ରାଜ୍ୟ

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରବା ସହ ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ…

ଅଙ୍ଗ ତସ୍କରୀ ପାଇଁ ପିଲା ଚୋରି: ମହିଳାଙ୍କ ସହ ଅପହରଣ କରିଥିବା ଯୁବକ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ଏହି ଘଟଣାରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଏପରି…

Odisha Fishing Ban: ଆଜିଠାରୁ ଓଡ଼ିଶା ଉପକୂଳରେ ମାଛ ଧରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫।୪: ମାଛମାନଙ୍କ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ, ଓଡ଼ିଶା ଉପକୂଳରେ ଏପ୍ରିଲ ୧୫ ତାରିଖରୁ ଦୁଇ ମାସ ପାଇଁ ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିଷେଧ ଅନୁଯାୟୀ, ସମସ୍ତ ଯାନ୍ତ୍ରିକ ଡଙ୍ଗା ଏବଂ ଟ୍ରଲରଗୁଡ଼ିକୁ…

ଜୟଶ୍ରୀରାମ, ଜୟ ହନୁମାନ ଧ୍ୱନିରେ କମ୍ପିଲା ସମ୍ବଲପୁର ସହର: ସାମିଲେ ହେଲେ ଧର୍ମେନ୍ଦ୍ର, ଜୟନାରାୟଣ

ସମ୍ବଲପୁର,୧୪ା୪(ବି.ଶଙ୍କର/ଭବାନୀଶଙ୍କର ଭୋଇ): ମହାବିଷୁବ ସଂକ୍ରାନ୍ତି ତିଥିରେ ସମ୍ବଲପୁରର ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡିକରେ ସୋମବାର ଦିନବେଳ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ରାତିରେ ବିଭିନ୍ନ ପଡାରୁ ଦିବ୍ୟ ଏବଂ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।…

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ପୋଲିସ ଅପହରଣକାରୀଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି। ସୂଚନା ଯୋଗ୍ୟ, ଶନିବାର…

୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଡିଜେ: ଚାଲିଗଲା ୨ ଜୀବନ, ୭ ଆହତ

ଭଦ୍ରକ/ତିହିଡ଼ି,୧୫ା୪(ସନାତନ ରାଉତ/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ୍‌ ନୂଆନନ୍ଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପାଟୁଆ ଶୋଭାଯାତ୍ରା ବେଳେ ଅଘଟଣ ଘଟିଛି। ଶୋଭାଯାତ୍ରାରେ ଆସୁଥିବା ଡିଜେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୨ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୭…

ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସହର

ବାଲୁଗଁା/ବାଣପୁର,୧୫।୪(ସଂଗ୍ରାମ ପାଇକରାୟ/ଦିଲୀପ ସ୍ବାଇଁ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସୋମବାର ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମାମୁ-ଭଣଜା ପାହାଡ଼ସ୍ଥିତ ହନୁମାନ ମନ୍ଦିରରୁ ବାହାରି…

ବାଇକ୍‌କୁ ଚାପିଦେଲା ଟ୍ରକ୍‌: ୩ ମୃତ

ବଡ଼ଗାଁ,୧୫।୪: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ମରିଚିମୁଣ୍ଡା ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ୩ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ବିରତୁଲା ଗ୍ରାମର ବୋଲି ସୂଚନା ମିଳିଛି। ମିଳିଥିବା…

୮ ମାସ ପରେ ବି ମିଳୁନି ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା, ସମନ୍ୱୟ କିଏ ରକ୍ଷା କରୁଛି: ଅନୁ

ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ। ୮ ମାସ ପରେ ବି ଜଳସମ୍ପଦ ବିଭାଗ…

ଆହୁରି ସପ୍ତାହେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର, ୧୫ା୪(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା…

ସରକାରୀ ନୋଟିସ ମୂଲ୍ୟହୀନ: କେନ୍ଦ୍ରାପଡ଼ାରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶକାରୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ବାଂଲାଦେଶ ଓ କେନ୍ଦ୍ରାପଡ଼ା ଜିଲା ମଧ୍ୟରେ ଖୋଲାମେଲା ସମୁଦ୍ର। ଏହି ଦୂରତା ଅତିକ୍ରମ କରିବା ପାଇଁ ସି ସଟ୍‌ଲକୁ ମାତ୍ର ୮ ଘଣ୍ଟା ଆବଶ୍ୟକ। ତଟରକ୍ଷା ବାହିନୀ, ୩ ସାମୁଦ୍ରିକ ଥାନା ସତ୍ତ୍ୱେ ଅନୁପ୍ରବେଶ ରୋକି ହେଉନାହିଁ।…

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି। ଓଡିଶା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ମହାସଂଘ ଭଞ୍ଜନଗର ଶାଖା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri