ମୁଖ୍ୟମନ୍ତ୍ରୀଙ୍କ ଆଗରେ ବିଜେଡି ବିଧାୟକ ଦେଲେ ବିବାଦୀୟ ବୟାନ, ଭାଜପା ମହିଳା ମୋର୍ଚ୍ଚାର ବିରୋଧ
ନବରଙ୍ଗପୁର,୧୦।୧୨(ସଦାଶିବ ପ୍ରହରାଜ): ବିଜେଡି ବିଧାୟକଙ୍କ ବିବାଦୀୟ ବୟାନ। କହିଲେ ସବୁ ମହିଳା ମୋ ମୋ ଗର୍ଲଫ୍ରେଣ୍ଡ। ଏଭଳି ବିବାଦୀୟ ବୟାନ ଦେଇଛନ୍ତି ନବରଙ୍ଗପୁର ଜିଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ। ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍ଯାପନୀ ଦିବସରେ ମନୋହର ରନ୍ଧାରୀ…
ରାୟଗଡ଼ା ମହୋତ୍ସବ ‘ଚଇତି’କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ରାୟଗଡ଼ା,୧୦।୧୨(ଆଶିଷ ରଞ୍ଜନ ପଣ୍ଡା): ଆସନ୍ତା ୨୬ରେ ରାୟଗଡ଼ା ଜିଲାସ୍ତରୀୟ ଲୋକ ମହୋତ୍ସବ ‘ଚଇତି’ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ ସୂଚନା ଦେଇଛନ୍ତି। ଚଇତିରେ ଯୋଗଦେବା ପାଇଁ ରାୟଗଡ଼ା…
ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ, ଗଠନ ହେବ ଟାସ୍କ ଫୋର୍ସ
ଭୁବନେଶ୍ୱର,୧୦।୧୨: ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର…
ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ଆରମ୍ଭ, ତିନି ମାସରେ ସରିବ କାମ
ପୁରୀ,୧୦।୧୨: ଆସନ୍ତା ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ମଙ୍ଗଳବାର ବସିଥିବା ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଏଥିପାଇଁ ଦ୍ବାର…
ପାରାଦୀପରେ ୭୮ ବାଂଲାଦେଶୀଙ୍କୁ ଅଟକ ରଖିଲା କୋଷ୍ଟଗାର୍ଡ
ପାରାଦୀପ,୧୦।୧୨: ବାଂଲାଦେଶରେ ଏବେ କ୍ଷମତା ସଙ୍କଟ ଚାଲିଥିବା ବେଳେ ଭାରତ ସହିତ ମଧ୍ୟ ସମ୍ପର୍କ ବିଗିଡ଼ିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ପାରାଦୀପ ତଟରେ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ କୋଷ୍ଟଗାର୍ଡ ପକ୍ଷରୁ ଅଟକ ରଖାଯାଇଛି। ସୂଚନା ଅନୁସାରେ ଦୁଇ ବାଂଲାଦେଶୀ…
ପଛପଟୁ ଧକ୍କା ଦେଲା ବସ୍: ୩ ବାଇକ୍ ଆରୋହୀ ମୃତ
ଢେଙ୍କାନାଳ,୧୦।୧୨: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜୀବନ ହରାଇଲେ ତିନି ବାଇକ୍ ଆରୋହୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ଖାଇରାମୁଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ-୫୩ ରେ ଏକ ବସ୍ ସେମାନଙ୍କ ଉପରେ ମାଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ…
କଏଦୀଙ୍କ ପାଇଁ ଖୁସି ଖବର: ଜେଲ ଡିଜି କହିଲେ….
ଭୁବନେଶ୍ୱର,୧୦।୧୨: କଏଦୀଙ୍କ ପାଇଁ ଆସିଲା ଖୁସିଖବର। ରାଜ୍ୟର ୮୭ଟି ଜେଲ୍ରେ ଥିବା ୪୦୦ କଏଦୀଙ୍କ ସଜା ହେବ କୋହଳ । ଅପରାଧ କରିଥିଲେ ସୁଦ୍ଧା ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିବାରୁ ସଜା କୋହଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ…
ରାଜ୍ୟ ସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ
ଭୁବନେଶ୍ୱର,୧୦।୧୨: ରାଜ୍ୟସଭା ପାଇଁ ଏକମାତ୍ର ପ୍ରାର୍ଥୀ ସୁଜିତ କୁମାର। ଏ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶପାଇଛି। ନାମାଙ୍କନ ପାଇଁ ଆଜି ଶେଷ ତାରିଖ ଥିଲା ବେଳେ ଆଉ କୌଣସି ଦଳ ପ୍ରାର୍ଥୀ ଦେଇ ନଥିବା ସ୍ପଷ୍ଟ ହୋଇଛି। ଏକ ପକ୍ଷେ…
ଅଧ୍ୟକ୍ଷ ପଦରୁ ହଟିବେ କି ଧନକର, ନବୀନ କରିବେ ଖେଳ!
ନୂଆଦିଲ୍ଲୀ,୧୦।୧୨: ଚଳିତ ଶୀତକାଳୀନ ଅଧିବେଶନକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି। ସ୍ଥିତି ଏପରି ହୋଇଛି ଯେ, ବିରୋଧୀ ମେଣ୍ଟ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ବିରୋଧୀ ଇଣ୍ଡିଆ ମେଣ୍ଟ ଧନକରଙ୍କୁ କେବଳ…
ଜମିଜମା କିଣାବିକା କରୁଥିଲେ ନିଶ୍ଚିତ ଜାଣନ୍ତୁ, ରାଜସ୍ବମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୦।୧୨: ଆଗାମୀ ଦିନରେ ଜମିଜମା କିଣାବିକା ସମ୍ପୂର୍ଣ୍ଣ କ୍ୟାସଲେସ ହେବ। ଜମିଜମା କିଣାବିକାକୁ କ୍ୟାସଲେସ କରିବାକୁ ଯୋଜନା ଚାଲିଛି। ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ଲାଞ୍ଚ କାରବାରକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ଭୁବନେଶ୍ୱର…
୪ ବର୍ଷରେ ସରିବ ମେଟ୍ରୋ ରେଳ ପ୍ରକଳ୍ପ: ଏହି ସ୍ଥାନରେ ହୋଇପାରେ ଷ୍ଟେସନ
ଭୁବନେଶ୍ୱର,୧୦।୧୨: ଓଡ଼ିଶାରେ ମେଟ୍ରୋ ରେଳ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଲା ଯାଇ ମାଟି ପରୀକ୍ଷା କରାଯାଇଛି। ଏହାରି ମଧ୍ୟରେ ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମେଟ୍ରୋ…
ପ୍ରଥମ ଦେଶ ଭାବେ ସିଙ୍ଗାପୁର ହେବ ଓଡ଼ିଶାର ପାର୍ଟନର, ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି
ଭୁବନେଶ୍ୱର,୧୦।୧୨: ଆସନ୍ତା ବର୍ଷ ଜାନୁଆରୀ ୨୮ ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫’ ପାଇଁ ପ୍ରଥମ ଭାବେ ପାର୍ଟନର ହେବ ସିଙ୍ଗାପୁର। ସିଙ୍ଗାପୁରର ହାଇ କମିଶନର, ସାଇମନ୍ ୱଙ୍ଗ…
Archives


