ରାଜ୍ୟ

ଏବର୍ଷ ଲାଗୁ ହେବନାହିଁ +୨ କଟକଣା: ମନ୍ତ୍ରୀ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଏବର୍ଷ ଲାଗୁ ହେବନି +୨ କଟକଣା। ଆସନ୍ତା ବର୍ଷରୁ ଏହା ଲାଗୁ ହେବ ବୋଲି ଗୁରୁବାର ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି, ଚଳିତବର୍ଷ +୨ ପାସଫେଲ କଟକଣା ଲାଗୁ ହେବ ନାହିଁ। ପ୍ରଥମ ବର୍ଷରେ ୩୩% ମାର୍କ…

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରଶାସନ ମଞ୍ଜୁରୀ ଦେଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଯ୍ୟାମୀଙ୍କ ପରିବାରର ୩ଜଣଙ୍କୁ ଭତ୍ତା…

ଏପର୍ଯ୍ୟନ୍ତ ଓଡ଼ିଶାରେ କରୋନା ସନ୍ଦିଗ୍ଧ ନାହାନ୍ତି: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କୌଣସି କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇନାହାନ୍ତି। ଚିହ୍ନଟ ହେଲେ ରକ୍ତ ପରୀକ୍ଷା ପାଇଁ ପୁଣେ ପଠାଯିବ ବୋଲି ଗୁରୁବାର କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେବା ପରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ…

ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ବଢ଼ିବ, ନିର୍ବାଚନ କମିଶନରଙ୍କୁୁ ଚିଠି ଲେଖିଲେ ଗୃହ ମନ୍ତ୍ରଣାଳୟ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ,୩୦।୧: ଓଡ଼ିଆ ଆଇପିଏସ୍‌ ତଥା ଦିଲ୍ଲୀ ପୋଲିସ କମିଶନର ଭାବେ କାର୍ଯ୍ୟରତ ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ିବ। ଚଳିତ ମାସରେ ଓଡ଼ିଆ ଆଇପିଏସ୍‌ ଅମୂଲ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ଏବେ ଏହାକୁ ଆଉ ମାସେ ବଢ଼ାଇବାକୁ ଗୃହ ମନ୍ତ୍ରଣାଳୟ ଭାରତୀୟ…

ପୁରୀରେ ସିଏଏ ସମର୍ଥନରେ ଶୋଭାଯାତ୍ରା

ପୁରୀ ଅଫିସ,୩୦ା୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। କେଉଁଠି ଆନ୍ଦୋଳନ ହିଂସା ରୂପ ନେଇ ପୋଡାଜଳା ହେଉଛି ତ ପୁଣି କେଉଁଠି ଭଙ୍ଗାରୁଜା ଏବଂ ପୋଲିସ ଲାଠିମାଡ଼ କରୁଛି । ସେହିପରି ସିଏଏ ସମର୍ଥନରେ…

କେନ୍ଦୁଝରରେ ଅଦିନିଆ ବର୍ଷା

କେନ୍ଦୁଝର,୩୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ବୁଧବାର ରାତିରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହୋଇଥିଲା। ପୂର୍ବାହ୍ନରେ ହଠାତ୍‌ ବାତ୍ୟା ପବନ…

କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା: ଦୁଇ ବସ୍‌ ଧକ୍କାରେ ୮ ଗୁରୁତର, ୯ ଆହତ

କୋଣାର୍କ, ୩୦।୧(ଡି.ଏନ୍‌.ଏ.): କୋଣାର୍କ ଥାନା ଅଧୀନ କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ,…

କଙ୍କଡ଼ାହାଡ଼ ଥାନା ଆଇଆଇସି ସସ୍‌ପେଣ୍ଡ

ଢେଙ୍କାନାଳ ଅଫିସ,୩୦ା୧: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ଗୁରୁବାର ସସ୍‌ପେଣ୍ଡ କରାଯାଇଛି। ଜଣେ ଅସହାୟା ମହିଳାଙ୍କ ଅଭିଯୋଗ ନ ରଖିବାରୁ ଏବଂ ମାମଲା ବୁଝିବାକୁ ଯାଇଥିବା ଯୁବକଙ୍କୁ ମାଡ଼ ମାରି ହାଜତରେ ରଖିବା ଅଭିଯୋଗରେ ପୋଲିସ…

ବିନା ଟେଣ୍ଡରରେ କାମ ହାତେଇଛି ଦିଲୀପ କନ୍‌ଷ୍ଟ୍ରକଶନ

ପୁରୀ ଅଫିସ, ୩୦ା୧: ଗତ ୨୪ତାରିଖରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଠିକା ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକଶନର ମୁଖ୍ୟ ଦିଲୀପ ଖଟେଇଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଥିଲା।…

‘ଖଣ୍ଡୁଆ’ର ଇତିହାସ ୮୦୦ବର୍ଷ ପୁରୁଣା

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସମ୍ବଲପୁରୀ ଇକତ୍‌, ସୋନପୁର ଓ ବୌଦ୍ଧର ବମକାଇ, ନୂଆପାଟଣାର ଖଣ୍ଡୁଆ, କୋରାପୁଟର କୋଟପାଡ଼, ଗୋପାଳପୁର, ଫକିରପୁର ଓ ମାଙ୍କିଡ଼ିଆର ଟସର ବସ୍ତ୍ର। ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର ଏହି ହସ୍ତତନ୍ତ ବସ୍ତ୍ର ବେଶ୍‌ ଆଦୃତ ହୋଇପାରିଛି। ନିଖୁଣ…

ମୋ ସରକାରରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ମୋ ସରକାରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗକୁ ସାମିଲ କରାଯାଇଛି। ବୁଧବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ମୁରୁଜରେ ବିଦ୍ୟାଦାତ୍ରୀ

ପୁରୁଣା ଭୁବନେଶ୍ୱର,୩୦ା୧(ଡି.ଏନ.ଏ.): ବିଦ୍ୟା, କଳା, ସାହିତ୍ୟ ଓ ସ୍ବର ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ବତୀଙ୍କ ଆବାହନ ପାଇଁ ପ୍ରସ୍ତୁତି ସରିଛି। ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପୂଜା ପାଇବେ ମା’ ବାଗଦେବୀ ସରସ୍ବତୀ। ପରିବେଶ ସୁରକ୍ଷାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri