ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗସ୍ତ: ୩ ମାଫିଆ ଗିରଫ

ପାଟଣା,୧୮।୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ତରୁମୁଙ୍ଗା ଥାନା ପୋଲିସ ମଙ୍ଗଳବାର ୩ ଗୋରୁ ମାଫିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ଉତ୍ତର ପ୍ରଦେଶ ମୁଜାଫର୍‌ ନଗର ଜିଲାର ଏମ ଡି ମହାସିନ। ପଞ୍ଜାବ ରାଜ୍ୟ ତ୍ରନ ତରଙ୍ଗ ଜିଲା ରରଣବୀର ସିଂ ଓ ଜସ ମେଲ ସିଂହ। ଏନେଇ ୨୮୧/୨୫ରେ ଏକ ମାମଲା ହୋଇଥିବା ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିର କହିଛନ୍ତି।
ସୂଚନାଯୋଗ୍ୟ ଯେ, ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ମୁମ୍ବାଇ-କଲିକତା ଜାତୀୟ ରାଜପଥ ତୁରୁମୁଙ୍ଗା ବଜାର ନିକଟରେ ସୋମବାର ଅପରାହ୍ନରେ ଏକ ଟ୍ରଲର ଓ ବାଇକକୁ ଧକ୍କା ଦେଇ ଡିଭାଇଡ଼ରକୁ ଚଢି ଯାଇଥିଲା। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଥିବାବେଳେ ଦୁର୍ଘଟଣା ଘଟାଇ ଥିବା ଟ୍ରଲରକୁ ତୁରୁମୁଙ୍ଗା ପୋଲିସ ଜବତ କରି ତଦନ୍ତ କରୁଥିଲେ। ଟ୍ରଲର ଭିତରୁ ୩୪ ଗୋରୁଙ୍କୁ ଉଦ୍ଧାର କରିଥିଲା ପୋଲିସ। ସେଥିମଧ୍ୟରୁ ଗୋଟେ ଗୋରୁର ଟ୍ରଲର ଭିତରେ ମୃତ୍ୟୁ ଘଟିଥିଲା। ଗୋରୁଙ୍କୁ ଅତି ଦୟନୀୟ ଅବସ୍ଥାରେ ଗାଡି ଭିତରେରେ ଆଳୁ ବସ୍ତା ଭଳି ପୁରାଇ ଗୋ ମାଫିଆ ଚାଲାଣ କରୁଥିଲେ। ପଶୁ ଚିକିତ୍ସକଙ୍କ ଦ୍ୱାରା ୩୩ ଆହତ ଗୋରୁଙ୍କୁ ଚିକିତ୍ସା କରାଯିବା ପରେ କରଞ୍ଜିଆ ଗୋଶାଳାକୁ ପଠାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା, ସମ୍ପର୍କୀୟଙ୍କ ଘରେ ୩ ଦିନ ରଖି…

ନନ୍ଦାହାଣ୍ଡି,୧୦।୪ (ପ୍ରତୀପ କୁମାର ଦାଶ): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଛାଡି ଜଣେ ଯୁବକ ଫେରାର ହୋଇଯାଇଥିବା ନେଇ ନବରଙ୍ଗପୁର ଥାନାରେ…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri