୟାତ କରୁଥିବାବେଳେ ଜିଲା ଭିତରେ ଦାରିଙ୍ଗବାଡ଼ିରୁ ଫୁଲବାଣୀ, ବାଲିଗୁଡ଼ାକୁ ଯାତ୍ରୀବାହୀ ବସ୍‌ ସମେତ ଅଟୋ, ଭାରି ଟ୍ରକ୍‌, ବାଇକ୍‌ ଆଦି ଶହ ଶହ ଗାଡ଼ିମୋଟର ଯାତାୟାତ କରୁଛି। ଯାତ୍ରୀଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ରାଜପଥ ଏବେ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି ରାଜପଥର ଏହି ଲମ୍ବା ରାସ୍ତାରେ ଘଡ଼ିକି ଘଡ଼ି ଗୋରୁପଲଙ୍କ ରାଜପଥ ଉପରେ ଶୋଉଛନ୍ତି। ସେମାନଙ୍କ ଏବେ ଗୁହାଳ ବା ବିଶ୍ରାମ ସ୍ଥାନ ପାଲଟିଛି ରାଜପଥ ସନ୍ଧ୍ୟା ହେଲେ ଗାଡ଼ି ଚଳାଚଳ ସମସ୍ୟା ଉପୁଜୁଛି ଏହା ଦ୍ୱାରା ଦୁର୍ଘଟଣା ମଧ୍ୟ ବଢୁଛି। ଗତ କିଛିଦିନ ତଳେ ଦାରିଙ୍ଗବାଡ଼ି ଶିବମନ୍ଦିର ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏକାଧିକ ଗୋରୁ ଆହତ ହେବା ସହ ଗୋଟିକର ମୃତ୍ୟୁ ଘଟିଥିଲା। ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିଲେ। ଉକ୍ତ ରାସ୍ତାରେ ଗୋରୁପଲ ଶହଶହ ସଂଖ୍ୟାରେ ରହୁଥିବାରୁ ଗାଡ଼ିମୋଟର ମଧ୍ୟ ତାଙ୍କ ଗନ୍ତବ୍ୟସ୍ଥଳରେ ସଠିକ୍‌ ସମୟରେ ପହଞ୍ଚିବା ମୁସ୍କିଲ ହେଉଥିବା କିଛି ଚାଳକ ଆଲୋଚନା ବେଳେ କହିଥିଲେ। ଏଥିପ୍ରତି ପୋଲିସ ପ୍ରଶାସନ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗୋରୁ ମାଲିକମାନଙ୍କୁ ସଚେତନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟପକ୍ଷରେ ଏବେ ଧାନତଳି ହେଉଥିବା ବେଳେ ଗୋରୁପଲଙ୍କୁ ଖୋଲା ଛାଡ଼ିଦେବା ଯୋଗୁ ତଳି ନଷ୍ଟ କରିଦେବା ଭୟ ମଧ୍ୟ ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri