ମାଟିତଳୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ, ହତ୍ୟା ପରେ ପୋତି ଦିଆଯାଇଥିବା ସନ୍ଦେହ
ଦଶମନ୍ତପୁର,୩୧ା୧୨(ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚିକାମ୍ବ ପଞ୍ଚାୟତ ଅଞ୍ଚଳରୁ ମାଟିତଳୁ ଜଣେ ନିଖୋଜ ଯୁବକଙ୍କ ଅସ୍ଥି କଙ୍କାଳ ମିଳିଛି। ପଞ୍ଚାୟତର ବୋନାସିଲ ଓ ଧର୍ମଗୁଡ଼ା ଗ୍ରାମର ଟିଟିଝୋଲା ନିକଟରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା ପରେ...
ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ସରିଲା: ବଦଳୁଛି ମନ୍ଦିର ପାରିପାର୍ଶ୍ୱିକ ପରିବେଶ, ଜୋର୍ସୋର୍ରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
ଭୁବନେଶ୍ୱର, ୩୧ା୧୨ (ବ୍ୟୁରୋ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଉଚ୍ଛେଦ ପ୍ରାୟତଃ ସରି ଆସିଛି। ଏପଟେ ଆରମ୍ଭ ହୋଇଯାଇଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ପୁରୁଣା ମାର୍କେଟ କମ୍ପ୍ଲେକ୍ସ ସ୍ଥାନ ଓ ଭଜନ ମଣ୍ଡପ ସ୍ଥାନକୁ ଏକାକାର କରାଯିବାପରେ ମନ୍ଦିର ସମ୍ମୁଖ ସୌନ୍ଦର୍ଯ୍ୟକରଣକୁ ଆହୁରି...
ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍ମେଟରେ ବାଇକ୍ ରାଲି: ୨୫ ଜଣଙ୍କ ନାମରେ ଚାଲାଣ କାଟିଲା ପୋଲିସ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ)- ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍ମେଟରେ ବାଇକ ରାଲି ମହଙ୍ଗା ପଡ଼ିଛି। କମିଶନରେଟ ପୋଲିସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ପ୍ରାଥମିକ ପର୍ଯ୍ୟାୟରେ ୨୫ଜଣ ବାଇକ ଚାଳକଙ୍କ ଉପରେ ଜରିମାନା କରିିଛି। ୧ହଜାର ଟଙ୍କା ହିସାବରେ...
ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି: ଭିତ୍ତିଭୂମି ବିକାଶ ଲାଗି ୫୦ କୋଟି ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କଲେଜର ଭିତ୍ତିଭୂମି ବିକାଶ ଓ ବିଜ୍ଞାନ ଶିକ୍ଷାର ଉନ୍ନତି ଲାଗି ୫୦ କୋଟି ଟଙ୍କାର...
ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳିବେନି। ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ବ୍ୟକ୍ତିଗତ ଶୋକ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନ ଆସିବାକୁ ଦଳୀୟ କର୍ମୀ...
ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ: ପଶୁବଳିରେ ରକ୍ତରଞ୍ଜିତ ହେଲା ପୀଠ
ବଲାଙ୍ଗୀର ଅଫିସ, ୩୧।୧୨: ବଲାଙ୍ଗୀର ଜିଲାର ଦେଓଗାଁ ବ୍ଲକ ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର କନ୍ଧ ସମେତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶୁଲିଆ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେବ।...
ଶୋଭାରାମପୁର ବ୍ରିଜ୍ ଗାର୍ଡ଼ର ଭାଙ୍ଗିବା ଘଟଣା: ସୋମବାର ଚାଲିଲା ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ବାଲେଶ୍ୱର ଶୋଭାରାମପୁରଠାରେ ରେଳ ଟ୍ରାକ୍ ଉପରେ ବ୍ରିଜ୍ ଗାର୍ଡ଼ର ଭାଙ୍ଗିବାରୁ ରବିବାର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ୍ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ ଟ୍ରେନ୍ ବାତିଲ୍ ଓ ବିଳମ୍ବ ହେତୁ ବିଭିନ୍ନ ଷ୍ଟେଶନରେ ଯାତ୍ରୀ ଭିଡ଼ ଜମିଥିଲା।...
ଘରୋଇ ସଂସ୍ଥାକୁ ସେସୁ ପରିଚାଳନା ଦାୟିତ୍ୱକୁ ବିରୋଧ
ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ବିଦ୍ୟୁତ୍ ବିତରଣ ପରିଚାଳନା ସଂସ୍ଥା ସେସୁକୁ ଏକ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ସିପିଆଇଏମ ଘୋର୍ ବିରୋଧ କରିଛି। ଏନେଇ ଦଳ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଛି। ସିପିଆଇଏମର ବରିଷ୍ଠ...
ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ ଅଫିସ, ୩୧।୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ଏବଂ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇ...
୧୪ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ର଼୍ୟାଙ୍କ୍କୁ ପଦୋନ୍ନତି
ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ରାଜ୍ୟ ସରକାର ୧୪ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ର଼୍ୟାଙ୍କ୍କୁ ପଦୋନ୍ନତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ପୋଲିସ ମୁଖ୍ୟାଳୟରେ ଥିବା ଡିଏସ୍ପି ପ୍ରଦୀପ କୁମାର ଜାଲିଙ୍କୁ ଭୁବନେଶ୍ୱର ବାଣିଜ୍ୟ ଓ ପରିବହନ ବିଭାଗକୁ ନିଯୁକ୍ତ ଦିଆଯିବା ସହ ରୋଡ୍...
ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ
ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ପୂର୍ବତନ ରାଜ୍ୟ ସଭା ସଦସ୍ୟ ଏ.ଭି. ସ୍ବାମୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୯୧ ବର୍ଷ ବୟସ ହୋଇଥିଲା। ଖରିଆର ରୋଡ୍ସ୍ଥିତ ବାସଭବନରେ ପରଲୋକ ହୋଇଥିବା ନେଇ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ୪...
ପୁଣି ଘୁଞ୍ଚିଲା ବିମାନବନ୍ଦର ରନ୍ଓ୍ବେ ରିକାର୍ପେଟିଙ୍ଗ: ଫେବୃୟାରୀରେ ଆରମ୍ଭ ହେବ କାମ
ଭୁବନେଶ୍ୱର, ୩୧।୧୨(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହେବାକୁ ଥିବା ରନ୍ଓ୍ବେ ରିକାର୍ପେଟିଙ୍ଗ କାର୍ଯ୍ୟ ଆହୁରି ଦୁଇ ମାସ ଘୁଞ୍ଚତ୍ଲା। ପୂର୍ବରୁ ନଭେମ୍ବର ୧ରୁ ଘୁଞ୍ଚତ୍ ୧ ଡିସେମ୍ବରରେ ହେବାକୁ ଥିଲା। ଏବେ ଏହି ରିକାର୍ପେଟିଙ୍ଗ୍ କାର୍ଯ୍ୟ...
Archives


