ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ରାତି ୯ଟା ସୁଦ୍ଧା ୧୭.୮୦ ମିଟରରେ ପହଞ୍ଚିଥିଲା। ଆଖୁଆପଦାଠାରେ ବୈତରଣୀ ନଦୀ…
କ୍ଷେତ୍ର ସେବା ବେଳେ ଅସୁବିଧା ଭୋଗୁଛନ୍ତି ବିଦ୍ୟୁତ୍ କର୍ମଚାରୀ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ
ବାରିପଦା ଅଫିସ,୨୦।୮- ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ବିତ କରିବା ନେଇ ବାରିପଦା ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରାଯାଇଛି। ଏଥିସହ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଦାବି ତୁରନ୍ତ ପୂରଣ କରିବାକୁ…
ବିଦ୍ୟୁତ୍ ସଂଯୋଗ ଦାବି ନେଇ ବିକ୍ଷୋଭ
ଉଦଳା,୨୦ା୮(ଡି.ଏନ.ଏ)- ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ କପ୍ତିପଦା ଉପଖଣ୍ଡ ପକ୍ଷରୁ ସୋମବାର ଉଦଳା ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ା ଆଦିବାସୀ ଅଧ୍ୟୁଷିତ ଏହି ଉପଖଣ୍ଡରେ ଥିବା ସମସ୍ତ ଗ୍ରାମ ସହ ବାଲମା, ମହୁଲବାଡି ଗ୍ରାମକୁ…
ଧାନ କିଣାରେ ଅବ୍ୟବସ୍ଥା, ଲ୍ୟାମ୍ପସ୍ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ
ଖୁଣ୍ଟା,୨୦ା୮(ଡି.ଏନ୍.ଏ)-ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ସୋମବାର ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡା ଲ୍ୟାମ୍ପସ କାର୍ଯ୍ୟାଳୟରେ ଚାଷୀମାନେ ତାଲା ପକାଇ ଦେଇଥିଲେ। ଚାଷୀମାନେ ନିଜ କେନ୍ଦ୍ରରେ ଧାନ ବିକ୍ରି କରି ପାରୁ ନ ଥିବା ଦର୍ଶାଇ ଏଭଳି ପଦକ୍ଷେପ ନେଇଥିବା…
ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ତହସିଲ ଅଫିସ ଘେରାଉ
ଜଳେଶ୍ୱର, ୨୦।୮-ବାଲେଶ୍ୱର ଜିଲା ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲରେ ଗତ ୧୫ତାରିଖଠାରୁ ଅଦ୍ୟାବଧି ସ୍ବାସ୍ଥ୍ୟସେବା ବନ୍ଦ ପ୍ରତିବାଦରେ ସୋମବାର ପୂର୍ବାହ୍ନ ୧୦ଟାରୁ ଶତାଧିକ ଜନସାଧାରଣ ଜଳେଶ୍ୱର ତହସିଲ କାର୍ଯ୍ୟାଳୟକୁ ଘେରାଉ କରି ଧାରଣାରେ ବସିଥିଲେ। କମଳ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ…
ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି
ବାଲେଶ୍ୱର ଅଫିସ/ବସ୍ତା, ୨୦।୮(ସ୍ବ.ପ୍ର.)-ଉତ୍ତରଓଡ଼ିଶାରେ ଗତ ୫ଦିନ ଧରି ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ସଦର ବ୍ଲକର ୨ ପଞ୍ଚାୟତ, ରେମୁଣା ବ୍ଲକର ୩ ପଞ୍ଚାୟତ ଓ ବସ୍ତା ବ୍ଲକର ୧୦ପଞ୍ଚାୟତର…
ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ, ୨୦ା୮-ଚାଉଳ ହେରଫେର ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଭଗବାନ ପ୍ରଧାନ ପୂର୍ବତନ ପଞ୍ଚାୟତ ସମ୍ପାଦକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୩ ଲକ୍ଷ ଟଙ୍କା ଜରିମାନା ପକାଯାଇଛି। ଜରିମାନା ଅନାଦେୟ…
ଭଞ୍ଜନଗରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି
ଭଞ୍ଜନଗର,୨୦।୮(ଡି.ଏନ.ଏ)-ଭଞ୍ଜନଗର ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରିଥିଲେ । ଜିଲାପାଳଙ୍କ ନିକଟକୁ ମୋଟ ୨୮୬ ଅଭିଯୋଗ ଆସିଥିଲା। ସେଥିରୁ ଅଧିକାଂଶ ରାଶନ କାର୍ଡ଼, ବିଭିନ୍ନ ଭତ୍ତା ଓ ସରକାରୀ…
ପୁଅ ହତ୍ୟାକାରୀଙ୍କୁ ଗିରଫ ଦାବି ଅତିରିକ୍ତ ଏସ୍ପିଙ୍କୁ ଭେଟିଲେ ମା’
ଛତ୍ରପୁର,୨୦ା୮(ଡି.ଏନ.ଏ)-କବିସୂର୍ଯ୍ୟନଗର ଥାନା ଆଠଗଡପାଟଣା ଗ୍ରାମର ଶୋଭା ସେଠୀ ସୋମବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ସାନପୁଅର ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ସାନପୁଅ ପ୍ରଶାନ୍ତଙ୍କୁ ହତ୍ୟା କରାଯାଇଛି। ଏହାର ଠିକ୍ ଭାବେ ତଦନ୍ତ କରି ଅଭିଯୁକ୍ତଙ୍କୁ…
ଭାଜପା ସଙ୍ଗଠକଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ
ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଭାଜପାର ସଙ୍ଗଠକ ଟୁନା ପ୍ରଧାନଙ୍କୁ ୩ ଜଣ ଯୁବକ ଆକ୍ରମଣ କରିଛନ୍ତି। ଚାଷଜମିରେ କାମ ସାରି ଟୁନା ସାଙ୍ଗଙ୍କ ସହ ଫେରୁଥିବା ବେଳେ ସିନ୍ଧୁଖାଳିଗାଁ ନଳକୂପ ନିକଟରେ ପୂର୍ବ ଯୋଜନା…
କେଏଟିଏସ୍ ଆୟୁର୍ବେଦ ମହାବିଦ୍ୟାଳୟ: କଲେଜ ସମସ୍ୟା ସମାଧାନକୁ ଗୁରୁତ୍ୱ
ବ୍ରହ୍ମପୁର ଅଫିସ,୨୦ା୮-ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା(କେଏଟିଏସ୍) ଆୟୁର୍ବେଦ ମହାବିଦ୍ୟାଳୟ ନୂତନ ଛାତ୍ର ସଂସଦର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି ା ନୂତନ ସଭାପତି ରାଜେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମହାବିଦ୍ୟାଳୟ ଓ…
ଗ୍ରାମାଞ୍ଚଳରେ ଶାନ୍ତି ବଜାୟ ପାଇଁ ଏସ୍ପିଙ୍କୁ ଫେରାଦ
ବ୍ରହ୍ମପୁର ଅଫିସ,୨୦ା୮-ସହରତଳି ଅଞ୍ଚଳକୁ ଅଭିଯୁକ୍ତମାନେ ଏବେ ତାଙ୍କର ଆଡ୍ଡାସ୍ଥଳୀଭାବେ ବାଛିଛନ୍ତି। ବିଭିନ୍ନ ଗ୍ରାମାଞ୍ଚଳରେ ଚୋରି, ଲୁଟ ଭଳି ଘଟଣା ଘଟାଉଛନ୍ତି। ପୋଲିସକୁ ଏ ଦିଗରେ କେତେକ ମାତ୍ରାରେ ସଫଳତା ମିଳିଛି। ଅନ୍ୟପଟେ କେତେକ ପେସାଦାର ଅପରାଧୀ ଏବେବି ବିଭିନ୍ନ ଅଞ୍ଚଳରେ ଆତଙ୍କ…
Archives


