ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର,୨୫।।୬(ବ୍ୟୁରୋ): ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ, ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଲାଭ କରିଛି। ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ କରିଛି। ବର୍ତ୍ତମାନ ବଜାରରେ ଶାଢ଼ି ଅପେକ୍ଷା ପରିଧାନ ବସ୍ତ୍ର(ରେଡିମେଡ୍ ଗାର୍ମେଣ୍ଟ)ର ଚାହିଦା ବହୁଳ ମାତ୍ରାରେ…
ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍ରେ ଆଇଏନ୍ଆଇଏଫ୍ଡିର କମାଲ୍
ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ କରି ବିଶେଷ ସଫଳତା ହାସଲ କରିଛି ଇଣ୍ଟରନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ଫ୍ୟାଶନ ଡିଜାଇନିଂ(ଆଇଏନ୍ଆଇଏଫ୍ଡି)। ନିକଟରେ…
ଅଣସରରେ ହୁଅନ୍ତି ନୂଆ ଦଇତାପତି
ପୁରୀ ଅଫିସ, ୨୫।୬: ଦଇତାପତି। ଶ୍ରୀମନ୍ଦିରର ସେବକ। ବର୍ଷର ବିଭିନ୍ନ ସମୟରେ ମହାପ୍ରଭୁଙ୍କ ସେବା ଥିଲେ ମଧ୍ୟ ଏମାନଙ୍କ ମୁଖ୍ୟସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ରହିଥାଏ। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା, ଅଣସର, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା,…
ରଥ ରଙ୍ଗକାମ ଆରମ୍ଭ
ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ ଭୂଇଁ ଖଞ୍ଜା କାମ ଚାଲିଛି। ସୋମବାର ସୁଦ୍ଧା ତିନିରଥର ୩୬ ନାହାକ କାଠ ଚଉପଟ…
ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ଡ୍ୟାନ୍ସ ଫେଷ୍ଟିଭାଲ ଉଦ୍ଯାପିତ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେଉଥିବା ଇଣ୍ଡିଆ ଇଣ୍ଟରନ୍ୟାଶନାଲ୍ ଡ୍ୟାନ୍ସ ଫେଷ୍ଟିଭାଲ୍-୨୦୧୯ (ଆଇଆଇଡିଏଫ୍) ସୋମବାର ଉଦ୍ଯାପିତ ହୋଇଯାଇଛି। ତିନିଦିନ ଧରି ଚାଲିଥିବା ଏହାର ଉଦ୍ଯାପନୀ ଦିବସର ପ୍ରାରମ୍ଭରେ ଫ୍ୟୁଚର ଫେସେସ୍ ଟ୍ୟାଲେଣ୍ଟ ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପୁରୀର ସୌମେନ୍ଦ୍ର ପି. ଚମ୍ପତିରାୟ,…
ଖଣ୍ଡଗିରିରୁ ଇନୋଭା ଲୁଟ ଘଟଣା ଯଦୁପୁରରୁ ଗାଡି ଜବତ, ୨ଜଣଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଗତ ସପ୍ତାହରେ ଖଣ୍ଡଗିରି ଅଞ୍ଚଳରୁ ଲୁଟ୍ ହୋଇଥିବା ଏକ ଇନୋଭା ଗାଡ଼ିକୁ ସ୍ପେଶାଲ ସ୍କ୍ବାଡ ପୋଲିସ ଯଦୁପୁରରୁ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଛି। ସେମାନେ ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇ ଯଦୁପୁରରେ…
ନରସିଂହ କଂଗ୍ରେସ ବିଧାୟକ ଦଳ ନେତା
ଭୁବନେଶ୍ୱର, ୨୪।୬(ବ୍ୟୁରୋ): କଂଗ୍ରେସ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମାତ୍ର ୯ଟି ଆସନ ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି। ତେବେ ଦଳ ପକ୍ଷରୁ କାହାରିକୁ ବିଧାୟକ ଦଳ ନେତାଭାବେ ନିଷ୍ପତ୍ତି ହୋଇ ନ ଥିଲା। ୨୫ରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ…
ଆସନ୍ତା ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କିଛିଦିନ ହେବ ବନ୍ଦ ରହିଥିଲା। ଏହାସହ ଜିଲାପାଳମାନଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ ରହିଥିଲା। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ଦୂର ହୋଇଯାଇଥିବାରୁ ଜୁଲାଇ ୧ରୁ…
ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା
ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲା ପାଇଁ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଭତ୍ତା। ମଧୁବାବୁ ପେନ୍ସନ ପାଉଥିବା…
ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ
ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର କଂଗ୍ରେସକୁ ହଟାଇ ଭାଜପା ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। ଗତ ବିଧାନସଭା ଅଧିବେଶନଗୁଡିକରେ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୯କୋଟି ୨୪ଲକ୍ଷ ଟଙ୍କା ସହାୟତା
ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଫନୀ ବାତ୍ୟା ଦୁର୍ଗତଙ୍କ ପୁନରୁଦ୍ଧାର ପାଇଁ ସୋମବାର ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ପକ୍ଷରୁ ୫ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଣ୍ଟ୍ରାଲ ବ୍ୟାଙ୍କ…
ରବି ଧାନ ସଂଗ୍ରହଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ: ୧୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର,୨୫।୬(ବ୍ୟୁରୋ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସୋମବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୮-୧୯ ରବି ସଂଗ୍ରହଣ ଋତୁରେ ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନେ…

