୨୦ ଲକ୍ଷ କରିନାହାନ୍ତି ଇ- କେଓ୍ବାଇସି, କାଟି ଦିଆଯିବ ରାଶନ କାର୍ଡ: ମନ୍ତ୍ରୀ
ଭୁବନେଶ୍ୱର,୬ା୬(ସୁନିତ୍ ମିଶ୍ର): ରାଜ୍ୟର ୨୦ ଲକ୍ଷ ହିତାଧିକାରୀ ଏ ଯାଏଁ ଇ-କେଓ୍ବାଇସି କରିନାହାନ୍ତି। ଯେଉଁମାନେ ଜୁନ୍ ଶେଷ ସୁଦ୍ଧା ଇ-କେଓ୍ବାଇସି ନ କରିଥିବେ ସେମାନଙ୍କ ରାଶନ କାର୍ଡ କାଟି ଦିଆଯିବ। ପ୍ରାୟ ୫ ପ୍ରତିଶତ ଲୋକ ବର୍ତ୍ତମାନ ସୁଦ୍ଧା ଇ-କେଓ୍ବାଇସି କରିନାହାନ୍ତି।…
ଆଜି ରାଜ୍ୟ କ୍ୟାବିନେଟ୍: ହୋଇପାରେ ବଡ଼ ଧରଣର ନିଷ୍ପତ୍ତି
ଭୁବନେଶ୍ୱର,୬ା୬: ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବସିବ। ଅପରାହ୍ନ ୪ଟାରେ ଲୋକସେବା ଭବନ ତୃତୀୟ ମହଲାର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ…
ମହାନତା ଦେଖାଇଲେ ପ୍ରକୃତିପ୍ରେମୀ: ଚାରା ନେଲେ, ପୁରସ୍କାର ବାବଦକୁ ଦିଆଯାଇଥିବା ଚେକ୍ ଫେରାଇ ଦେଲେ
ବରଗଡ଼,୬ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବନଖଣ୍ଡ ବିଭାଗ ତଥା ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଏକ ହୋଟେଲସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲାସ୍ତରୀୟ ବଶ୍ୱେ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୯ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର…
ବିଭାଗୀୟ ଅଧିକାରୀଙ୍କୁ ‘ୟୁସି’ ଡର
ଭୁବନେଶ୍ୱର,୬ା୬(ରବିନାରାୟଣ ଜେନା): ରାଜ୍ୟରେ ଆର୍ଥିକ ଶୃଙ୍ଖଳା କିଭଳି ନିୟନ୍ତ୍ରଣରେ ରହିବ ଓ ବିଭାଗଗୁଡ଼ିକ ସରକାରୀ ଯୋଜନା ଅନୁଯାୟୀ ଅର୍ଥ ଖର୍ଚ୍ଚ କରିବେ, ତାହାକୁ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ବୈଠକ ବସୁଛି। ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ…
ବଦଳିଲେ ଭଦ୍ରକ ଏସ୍ପି: ମନୋଜଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର,୫।୬: ଗୃହ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳି କରାଯାଇଛି। ତାଙ୍କୁ ନବରଙ୍ଗପୁର ବଦଳି କରାଯାଇଥିବା ବେଳେ ଭଦ୍ରକ ନୂଆ ଏସ୍ପି ଭାବେ ମନୋଜ କୁମାର ରାଉତଙ୍କୁ ନିଯୁକ୍ତି…
ଭଦ୍ରକରେ ଚାଞ୍ଚଲ୍ୟ: ଗରମ ପାଣି ଢାଳି ଯୁବକଙ୍କୁ ହତ୍ୟା
ଭଦ୍ରକ,୫।୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁ ପଞ୍ଚାୟତରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ୬ ମାସ ପରେ ଆଉ ଏକ ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗରମ ପାଣି ଢାଳି ଜଣେ ଯୁବକଙ୍କୁ ହତ୍ୟା କରାଯାଇ ଥିବା ଅଭିଯୋଗ…
ଓଡ଼ିଶାର ସୁଚିତ୍ରା ପରିଡ଼ା ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ଜିତିଲେ ଦ୍ୱିତୀୟ ପଦକ
ଭୁବନେଶ୍ୱର, ୫।୬: ଓଡ଼ିଶାର ସୁଚିତ୍ରା ପରିଡ଼ା ପ୍ୟାରିସରେ ଆୟୋଜିତ ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ-୨୦୨୫ରେ ଦ୍ୱିତୀୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ସେ ଜାଭେଲିନ୍ ଓ ଶଟପୁଟ ଥ୍ରୋ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସୁଚିତ୍ରା ଫ୍ରାନ୍ସର ରାଜଧାନୀରେ ଆୟୋଜିତ…
ରାଜ୍ୟରେ ଖୁବଶୀଘ୍ର ଖୋଲିବ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
ଭୁବନେଶ୍ୱର,୫ା୬: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ମୂଳପତ୍ର ଆଗାମୀ ସପ୍ତାହରେ ଓଡ଼ିଶାରେ ସ୍ଥାପନ କରାଯିବ, ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋନ୍ଦ ସୂଚନା ଦେଇଛନ୍ତି। ଓଡ଼ିଶାରେ ଭାଜପା ସରକାରର…
ଗଞ୍ଜାମକୁ ୨୮,୦୮୪ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୧୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
ଛତ୍ରପୁର,୫ା୬(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶରେ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ୧୫, ୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି…
ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ ଗୁରୁବାର ଭୋରରେ ତାଙ୍କ ବରଗଡ଼ସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ…
ପିନାକୀ ନା ମହୁଆ: କିଏ ଅଧିକ ଧନୀ?
ନୂଆଦିଲ୍ଲୀ,୫।୬: ତୃଣମୂଳ କଂଗ୍ରେସ ନେତା ତଥା ଏମପି ମହୁଆ ମୋଇତ୍ରା ବିଜୁ ଜନତା ଦଳ ନେତା ଏବଂ ପୂର୍ବତନ ଏମପି ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଉଭୟ ଜର୍ମାନୀରେ ଲୁଚିଲୁଚି ବିବାହ କରିଛନ୍ତି। ତାଙ୍କ ବିବାହ ଫଟୋ ମଧ୍ୟ ସୋସିଆଲ ମିଡିଆରେ…
ସ୍ନାନପୂର୍ଣ୍ଣିମାରେ ପୁରୀକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସୁରକ୍ଷା ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା। ତେବେ ସ୍ନାନପୂର୍ଣ୍ଣିମା…
Archives


