ରାଜ୍ୟ

ମୁହଁ ଖୋଲିଲେ ମୋକିମ: କହିଲେ ‘ଓଡ଼ିଶାରେ ଯୁବ ନେତୃତ୍ୱରେ ଆବଶ୍ୟକତା ରହିଛି’

ଭୁବନେଶ୍ୱର,୬।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଦଳରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ଦଳରେ ସର୍ବଦା ବଡ଼ଙ୍କ ସହ ସାନଙ୍କ…

କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ବଚସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପାସପୋର୍ଟ ଅଫିସ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ପ୍ରଥମେ ବଚସା ଏବଂ ପରେ ଛୁରାମାଡ଼ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଅଭୟ ନାୟକ।…

ଠିକାଦାରଙ୍କୁ ଗୁଳିମାଡ଼: ୨ ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ଗୋପ,୬।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ-ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଗ୍ରାମ ନିକଟରେ ବୁଧବାର ସକାଳେ ଜଣେ ଠିକାଦାରଙ୍କୁ ୨ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଠିକାଦାର ହେଲେ ଉକ୍ତ ଗ୍ରାମର ଉମାକାନ୍ତ ସାହୁ (୪୯)। ଗୁରୁତର ଅବସ୍ଥାରେ ଉମାକାନ୍ତଙ୍କୁ ଗୋପରୁ ଭୁବନେଶ୍ୱର ଏକ…

ବାତ୍ୟା ଆଶଙ୍କା: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ରାଜନଗର,୬।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍‌’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବୁଧବାର ସଚେତନ କରାଯାଇଛି। ଏ ନେଇ ରାଜନଗର ବ୍ଲକ ଅଧୀନ ୨୯ ପଞ୍ଚାୟତର ୪୮ଟି ସମୁଦ୍ରକୂଳିଆ ଗାଁର ଲୋକମାନଙ୍କୁ ସତର୍କ…

ବିଜ୍ଞାନ ସମ୍ବନ୍ଧୀୟ ଚଳଚ୍ଚିତ୍ର ଦେଖିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୬।୧୧(ବ୍ୟୁରୋ):ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍କୁଲ ଓ କଲେଜର…

ଭୁବନେଶ୍ୱରରେ ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ: ସଫେଇ କର୍ମଚାରୀଙ୍କୁ ସୁବିଧା ମିଳୁ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ ମନହର ବଲ୍‌ଜିଭାଇ ଜାଲା ମଙ୍ଗଳବାର ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଅପରାହ୍ନରେ ତାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ…

୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ କଟକର…

ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ: ବନ୍ଧା ହେଲେ ବିଡିଏ ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ, ୬।୧୧:ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନ୍‌ଫୋର୍ସମେଣ୍ଟ ଇନ୍ସପେକ୍ଟର ପୁରୁଷୋତ୍ତମ ଜେନାଙ୍କୁ ଭିଜିଲାନ୍ସ କାବୁ କରିଛି। ଜୟଦେବବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ସମ୍ବିତ ପାଣିଗ୍ରାହୀଙ୍କ ଫ୍ଲାଟ୍‌କୁ ଅଧା…

‘ମୋ ବସ୍‌’କୁ ବର୍ଷେ:ମୋ ବସ୍‌ରେ ଆସି ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ରାଜ୍ୟରେ ‘ମୋ ବସ୍‌’ ସେବାକୁ ବର୍ଷେ ପୂରିଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ କ୍ରୁଟ୍‌ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବା କାର୍ଯ୍ୟକ୍ରମ ରହିଥିବାବେଳେ ନଗର ଉନ୍ନୟନ ମନ୍ତ୍ରୀ…

ଜୟୀ ରାଜଗୁରୁଙ୍କ ଆତ୍ମବଳିକୁ ସ୍ମରଣ କରି ଦେଶ ପାଇଁ କାର୍ଯ୍ୟ କରିବା ଉଚିତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ମହାନ୍‌ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମଙ୍ଗଳବାର ସୂଚନା ଭବନଠାରେ ପାଳିତ ହୋଇଯାଇଛି। ରାଜ୍ୟ ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ସ୍ବାଧୀନତା ସଂଗ୍ରାମର ପ୍ରଥମ…

ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ: ଜେଲର, ଓ୍ବାର୍ଡନ ଅତ୍ୟାଧୁନିକ ପ୍ରଣାଳୀରେ ନେବେ ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ):ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ ରହିଛି। ପୁରୁଣା ଢାଞ୍ଚା ଓ ଦୂର ସ୍ଥାନ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଜେଲରମାନେ ଯାଇ ଟ୍ରେନିଂ ନେବାରେ ସମସ୍ୟା ହେଉଛି। ଏବେ…

ଲଘୁଚାପ ଗଭୀର ଅବପାତରେ ପରିଣତ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ୟଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଝଡ଼ର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri