ଦେବଗଡ ଥାନା ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଠାବ ସହ ୨ଜଣଙ୍କୁ ବାନ୍ଧିଲା
ଦେବଗଡ,୧୩|୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ପୋଲିସ ବହୁ ପରିମାଣର ଚୋରି ସାମଗ୍ରୀ ଉଦ୍ଧାର କରିବାସହ ବସାଲଇ ଗ୍ରାମର ଦୁଷ୍ମନ୍ତ ପ୍ରଧାନ (୨୨) ଓ ବଣିଆକିଲିଣ୍ଡା ଗ୍ରାମର ରଞ୍ଜିତ ପାତ୍ର(୩୯)କୁ ଗିରଫ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ…
ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ
ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍-ଡେ’ ଓ ‘ପ୍ରପୋଜ୍-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର। କୁଣ୍ଢେଇଗୋଳା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକଙ୍କ…
ମୁନିଗୁଡ଼ା ଅଞ୍ଚଳରେ ବାଘ ଆତଙ୍କ: ବାଛୁରୀକୁ ମାରି ଖାଇଲା, ପାଦଚିହ୍ନ ଦେଖି ଲୋକେ ଛାନିଆ…
ମୁନିଗୁଡା,୧୨।୨ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ରେଞ୍ଜ ଅନ୍ତର୍ଗତ ଜଗଦଳପୁର ନିକଟସ୍ଥ ଡ଼ିମିରିଗୁଡାର ପଞ୍ଜାବାଲି ଛକ ନିକଟରେ ବାଘ ଆତଙ୍କ ଦେଖାଯାଇଛି। ବୁଧବାର ରାତିରେ ଡ଼ିମିରିଗୁଡା ନିକଟରେ ବାଘଟି ଗୋଟିଏ ବାଛୁରୀକୁ ମାରି ଖାଇଥିବା ବେଳେ ଘଟଣା ସ୍ଥଳରେ…
ନୂଆ ରୂପ ନେଉଛି ବରଗଡ଼, ବିସ୍ଥାପିତଙ୍କ ପାଇଁ ନୂତନ ସୁପର ମାର୍କେଟ୍ କମ୍ପ୍ଲେକ୍ସ, ବିଧାୟକ କଲେ …
ବରଗଡ଼,୧୨।୨(ପ୍ରେମାନନ୍ଦ ଖମାରୀ)- ନୂଆ ସରକାର ଆସିବା ପରେ ବରଗଡ଼ ସହରର ନବକଳେବର ହେଉଛି। ଧନୁଯାତ୍ରା ମହୋତ୍ସବରେ ନୂତନତ୍ତ୍ୱ ଆସିଥିବାବେଳେ ସହରର ପ୍ରମୁଖ ସମସ୍ୟା ଯାତାୟାତ, ନର୍ଦ୍ଦମା ଜଳ ନିଷ୍କାସନ(ଡ୍ରେନେଜ୍) ଏବଂ ଅନ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି…
୩ ଜଣଙ୍କୁ ବଞ୍ଚାଇ ଜୀବନ ଯୁଦ୍ଧରେ ହାରିଗଲେ ଆଶିଷ, ପୁରୀ ସ୍ବର୍ଗଦ୍ୱାରରେ ଦିଆଗଲା ଗାର୍ଡ ଅଫ୍ ଅନର୍
ଭଞ୍ଜନଗର,୧୨ା୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡାର ଆଶିଷ ସାହୁ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଡିଏମ୍ଏଲ୍ଟି ପଢ଼ୁଥିଲେ । ବାପା ତ୍ରିପତି ସାହୁ ଶ୍ରମିକ କାମ କରୁଥିଲେ। ତେଣୁ ପରିବାର ଚଳିବା କଷ୍ଟକର ହେଉଥିଲା। ମଝିରେ ମଝିରେ ଆଶିଷ ପାର୍ଟ…
ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍ ଡେ’ ପୂର୍ବରୁ ଅଭାବନୀୟ ଘଟଣା
ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ ଏକ ପ୍ରେମୀଯୁଗଳ ଗୋଟିଏ ଗଛର ଗୋଟିଏ ଡାଳରେ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ…
ରାଜ୍ୟ ସଭା MP ସୁଜୀତ କୁମାରଙ୍କ ନିଆରା ପ୍ରୟାସ: ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ତୁର୍କା ଗ୍ରାମର ୪ ଆଦିବାସୀ ଝିଅ
ଭବାନୀପାଟଣା/ଲାଞ୍ଜିଗଡ଼,୧୨ା୨(ଉତ୍ତମ କୁମାର ଦାଶ/ରମେଶ ଚନ୍ଦ୍ର ନାୟକ)- କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ଥିଲା। ଏହି ଗ୍ରାମରେ ପକ୍କା ରାସ୍ତା, ପାନୀୟ ଜଳ କିମ୍ବା…
ଲେଜର ଲାଇଟ୍ ବ୍ୟାନ୍: ଡିଜେ ଶବ୍ଦ ଉପରେ କଟକଣା ଲଗାଇଲେ ଓଡ଼ିଶା ହାଇକୋର୍ଟ
କଟକ,୧୨ା୨: ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଲେଜର ଲାଇଟ୍ ଏବଂ ବିକଟାଳ ଶବ୍ଦ…
ଅବିନାଶଙ୍କୁ କଳାହାଣ୍ଡିର ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ
ଭବାନୀପାଟଣା,୧୨ା୨(ଉତ୍ତମ କୁମାର ଦାଶ): ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ଯୁବ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲା ପାଇଁ ବିଜେଡି ଯୁବ ସଭାପତି ଭାବେ ଅବିନାଶ ଠାକୁରଙ୍କ ନାମ ଚୟନ…
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ‘କାୟାକଳ୍ପ’ ଅନୁଧ୍ୟାନ, ସନ୍ତୋଷବ୍ୟକ୍ତ କଲେ….
ଥୁଆମୂଳ ରାମପୁର,୧୨ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ପରିସରରେ ବୁଧବାର ସମ୍ମାନଜନକ ‘କାୟାକଳ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ସେବାର ମାନ ବୃଦ୍ଧି କରିବା ଲକ୍ଷ୍ୟରେ…
ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିବ କି କେନ୍ଦ୍ରୀୟ ମାନ୍ୟତା ? ରାଜ୍ୟସଭାରେ ଉଠିଲା ଦାବି
ନୂଆଦିଲ୍ଲୀ,୧୨ା୨: ଓଡ଼ିଶାର ଶିକ୍ଷା ଦିଗରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିରାଟ ଅବଦାନ ରହିଛି । ଏଠାରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରିଛନ୍ତି। ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ‘କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ’ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ…
ବାଲି ରସିଦରେ ଲାଞ୍ଚ କାରବାର ଅଭିଯୋଗ, ଅତିରିକ୍ତ ତହସିଲଦାରଙ୍କ ସହ ୩ RI ଉଠାଇ ନେଲା ଭିଜିଲାନ୍ସ
ଭଞ୍ଜନଗର,୧୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଗୁରୁବାର ଦିବା ପ୍ରାୟ ୨ଟା ସମୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା…

