ଖଡ଼ିଆଳରେ କଂଗ୍ରେସ ଆଗୁଆ
ନୂଆପଡ଼ା ଅଫିସ,୨୩।୫: ୯ମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଖଡ଼ିଆଳ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ଆଗରେ ରହିଛନ୍ତି। ଅଧିରାଜ ୧୮୩୦୭ ଭୋଟ ପାଇଥିବାବେଳେ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ୧୫୪୨୧ ଭୋଟ ପାଇଛନ୍ତି।
ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ
ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି ୪୦୯୬ ଭୋଟ୍ ପାଇଥିବା ବେଳେ ବିଜେଡିର ମୁକୁନ୍ଦ ସୋଢ଼ି ୩୧୨୧ ଏବଂ କଂଗ୍ରେସର ମାଲା…
ଜି.ଉଦୟଗିରିରେ ସାଲୁଗା, ବାଲିଗୁଡାରେ ଚକ୍ରମଣି, ଫୁଲବାଣୀରେ ଅଙ୍ଗଦ ଆଗରେ
ଜି.ଉଦୟଗିରି,୨୩।୫(ଡି.ଏନ୍.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୫୯୮୫ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୩୯୭୭ ଭୋଟ ମିଳିଛି। ସେହିପରି ବାଲିଗୁଡାରେ ବିଜେଡି ପ୍ରାର୍ଥୀ ଚକ୍ରମଣୀ କହଁର ୨୫୦୫ ଭୋଟ ପାଇଥିବା ବେଳେ…
ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ
ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍ ଆଗୁଆ…
ପଦ୍ମପୁର ବିଧାନସଭା: ଭାଜପା ଆଗରେ
ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୧୨୭ ଭୋଟ ପାଇଛନ୍ତି।
ଧର୍ମଗଡ଼ ବିଧାନସଭା: ବିଜେଡି ଆଗୁଆ
ଭବାନୀପାଟଣା,୨୩।୫: ଧର୍ମଗଡ଼ ବିଧାନସଭା ଆସନରୁ ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ମୌଷଦୀ ବାଗ ଆଗୁଆ ରହିଛନ୍ତି। ମୌଷଦୀ ୧୫୩୮ ଭୋଟ ପାଇଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଦିଗମ୍ବର ଧୁରିଆ ୯୬୩ ଖଣ୍ଡ ଭୋଟ ପାଇଛନ୍ତି।
ଅଷ୍ଟମ ରାଉଣ୍ଡ ସୁଦ୍ଧା ବ୍ରଜରାଜନଗରରେ କିଶୋର ମହାନ୍ତି ଆଗୁଆ
ଲଖନପୁର,୨୩।୫: ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ ଅଛନ୍ତି। କିଶୋର ୧୭୧୯୧ ଭୋଟ ପାଇଥିବାବେଳେ ଭାଜପାର ରାଧାରାଣୀ ପଣ୍ଡା ୧୪୦୭୦ ଭୋଟ ପାଇଛନ୍ତି।
ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ
ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର ମଢ଼େଇ ୨୧୯୪ ଖଣ୍ଡ ଭୋଟ ପାଇଛନ୍ତି। ୫୯୦ ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଛି।
ଭବାନୀପାଟଣା ବିଧାନସଭା: ଭାଜପା ଆଗୁଆ
ଭବାନୀପାଟଣା,୨୩।୫: ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ପ୍ରଦୀପ୍ତ କୁମାର ନାୟକ ଆଗୁଆ ରହିଛନ୍ତି। ପ୍ରଦୀପ୍ତ ୧୨୪୬୫ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦୁଷ୍ମନ୍ତ ନାୟକ ୧୦୧୦୭ ଭୋଟ ପାଇଛନ୍ତି।
ବରଗଡ଼ ଲୋକ ସଭା: ସୁରେଶ ପୂଜାରୀ ଆଗୁଆ
ବରଗଡ଼ ଅଫିସ,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପାର ସୁରେଶ ପୂଜାରୀ ଆଗୁଆ ରହିଛନ୍ତି। ସୁରେଶ ୫୯୧୭ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରସନ ଆଚାର୍ଯ୍ୟ ୫୨୦୨ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ପ୍ରଦୀପ କୁମାର ଦେବତା…
ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ଆଗୁଆ
ବାରିପଦା ଅଫିସ,୨୩ା୫ : ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗୁଦା ମୁର୍ମୁ ୬୭୬ ଭୋଟରେ ଆଗୁଆ ଅଛନ୍ତି। ସେହିପରି ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜକିଶୋର ଦାସ ୧୭୫୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। । ମୟୂରଭଞ୍ଜ ଲୋକ…
କୋଟପାଡ଼ରେ ବିଜେଡି ଆଗୁଆ
କୋଟପାଡ଼, ୨୩।୫(ଡି.ଏନ୍.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର ଚନ୍ଦ୍ରଶେଖର ମାଝି ୨୭୩୫ ଭୋଟ ପାଇଛନ୍ତି। ଭାଜପାକୁ ୧୦୭୬, ବିଏସ୍ପିକୁ ୧୮୭, ସ୍ବାଧୀନ ପ୍ରାର୍ଥୀଙ୍କୁ…
Archives


