ରାଜ୍ୟ

ସର୍ଭେ କରୁଥିବା ବେଳେ ପଙ୍ଗାମ ନଦୀକୁ ଖସିଲେ ଜଣେ କର୍ମଚାରୀ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୧୭।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପଙ୍ଗାମ ନଦୀ ପୋଲ ସର୍ଭେ କରିବାକୁ ଯାଇଥିବା ବେଳେ ନଦୀକୁ ଜଣେ କର୍ମଚାରୀ ଖସି ପଡ଼ିଛନ୍ତି। ସେ ହେଲେ ସୌଭାଗ୍ୟ ମହାରଣା। ସୌଭାଗ୍ୟ ନିଖୋଜ ଥିବା ବେଳେ ଘଟଣାସ୍ଥଳରେ ମାଥିଲି ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି…

ହୀରାକୁଦର ୫ଟି ଗେଟ୍‌ ବନ୍ଦ

ସମ୍ବଲପୁର, ୧୭।୮(ବ୍ୟୁରୋ): ସବୁ ନଦୀରେ ଜଳସ୍ତର କମିଛି। ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ିଯାଇଛି। ଏ ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ…

ଉଛୁଳିଲା ଭାର୍ଗବୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ପୁରୀ ଅଫିସ,୧୭।୮ – ହୀରାକୁଦ ଗେଟ୍‌ ଖୋଲାଯିବା ପରେ ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ପାଣି। ଫଳରେ ଏହାର ଶାଖା ନଦୀଗୁଡ଼ିକ ମଧ୍ୟ ଫୁଲିବାରେ ଲାଗିଛି। ଜିଲାର ଭାର୍ଗବୀ ନଦୀରେ ବନ୍ୟା ପାଣି ପ୍ରବାହିତ ହେବା ପରେ ଏହା ଉଚ୍ଛୁଳିଛି। ଏହାକୁ…

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର୍‌. ଜୟବାଲାନ(୪୫) ଓ ସ୍ତ୍ରୀ ମାଳିନୀ। ଜୟ ବାଲାନ ଲାଇଫ ସାଇନ୍ସରେ ବୈଜ୍ଞାନିକ ଭାବେ…

ସୁବ୍ରତଙ୍କୁ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ଯୁବ ଭାଷା ଗବେଷକ ଡ. ସୁବ୍ରତ କୁମାର ପୃଷ୍ଟି ପାଇବେ ପ୍ରଥମ ଶାସ୍ତ୍ରୀୟ ଭାଷା ସମ୍ମାନ। ୭୩ତମ ସ୍ବାଧୀନତା ଦିବସ ଅବସରରେ ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶାସ୍ତ୍ରୀୟ ମାନ୍ୟତା ପାଇବାର ୫ ବର୍ଷ ପରେ ପ୍ରଥମଥର ପାଇଁ…

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର…

୩୮ଜଣଙ୍କୁ ମିଳିଲା ପୋଲିସ ପଦକ

ଭୁବନେଶ୍ୱର,୧୭ା୮(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୋଲିସ, ଅଗ୍ନିଶମ ଓ କାରାଗାର ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି। ସ୍ଥାନୀୟ ଜୟଦେବ ଭବନରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ…

ପୋଲିସକୁ ଆକ୍ରମଣ: ୫ ଗିରଫ

ତିହିଡ଼ି,୧୭।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି-ଗୁଆମାଳ ରାସ୍ତାପାର୍ଶ୍ୱରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ପୋଲିସକୁ କେତେକ ଯୁବକ ମିଳିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ତିହିଡ଼ି ଥାନାରେ ଏକ…

ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ରକ୍ଷାବନ୍ଧନ ଉତ୍ସବ

ରୂପ୍‌ସା, ୧୭ା୮(ଡି.ଏନ୍‌.ଏ.)-ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଦିଗରେ ସରକାର ଯତ୍ନବାନ ହେବାର ସମୟ ଆସିଛି। ବିରଳ ଓ ବିଲୁପ୍ତପ୍ରାୟ ଏହି କଙ୍କଡ଼ାର ସୁରକ୍ଷା ଓ ତା ସମ୍ପର୍କରେ ଗବେଷଣା ପାଇଁ ବାଲେଶ୍ୱରରେ ଏକ ଗବେଷଣାଗାର ପ୍ରତିଷ୍ଠା ଜରୁରୀ ବୋଲି ରକ୍ଷାବନ୍ଧନ ଉତ୍ସବରେ ଉପସ୍ଥିତ…

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଯୋଧ୍ୟା,…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଭାଇଙ୍କୁ ନ ପାଇ ଭଉଣୀଙ୍କୁ ହାଣିଲେ, ୬ ଅଟକ

ବ୍ରହ୍ମପୁର ଅଫିସ,୧୭ା୮: ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହିରେ ଗୋଟିଏ ଗୋଷ୍ଠୀର ମୁଖିଆ ଲବ ସେଠୀଙ୍କୁ ଗୁରୁବାର ରାତିରେ ଅନ୍ୟ ଏକ ଗୋଷ୍ଠୀର କେତେଜଣ ଆକ୍ରମଣ କରିବାକୁ ଯାଇଥିଲେ। ତେବେ ସେମାନେ ଲବଙ୍କୁ ନ ପାଇ ତାଙ୍କ ଭଉଣୀ କାମିନୀଙ୍କୁ ଖଣ୍ଡାରେ…

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ ଫସଲ ବୀମା ସହାୟତା ମିଳୁ ନ ଥିବା ଓ ଜିଲାରେ ଡାକ୍ତର ଅଭାବ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri