ରାଜ୍ୟ

କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିନାହାନ୍ତି ସରକାର: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ଫନୀକୁ ୧୮ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ”ଜିରୋ କାଜୁଆଲିଟିର“ ନାରା ଦେଉଥିବା ସରକାର ପହଞ୍ଚିପାରି ନାହାନ୍ତି। ରାଜ୍ୟରେ ହଜାର ହଜାର ଲୋକ ବିଶେଷ କରି ପୁରୀ, ଖୋର୍ଦ୍ଧା,ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲାରେ ବିପନ୍ନ ହୋଇଥିଲେ ମଧ୍ୟ…

କେନ୍ଦ୍ର ଅର୍ଥ ଲୁଟିବାକୁ ଯୋଜନା: ଭାଜପା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦୁଇଦିନ ତଳେ ରାଜ୍ୟ କ୍ୟାବିନେଟ୍‌ରେ ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ୫ ଲକ୍ଷ ଟଙ୍କାର କାମ ପାଇଁ କାର୍ଯ୍ୟାଦେଶ ଦିଆଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ବାତ୍ୟା ‘ଫନୀ’ର ପୁନଃ ଉଦ୍ଧାର ପାଇଁ ହୋଇଥିବା ୨୦ଲକ୍ଷ ଟଙ୍କାର କାର୍ଯ୍ୟ…

ପ୍ରଶ୍ନପତ୍ରରେ ରହିବ ସିକ୍ରେଟ୍‌ କୋଡ୍‌

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ କିପରି ରୋକାଯାଇପାରିବ ସେଥିପାଇଁ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆସନ୍ତାବର୍ଷଠାରୁ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବ ବୋଲି…

ବିଭିନ୍ନ ବିଦ୍ୟାଳୟର ପରୀକ୍ଷା ଫଳ

ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୮ ବିଦ୍ୟାଳୟର ମୋଟ ୧୮୬ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଏ୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୧୪ଜଣ ଏ୨, ୮ଜଣ ବି୧, ୨୭ଜଣ ବି୨, ୩୮ଜଣ ସି, ୩୭ଜଣ…

ଆଜିଠୁ ସ୍ବାଭାବିକ ହେବ ପାର୍କ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବାତ୍ୟା ‘ଫନୀ’ ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଭୁବନେଶ୍ୱରର ପାର୍କଗୁଡ଼ିକ ସ୍ବାଭାବିକ ହେବ। ବିଡିଏ ଦ୍ୱାରା ରକ୍ଷଣାବେକ୍ଷଣା କରାଯାଉଥିବା ପାର୍କଗୁଡ଼ିକ ବୁଧବାରଠାରୁ ସକାଳେ ଏବଂ ସନ୍ଧ୍ୟାରେ ଜନସାଧାରଣଙ୍କ ଲାଗି ଖୋଲା ରହିବ। ପୂର୍ବରୁ ବିଡିଏ ଦ୍ୱାରା ପରିଚାଳିତ ମୁଖ୍ୟ ପାର୍କଗୁଡ଼ିକ…

ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ-୨୦୧୯ ‘ଆମ ଆମ୍ବ ବଜାର’ ଆସନ୍ତା ଜୁନ୍‌ ୧ରୁ ଅନୁଷ୍ଠିତ ହେବ।…

୭ ବର୍ଷୀୟା ବାଳିକାଙ୍କୁ ବିଏମ୍‌ସିର ସହାୟତା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୭ବର୍ଷୀୟା ଜଣେ ବାଳିକାଙ୍କୁ ସହାୟତା ପ୍ରଦାନ କରିଛି। ଭିଏସ୍‌ଏସ୍‌ ନଗର ତାରିଣୀ ବସ୍ତିରେ ରହୁଥିବା ଶ୍ରେୟା ପାତ୍ରଙ୍କୁ ଏହି ସହାୟତା ମିଳିଛି। ମା’ବାପା ଛେଉଣ୍ଡ ଶ୍ରେୟା ଜେଜେ ମା’ ଓ…

ମର୍ଦ୍ଦରାଜପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର:୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି

ଖଣ୍ଡପଡ଼ା,୨୨ା୫(ସ୍ବ.ପ୍ର.)- ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ଦାବି ପରେ ଖଣ୍ଡପଡ଼ା ବ୍ଲକ ମର୍ଦ୍ଦରାଜପୁରଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବାର ଦୀର୍ଘ ୧୫ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଏହାକୁ ନେଇ…

ଖୋର୍ଦ୍ଧା ଜିଲା: ପାସ୍‌ହାର ୭୮.୬୭%ଭୁବନେଶ୍ୱରରେ ୮୨%

ଖୋର୍ଦ୍ଧା ଅଫିସ୍‌/ଭୁବନେଶ୍ୱର,୨୨।୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ୨୦୧୯ ମାଟ୍ରିକ୍‌ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲାରେ ୭୮.୬୭ପ୍ରତିଶତ ପାସ୍‌ହାର ରହିଛି। ଜିଲାର ୩୩୮ ସ୍କୁଲର ୨୮,୨୫୯ ଛାତ୍ରୀଛାତ୍ର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଫର୍ମ…

କାନ୍ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ପୋଷାକ‘ଦି ଲାଷ୍ଟ୍‌ କଲର୍‌’ର ପ୍ରମୋଶନ କଲେ ଜିତେନ୍ଦ୍ର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ପୁଣିଥରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ୍‌ କାର୍ପେଟ୍‌ରେ ଚାଲିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କାନ୍ସରେ ସ୍ମାଇଲ୍‌ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଫର୍‌ ଚିଲ୍‌ଡ୍ରେନ୍‌…

ଦିନକ ପରେ ନିର୍ବାଚନ ଫଳ: ଭୋଟଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୨୨।୫- ଖୋଲିବ ଇଭିଏମ୍‌ରେ ବନ୍ଦ ଥିବା ପ୍ରାର୍ଥୀଙ୍କ ଭାଗ୍ୟ। ଘଟିବ ସବୁ କଳ୍ପନାଜଳ୍ପନାର ଅନ୍ତ। କାହା ମୁଣ୍ଡରେ ଭୋଟର ସୁନାକଳସ ଢାଳିଛନ୍ତି ଏବଂ କାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ତାହା ସ୍ପଷ୍ଟ ହେବ। ନିର୍ବାଚନର ଅନ୍ତିମ ପର୍ବ ଭୋଟ ଗଣତିକୁ…

ଭୋଟ ଗଣତି ପାଇଁ ସରିଲା ପ୍ରସ୍ତୁତି: ମୋଟ୍‌ ୧୬ ଟେବୁଲ ପାଇଁ କର୍ମଚାରୀ ନିୟୋଜିତ

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୩ ତାରିଖର ଭୋଟ ଗଣତି ପାଇଁ ଆବଶ୍ୟକ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ଅଣୁ ପର୍ଯ୍ୟବେକ୍ଷକ ଓ ଅତିରିକ୍ତ ଅଣୁ ପର୍ଯ୍ୟବେକ୍ଷକମାନଙ୍କ ରାଣ୍ଡୋମାଇଜେଶନ କାର୍ଯ୍ୟ ମଙ୍ଗଳବାର ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri