ନବୀନଙ୍କୁ ଗୋଇଠା ମାରୁଥିଲେ ପାଣ୍ଡିଆନ୍‌: ସାଙ୍ଘାତିକ ଗୁମର ଖୋଲିଲେ ଭାଜପା ବିଧାୟକ

ଭୁବନେଶ୍ୱର,୨୦।୩: ୨୦୨୪ ନିର୍ବାଚନରେ ବିଜେଡି ନେତା ଭି କେ ପାଣ୍ଡିଆନ୍‌ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଥମିବାର ନାଁ ଧରୁନି। ଅଧିକାଂଶ ସମୟରେ ଭାଜପା ନେତାମାନେ ତାଙ୍କୁ ଟାର୍ଗେଟ୍‌ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଗୁରୁବାର ଭାଜପା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ଗୁମର ଖୋଳିଛନ୍ତି।

ସେ କହିଛନ୍ତି, ପାଣ୍ଡିଆନ ନବୀନ ବାବୁଙ୍କୁ ପାଗଳ କରି ରଖିଥିଲେ। କେତେବେଳେ ଫ୍ଲାଇଂ କିସ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ। ନବୀନ ବାବୁ କିଛି ବୁଝି ପାରୁ ନ ଥିଲେ, କିଛି ଜାଣି ପାରୁ ନ ଥିଲେ। ପାଣ୍ଡିଆନ ତାଙ୍କ ହାତ ମାଡି ବସୁଥିଲେ, ଗୋଇଠା ମାରୁଥିଲେ। ପାଣ୍ଡିଆନ ଚାହୁଁ ନ ଥିଲେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି । ଭାଗ୍ୟ ଭଲ ନବୀନ ମୁଖ୍ୟମନ୍ତ୍ରୀ ହେଲେ ନାହିଁ । ନ ହେଲେ ସେ ଆଜି ଭଲରେ ନ ଥାନ୍ତେ। ଏବେ ନବୀନ ବାବୁ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

ଏହାର ଜବାବରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି,ବିଜେଡି କହିଛି ନବୀନଙ୍କ ବାବଦରେ ଭୁଲ ପ୍ରଚାର କରାଯାଉଛି । ପାଣ୍ଡିଆନ ନବୀନଙ୍କୁ କୌଣସି ଔଷଧ ଦେଉ ନ ଥିଲେ । ନିଜ ପ୍ରଚାର ପାଇଁ ପଦ୍ମଲୋଚନ ନବୀନଙ୍କୁ ମୋହରା କରୁଛନ୍ତି। ନବୀନ ବାବୁଙ୍କ ବୟସ ହେଲାଣି ତାଙ୍କ ହାତ ଥରୁଥିଲା। ବୟସ ହେଲେ ସମସ୍ତଙ୍କ ହାତ ଥରିବ। ଏଥିରେ ନୂଆ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। ଆସନ୍ତାକାଲି,...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri