ଭାଜପା ବିଜେଡିକୁ ଟାର୍ଗେଟ କଲେ ସୋଫିଆ, ଖୋଲିଦେଲେ ରାଜ୍ୟ ବିକାଶ ନ ହେବାର ବଡ଼ କାରଣ
ଭୁବନେଶ୍ୱର,୭।୪ : କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଭାଜପା ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମହିଳାଙ୍କୁ ସବୁବେଳେ ଭୋଟ ବ୍ୟାଙ୍କ ହିସାବରେ ଦେଖାଯାଉଛି। ଭୋଟ ବ୍ୟାଙ୍କ ହିସାବରେ ଦେଖୁଥିବାରୁ ରାଜ୍ୟର ବିକାଶ ହେଉନି। ୪୦, ୫୦ବର୍ଷ ମହିଳାଙ୍କୁ କାଢ଼ି ଦେଲେ…
ନବୀନ ନିବାସରେ ଶୁଭିଲା ପାଣ୍ଡିଆନ ଗୋ ବ୍ୟାକ ନାରା: ଗର୍ଜିଲେ ମୁନ୍ନାଙ୍କ ସମର୍ଥକ
ଭୁବନେଶ୍ୱର,୭।୪: ୱକ୍ଫ ବିଲ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ତୁମ୍ବିତୋଫାନ । ବିଜେଡି ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାନ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ସସ୍ମିତ ପାତ୍ରଙ୍କ ଭାଜପା ସମର୍ଥିତ…
ସ୍ତ୍ରୀ, ପୁଅ ସମେତ ୩ ଜଣଙ୍କୁ ଗୁଳି କଲେ ବ୍ୟକ୍ତି, ପଛରେ ଥିଲା ଏମିତି କାରଣ
ଢେଙ୍କାନାଳ,୭ା୪: ଶନିବାର ଢେଙ୍କାନାଳରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଉପୁଜିଥିବା ହିଂସାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜିଲାର ତାଳବରକୋଟ ଗାଁରେ ଘଟିଥିବା ଏହି ଘଟଣାରେ ମାୟାଧର ବେହେରା ନାମକ ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଅଭିଯୋଗ…
ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍, କହିଲେ-ମୁଁ ସିଧା ଯାଇ…
ଭୁବନେଶ୍ୱର,୭ା୪: ଓ୍ବକ୍ଫ ବିଲ୍କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା। ଏହାରି ମଧ୍ୟରେ ରାଜ୍ୟସଭା ଏମପି ମୁନା ଖାନ୍ ଭୁବନେଶ୍ୱରରେ…
ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ୱର,୭ା୪: ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ଯାଏ ଉତ୍ତରପଶ୍ଚିମ ଦିଗରେ ଏହା ଗତି କରିବ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବ। ୪୮ ଘଣ୍ଟା ଯାଏ ସାମାନ୍ୟ ଉତ୍ତର ଆଡ଼କୁ…
ଦେବାଶିଷଙ୍କୁ ସିଧା ଟାର୍ଗେଟ୍ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…
କଟକ,୭ା୪: ଏମ୍ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍ ବିଲ୍ ଭୋଟ୍ ବେଳେ ଓ୍ବାକଆଉଟ୍କୁ ନେଇ ସିଧା ଟାର୍ଗେଟ କରିଛନ୍ତି ସୋଫିଆ। ସେ କହିଛନ୍ତି, ଓ୍ବାକଆଉଟ୍ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ…
ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର
ପୁରୀ,୭ା୪(ଅଜିତ୍ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି…
ପ୍ରଫୁଲ୍ଲ ଘଡ଼ାଇଙ୍କ ବିସ୍ଫୋରକ ବୟାନ: ନବୀନ ସାମ୍ନାକୁ ଆସିଲେ ସବୁ ସତ…
ଭୁବନେଶ୍ୱର,୭ା୪: ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଜୋର୍ଦାର ଚର୍ଚ୍ଚା ଚାଲିଛି। ବିଶେଷକରି ଓ୍ବକ୍ଫ ବିଲକୁ ନେଇ ସେ କହିଛନ୍ତି କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା…
ଖୋର୍ଦ୍ଧାରେ ଫୁଟିଲା ବୋମା: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଖୋର୍ଦ୍ଧା,୭ା୪: ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ସେହି ଗ୍ରାମର ନିରାକାର ସିଂ। ଆହତ ହେଲେ ବଣ୍ଟି ଅରିସଲ। ତାଙ୍କୁ ଗୁରୁତର…
‘ସୁଭଦ୍ରା’କୁ ନେଇ ପୁଣି ଏକ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହିଦିନ ଆକାଉଣ୍ଟକୁ ଆସିବ ଟଙ୍କା…
ଭୁବନେଶ୍ୱର,୭ା୪: ‘ସୁଭଦ୍ରା’ ଯୋଜନାକୁ ନେଇ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଆସନ୍ତା ୨୨ ଓ ୨୩ ତାରିଖରେ ମହିଳାମାନଙ୍କୁ ତୃତୀୟ କିସ୍ତି ସୁଭଦ୍ରା ଟଙ୍କା…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ପୁନର୍ଗଠନ ହେବ SHG, ଏଥିରେ ଯୋଡ଼ି ହେବେ…
ଭୁବନେଶ୍ୱର,୭ା୪: SHG( ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ କରାଯିବ। ଏଥିରେ GPLF, CPL, BLFଙ୍କୁ ଜିଲା ଓ ରାଜ୍ୟ ସ୍ତରରେ…
ଉତ୍ତର ଓଡ଼ିଶାରେ ୭ ରେଳ ଷ୍ଟେଶନର ନବୀକରଣ
ଭୁବନେଶ୍ୱର,୭ା୪(ଅନୁରାଧା ମହାରଣା): ଭାରତୀୟ ରେଳପଥର ଅମୃତ ଷ୍ଟେଶନ ଯୋଜନାରେ ଉତ୍ତର ଓଡ଼ିଶାର ବିଭିନ୍ନ ରେଳ ଷ୍ଟେଶନର ପୁନର୍ବିକାଶ ବା ନବୀକରଣ କରାଯାଉଛି। ଏଥିମଧ୍ୟରେ କେନ୍ଦୁଝରଗଡ଼, ବଡ଼ବିଲ, ଜାରୋଲି, ବାରିପଦା, ରାଇରଙ୍ଗପୁର, ବେତନଟି ଏବଂ ବାଦାମପାହାଡ ଷ୍ଟେଶନ ରହିଛି। ଭିତ୍ତିଭୂମିର ଉନ୍ନତି, ସୁବିଧାସୁଯୋଗର…
Archives


