ରାଜ୍ୟ

ବିଭୁ ରାଉତରାୟ ହାଇକୋର୍ଟ ବିଚାରପତି ନିଯୁକ୍ତ: ଆଜି ନେବେ ଶପଥ

କଟକ ଅଫିସ, ୮-୧୧:ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ବ୍ରହ୍ମପୁର ଜିଲା ଦୌରାଜଜ୍‌ ଥିବା ବିଭୁ ପ୍ରସାଦ ରାଉତରାୟ ଶୁକ୍ରବାର ଶପଥ ଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ତାଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୧୩ ତାରିଖରେ ରାଜ୍ୟ ସରକାର ୨୦୧୯-୨୦...

କୋଇଲା ମନ୍ତ୍ରୀଙ୍କ ଦିନିକିଆ ତାଳଚେର ଗସ୍ତ:ଖଣି ଦୁର୍ଘଟଣା କ୍ଷତିପୂରଣ ୧୫ ଲକ୍ଷକୁ ବୃଦ୍ଧି

ତାଳଚେର,୮-୧୧(ନି.ପ୍ର.):ଦେଶରେ ପ୍ରଚୁର କୋଇଲା ରହିଛି। କେବଳ ଓଡ଼ିଶାରେ ଦେଶର ୨୫ ପ୍ରତିଶତ (୭୫ ବିଲିୟନ ଟନ୍‌) କୋଇଲା ଗଚ୍ଛିତ ଅଛି। ତଥାପି ବିଦେଶରୁ ବାର୍ଷିକ ୨୩୫ ମିଲିୟନ ଟନ୍‌ କୋଇଲା ଆମଦାନୀ କରାଯାଉଛି। ଫଳରେ ଦେଶର ୨ଲକ୍ଷ ୭୧ କୋଟି...

ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅ ମୃତ, ବାପା ଗୁରୁତର

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାଜଧାନୀରେ ପୁଣି ଫୁଟିଛି ଗୁଳି। ଗଡ଼ିଛି ଆଉ ଏକ ମୁଣ୍ଡ। ବ୍ରାଉନ ସୁଗାର ବେପାରକୁ ବିରୋଧ କରିବାରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି। ନିଶା ବେପାରୀଙ୍କ ଗୁଳିମାଡ଼ରେ ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତରଭାବେ ଆହତ ହୋଇଛନ୍ତି। ଖଣ୍ଡଗିରି...

ବାଂଲାଦେଶ ମୁହାଁଇଲା ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର,୮-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ବାତ୍ୟା ‘ବୁଲ୍‌ବୁଲ୍‌’ରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହି ସାମୁଦ୍ରିକ ଝଡ ଭୟଙ୍କର ରୂପ ଧାରଣ କରି ପୂର୍ବ- କେନ୍ଦ୍ରୀୟ ବଙ୍ଗୋପ ସାଗରରୁ ଉତ୍ତର...

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି ବି ଅନେକ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଘସିପୁରା...

ଖଣି ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ

ଯୋଡ଼ା, ୮।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲାର ଖଣିଖାଦାନ ଭରା ଯୋଡା ଅଞ୍ଚଳରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଗ୍ରାହକ ହଇରାଣ ହେଉଛନ୍ତି। ଯୋଡା ସହରରେ ଥିବା ପରିବା ବଜାରକୁ ପରିବା ଝାଡ଼ଖଣ୍ଡ ରାଜ୍ୟର ମନୋହରପୁର, ଟାଟା, ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର,...

୯ ତାରିଖରେ ୯ ଜିଲାର ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର, ୭।୧୧(ବ୍ୟୁରୋ)-ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ’କୁ ଦୃଷ୍ଟିରେ ରଖି ୯ଟି ଜିଲାର ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ୯ ତାରିଖରେ ଛୁଟି ଘୋଷଣା କରାଯାଇଛି। ସେହି ଜିଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାର ସମସ୍ତ ସ୍କୁଲ ୨ ଦିନ ଛୁଟି ଘୋଷଣା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲାର ସ୍କୁଲଗୁଡ଼ିକୁ ୨ ଦିନ ଲାଗି ଛୁଟି ଘୋଷଣା କରାଯାଇଛି। ଉଭୟ ଜିଲାର ଜିଲାପାଳ ଗୁରୁବାର ଏହି ଘୋଷଣା କରିଛନ୍ତି। ପ୍ରକାଶଯୋଗ୍ୟ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ...

ଦହିବରା ଖାଇ ୩ ଗ୍ରାମର ୬୮ ଅସୁସ୍ଥ: ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୟାଗଡ଼ ଅଫିସ, ୭ା୧୧: ନୟାଗଡ଼ ଜିଲା ଗଣିଆ ବ୍ଲକର ବିଜୟନଗର, ଗଣିଆ ଓ ବେଲଗଡ଼ ଗ୍ରାମର ୬୮ଜଣ ଦହିବରା ଖାଇ ଗୁରୁବାର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ,...

ବହୁମତ ଅଛି ତ ସରକାର ଗଢୁ ଭାଜପା: ସଞ୍ଜୟ ରାଓ୍ବତ

ମୁମ୍ବାଇ,୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୩ ଦିନ ପରେ ବି ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାଜପା ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଭାଗ ଛିଣ୍ଡୁନି। ଏସବୁ...

ଗ୍ରାହକ ବେଶରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: ହାତୀଦାନ୍ତ, କଲରାପତରିଆ ଚମଡ଼ା ଜବତ; ୩ ଗିରଫ

ଭୁବନେଶ୍ୱର,୭।୧୧(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଭବାନୀପାଟଣାରୁ ଗୁରୁବାର ହାତୀଦାନ୍ତ ଓ କଲରାପତରିଆ ଚମଡ଼ା ବେପାରୀ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୋଜି ଶବର(୩୧), ଶୁକ୍ରୁ ମାଝି(୧୯), ରବିନ୍ଦ୍ର ସିଂ(୨୦)। ସେମାନଙ୍କଠାରୁ ଗୋଟିଏ ହାତୀ ଦାନ୍ତ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri