Categories: ଜାତୀୟ

ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି ବିଲେଇ: ଲୋକେ ଆତଙ୍କିତ

ଜବଲପୁର,୨୧।୧୧: ମଧ୍ୟପ୍ରଦେଶ ଜବଲପୁରର ସମ୍ଭାଗସ୍ଥିତ ଲେଡ଼ି ଏଲଗିନ୍‌ ହସ୍ପିଟାଲରେ ଏବେ ଆତଙ୍କ ଦେଖାଦେଇଛି। ଏଠାରେ ଗୋଟିଏ ବିଲେଇ ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି। ଗତ ଏକ ସପ୍ତାହ ମଧ୍ୟରେ ଏଭଳି ୨ଟି ଘଟଣା ଘଟିଛି। ତେବେ ହସ୍ପିଟାଲ କର୍ମଚାରୀ ବିଲେଇ ନବଜାତକଙ୍କୁ ନେଇ ଯାଉଥିବାର ଦେଖି ସେମାନଙ୍କୁ ଉଦ୍ଧାର କରିଛନ୍ତି। ଏବେ ସେମାନେ ସୁସ୍ଥ ଥିବା ହସ୍ପିଟାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି। ହସ୍ପିଟାଲ ପକ୍ଷରୁ ବନ ବିଭାଗ ସହିତ ଯୋଗାଯୋଗ କରାଯାଇଛି। ବନ ବିଭାଗ କର୍ମଚାରୀମାନେ ବିଲେଇକୁ ଧରିବା ପାଇଁ ଯୋଜନା କରିଥିବା ସେ କହିଛନ୍ତି। ନବଜାତକଙ୍କ ଶରୀରରେ ରାମ୍ପୁଡ଼ା ଚିହ୍ନ ରହିଥିବା ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି।

Share