ବସ୍ଷ୍ଟାଣ୍ଡରେ ଶୋଇଥିଲେ, ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍
ଭଞ୍ଜନଗର,୨୦।୩(ବାବୁଲା ପ୍ରଧାନ)- ବସ୍ଷ୍ଟାଣ୍ଡରେ ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ଚଢ଼ିଗଲା ସରକାରୀ ବସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣ ପଦର…
ଏପ୍ରିଲରୁ ଭୁବନେଶ୍ୱର-ଗୋଆ ସିଧାସଳଖ ବିମାନ ସେବା
ଭୁବନେଶ୍ୱର,୨୦।୩: ଓଡ଼ିଶା ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ଏବଂ ଗୋଆର ଡାବୋଲିମ୍ ବିମାନବନ୍ଦର…
ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ
ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍ କରିବାକୁ ପଛାଉ ନାହାନ୍ତି।…
‘ଗୋପାଳ ପ୍ରକୃତ ଦୋଷୀ ନୁହେଁ, ତାକୁ ବେଲ୍ରେ ଛାଡ଼’
ଭୁବନେଶ୍ୱର,୨୦।୩: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆମୋଡ଼ ନେଉଛି। ବୁଧବାର ତାଙ୍କ ପତ୍ନୀ ମୀନତି ଦାସ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଏବେ ସରକାରଙ୍କୁ…
ଓଡ଼ିଶାରେ ରହିଛି ଭରପୂର ସୁନା; ବିଧାନସଭାରେ ଉତ୍ତର ରଖି ଖଣି ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୨୦।୩: ଓଡ଼ିଶାରେ ଭରପୂର ସୁନା ରହିଛି। ଦେବଗଡ଼, କେନ୍ଦୁଝର ପରେ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଏବଂ ବୌଦ୍ଧ ଜିଲାରେ ବି ସୁନା ଖଣି ରହିଛି। ସେହିଭଳି ମୟୂରଭଞ୍ଜ ଜିଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଏବଂ…
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୨୨ ମାଓବାଦୀ
ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇ ପୃଥକ୍ ସ୍ଥାନରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ଗାଙ୍ଗୋଲ ଅଞ୍ଚଳରେ ୧୮ ମାଓବାଦୀ…
ମଦ ବ୍ୟବସାୟୀଙ୍କ ଘରେ IT ରେଡ୍
ଅନୁଗୋଳ,୨୦ା୩(ମାନସ ବିଶ୍ୱାଳ): ଅନୁଗୋଳ ଜିଲା କରଡ଼ାଗାଡ଼ିଆଠାରେ ଥିବା ଦେଶୀଭାଟିର ମୁଖ୍ୟ ଗୋଦାମ ଉପରେ ଆୟକର ବିଭାଗର ୯ ଜଣିଆ ଟିମ୍ ଚଢ଼ାଉ କରିଛନ୍ତି। ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଆଜି ସକାଳୁ ଚାଲିଛି ଚଢ଼ାଉ।…
ମା’ ହେଲେ କଲେଜ ଛାତ୍ରୀ, ଶୌଚାଳୟରେ ଜନ୍ମ କଲେ ମଲା ଛୁଆ
ନୟାଗଡ଼, ୨୦।୩(ଲୋକନାଥ ମିଶ୍ର): ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟ ପରିସରରେ ମୃତ ଛୁଆ ଜନ୍ମ କରିଛନ୍ତି ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ । ଛାତ୍ରୀ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ(ହଷ୍ଟେଲ)ରେ ରହୁଥିବା ବେଳେ ଘର କନ୍ଧମାଳ ଜିଲା…
ରାଜଧାନୀରେ ୪୬୦ ସ୍କୁଲ ବସ୍ରେ ଫିଟ୍ନେସ୍ ନାହିଁ
ଭୁବନେଶ୍ୱର,୨୦ା୩: ଭୁବନେଶ୍ବରରେ ୪ଶହ ୬୦ଟି ସ୍କୁଲ ବସ୍ରେ ଫିଟ୍ନେସ୍ ନାହିଁ। ବିନା ଫିଟନେସ୍ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ୍। ଭୁବନେଶ୍ବରରେ ୧୪୮୪ ସ୍କୁଲ ବସ୍ ପଞ୍ଜୀକୃତ ହୋଇଥିବାବେଳେ ସେଥିରୁ ୪୬୦ର ଫିଟ୍ନେସ୍ ନାହିଁ। ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି…
ଜୀବନ ଧନ ମୋ ପଖାଳ କଂସା
ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର ଯେଉଁଠାରେ ରୁହନ୍ତୁନା କାହିଁକି ଓଡ଼ିଆ ଲୋକଙ୍କର ପଖାଳ ପ୍ରତି ଥିବା ଲାଳସା କେବେବି କମ୍…
ଜଙ୍ଗଲରେ ମାଓବାଦୀଙ୍କ ବଡ଼ ବେସ୍ କ୍ୟାମ୍ପ ଠାବ, ଗୁଳି ଚଳାଇଲା ପୋଲିସ
ମାଲକାନଗିରି,୨୦ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାର ଗଙ୍ଗଲୁର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ। ପୋଲିସ ଏନ୍କାଉଣ୍ଟରରେ କିଛି ମାଓବାଦୀ ନିହତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି। ମାଓବାଦୀଙ୍କ ବଡ଼ ଧରଣର ବେସ୍ କ୍ୟାମ୍ପ ଥିଲା…
ପୁରୀ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବେ ଓଡ଼ିଶା ସରକାର: ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୨୦।୩: ଓଡ଼ିଶାକୁ ଏକ ବୈଷୟିକ ଡିଜିଟାଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ପୁରୀ ଠାରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ସ୍ଥାପନ କରିବାକୁ ପଦକ୍ଷେପ ନେଉଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…
Archives


