ଖଣିଜ ସମ୍ପଦରେ ଭରା ଓଡ଼ିଶାର ଶ୍ରେଷ୍ଠ ୬ ଜିଲା, ରାଜ୍ୟ ଅର୍ଥନୀତିର ମୂଳ ଶକ୍ତି
ଓଡ଼ିଶା ଭାରତର ଖଣିଜ ସମ୍ପଦରେ ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ, ଯାହା ଲୌହ ଖଣିଜ, କୋଇଲା, ବକ୍ସାଇଟ୍, ମାଙ୍ଗାନିଜ୍, କ୍ରୋମାଇଟ, ଚୂନ ପଥର ଏବଂ ଅନ୍ୟାନ୍ୟ ଖଣିଜ ପାଇଁ ପ୍ରସିଦ୍ଧ। ଏହାର ଭୂଗର୍ଭୀୟ ସମ୍ପଦ ରାଜ୍ୟର ଅର୍ଥନୀତି ଓ ଶିଳ୍ପାୟନରେ ଗୁରୁତ୍ୱପୂର୍ଣ୍ଣ…
ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍, ବିପୁଳ ସମ୍ପତ୍ତି ଠାବ
ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬ ଗ୍ରାମ ଓଜନର ସୁନା ଅଳଙ୍କାର, ୧.୦୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା ଏବଂ…
ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର
କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର ହେମ୍ବ୍ରମଙ୍କୁ ଦୀର୍ଘ ୨୫ ବର୍ଷ ପରେ କେନ୍ଦୁଝର ଜେଲରୁ ମୁକ୍ତି ପାଇଛନ୍ତି। ସୂଚନା ଅନୁସାରେ,…
ମହାଦେବ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲା: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଇଡିର ଚଢାଉ
ଭୁବନେଶ୍ୱର,୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମହାଦେବ ଅନଲାଇନ୍ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲାର ତଦନ୍ତକୁ ତୀବ୍ର କରିଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚଢାଉ କରାଯାଇଛି। ସମ୍ବଲପୁର, ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ଅହମ୍ମଦାବାଦ, ଜୟପୁର, ଚେନ୍ନାଇ ଏବଂ ଇନ୍ଦୋର…
ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ…
ପରମିତା ଶତପଥୀ ତ୍ରିପାଠୀ ଓଡ଼ିଶାରେ ନୂତନ ପ୍ରମୁଖ ମୁଖ୍ୟ ଆୟକର କମିଶନର
ଭୁବନେଶ୍ୱର,୧୬।୪: ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପରମିତା ଶତପଥୀ ତ୍ରିପାଠି ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ…
ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍ ସେଣ୍ଟର; ଘର କିମ୍ବା ଶ୍ମଶାନ ଯାଏ…
ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି। ତେବେ ମୃତଦେହକୁ…
ଅପ୍ରେଲ ୨୧ ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁବାର ପଞ୍ଜିକରଣ
ଭୁବନେଶ୍ବରତା,୧୬।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଅପ୍ରେଲ ୨୧ ତାରିଖ-ସୋମବାରରେ ସମ୍ବଲପୁରରେ ଜନସାଧାରଣଙ୍କର ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ, ଦୁର୍ଗାପାଲି ଠାରେ ଏହି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତାକାଲି…
ତାତିଲେ ବାପି ପଣ୍ଡା, ଦେଲେ ଖୋଲା ଧମକ
ଭୁବନେଶ୍ୱର,୧୬।୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ କରିଛି କଳାକାର ସଂଘ । ମାଲିକ ସଂଘ ବୈଠକକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି…
ଜଗଦ୍ଦେବଙ୍କ ବିସ୍ଫୋରକ ବୟାନ, ନବୀନଙ୍କୁ ହଟାଇବାକୁ…ରାଜନୀତିରେ ଚହଳ
ଭୁବନେଶ୍ୱର,୧୬।୪: ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏପରିକି ଦଳକୁ ନେଇ ଖୋଦ୍ ବିଜେଡି ନେତା ମଧ୍ୟ ବିଭିନ୍ନ ବୟାନବାଜି କରୁଛନ୍ତି। ଏଥିସହ ଦଳ ଛାଡି ଭାଜପାରେ ମିଶିଥିବା ଅନେକ ବଡ଼ ବଡ଼ ନେତା ମଧ୍ୟ ମୁହଁ ଫିଟାଇଛନ୍ତି। ଏହାରି…
ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି
ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ ଘୋଷଣା ହେବ ନୂଆ ସଭାପତିଙ୍କ ନାଁ। ଖୁବ୍ ଶୀଘ୍ର ଘୋଷଣା ହେବ ରାଜ୍ୟ ପରିଷଦ…
ରାଜନୀତିରେ ହଇଚଇ: କହିଦେଲେ ଅଖିଳେଶ, ଏବେ ଶ୍ରୀକାନ୍ତଙ୍କ ଗତି କୁଆଡ଼େ ନେଇ ବଢ଼ୁଛି ସସ୍ପେନ୍ସ
ଭୁବନେଶ୍ୱର,୧୬।୪: ଅଖିଳେଶ ଯାଦବଙ୍କ ଭୁବନେଶ୍ବର ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଏହି ସମୟରେ ସେ କହିଥିବା କିଛି କଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ନେଇ ସସ୍ପେନ୍ସ ବଢ଼ାଇଛି। ସେ କହିଛନ୍ତି , ବରିଷ୍ଠ କଂଗ୍ରେସ…
Archives


