ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ
ସୁନ୍ଦରଗଡ଼, ୯।୭(ଡି.ଏନ୍.ଏ.): ସୁନ୍ଦରଗଡ଼ ଗ୍ରାମପଞ୍ଚାୟତ ଦାଣ୍ଡପାଣି ଗ୍ରାମରେ ମଙ୍ଗଳବାର ବିଷାକ୍ତ ଛତୁ ଖାଇ ୬ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କିଂଜିରିକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଘ ଆତଙ୍କ: ବନ ବିଭାଗ ଏବଂ ମଙ୍ଗଳ ବିଭାଗର ତଦନ୍ତ,ତୁରନ୍ତ ବାଘକୁ ଚିହ୍ନଟ କରିବାକୁ ଦାବି
ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରଗୁଡ଼ା ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସର ମଧ୍ୟରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋର ସମୟରେ ବିଦ୍ୟାଳୟର କୁକୁ କମ୍ ଆଟେଣ୍ଡାଣ୍ଟଙ୍କ ସ୍ବାମୀ ଅମିତ ମଲ୍ଲିକ ନିଜ ବାସଭବନ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫନୀ ମୁକାବିଲା ଡକ୍ୟୁମେଣ୍ଟାରୀ ଉନ୍ମୋଚିତ
ଭୁବନେଶ୍ୱର, ୯।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବାତ୍ୟା ‘ଫନୀ’ ମୁକାବିଲା ଡକ୍ୟୁମଣ୍ଟାରୀ ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଉତ୍ସବରେ ପୋଲିସ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ ୨୦୧୯- ମୁକାବିଲାରେ ଓଡ଼ିଶା ପୋଲିସର ଭୂମିକା’…
ଜେଟିପିଙ୍କୁ ସେବାୟତଙ୍କ ମାଡ଼ ଘଟଣା: ରଥ ଦକ୍ଷିଣମୋଡ଼ରେ ବିଳମ୍ବ
ପୁରୀ ଅଫିସ,୯ା୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନକରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମହାପ୍ରଭୁ। ଆସନ୍ତା ୧୨ ତାରିଖରେ ବାହୁଡା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ଏଥିଲାଗି…
ସୁକୁମାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ: ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ
ମାଲକାନଗିରି,୯।୭(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛିି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ର ଡି.ଆଇ.ଜି. (ଆଣ୍ଟି ନକ୍ସଲ ଅପେରଶନ୍) ସୁନ୍ଦର ରାଜଙ୍କ ସୂଚନାଅନୁଯାୟୀ,…
ଶ୍ରୀକ୍ଷେତ୍ରରେ ଲଜ୍ଜା: ବସ୍ ଭିତରେ ନାବାଳିକାଙ୍କୁ ବଳାତ୍କାର, ହେଲପର ଅଟକ
ପୁରୀ ଅଫିସ, ୯।୭: ଚାଲିଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟିଆ ପୋଲିସ ଡ୍ୟୁଟି କରୁଛନ୍ତି। ଏହା ସତ୍ତ୍ୱେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏକ ଲଜ୍ଜାକର ଘଟଣା। ଗୁଣ୍ଡିଚା…
କୋର୍ଟରେ ଆତ୍ମସମର୍ପଣ କଲେ ବ୍ରାଉନ୍ସୁଗାର ବ୍ୟବସାୟୀ, ନିରାଶ ହୋଇ ଫେରିଲେ ଏସ୍ଟିଏଫ୍ ଟିମ୍
ଖୋର୍ଦ୍ଧା ଅଫିସ, ୯।୭: ଖୋର୍ଦ୍ଧା ଜିଲାର ଜଣେ ବ୍ରାଉନ୍ସୁଗାର ବ୍ୟବସାୟୀ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା(୪୫) ମଙ୍ଗଳବାର ମଧ୍ୟାହ୍ନରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଇଥିଲେ। ଏହି ସମୟରେ କ୍ରାଇମ୍ବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଶୁଭ୍ରାଂଶୁଙ୍କୁ ଗିରଫ କରିବାକୁ ଉଦ୍ୟମ…
ତହସିଲଦାର ସଫା କଲେ କାର୍ଯ୍ୟାଳୟ ପରିସର
ଶେରଗଡ଼,୯।୭(ଡି.ଏନ.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିସରକୁ ମଙ୍ଗଳବାର କର୍ମଚାରୀମାନେ ମିଶି ସଫା କରିଛନ୍ତି। ଏହାକୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ସଫା କରୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ରାଜସ୍ବସ୍ ନିରୀକ୍ଷକ ମନୋଜ କୁମାର ନାହାକଙ୍କ ସମେତ…
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ମାମଲା
କଟକ ଅଫିସ, ୯।୭: ବାଲେଶ୍ୱର ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ନିର୍ବାଚନମଣ୍ଡଳୀର ସହିରୁଲ ହକ୍ ନାମକ ଜଣେ ଭୋଟର ଏହି ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ହକ୍ ପିଟିଶନରେ ଦର୍ଶାଇଛନ୍ତି, ଷଡ଼ଙ୍ଗୀ…
ଧରାପଡ଼ିଲେ ଫେରାର ପ୍ରେମୀଯୁଗଳ, ପ୍ରେମିକ ଗିରଫ
ବାରଙ୍ଗ,୯।୭(ଡି.ଏନ୍.ଏ): ନନ୍ଦନକାନନ ଥାନା ପୋଲିସ ଗତ ୨୦ତାରିଖଠାରୁ ଫେରାର ଥିବା ଏକ ପ୍ରେମୀଯୁଗଳଙ୍କୁ ରବିବାର ବିଶାଖାପାଟଣାରୁ ଧରଛି। ଧରାପଡିବା ପରେ ପ୍ରେମିକଙ୍କୁ ପୋଲିସ ଗିରଫ କରିଥିବାବେଳେ ନାବାଳିକା ପ୍ରେମିକାଙ୍କୁ ପରିବାରକୁ ହସ୍ତାନ୍ତର କରିଛି। ଗିରଫ ଜଣକ ହେଲେ ଖୋର୍ଦ୍ଧା ଅଞ୍ଚଳର ବିଜୟ…
ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ
ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ସେମାନେ ଖଣିରୁ ପଥର ଖୋଳି ଚୋରା ଚାଲାଣ କରୁଛନ୍ତି। ଏ କଥା…
ପାର୍ଲାମେଣ୍ଟ,ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ: କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଅନ୍ତୁ କେନ୍ଦ୍ର ସରକାର’
ଭୁବନେଶ୍ୱର,୯।୭(ବ୍ୟୁରୋ):ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ ନେଇ ସ୍ବତନ୍ତ୍ର ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରନ୍ତୁ ବୋଲି ସୋମବାର ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି। ସଦ୍ୟ ସମାପ୍ତ ନିର୍ବାଚନରେ ମହିଳା ସଶକ୍ତୀକରଣ…
Archives


