ରାଜ୍ୟ

ଗ୍ୟାସ୍‌, ରେଳଭଡ଼ା ବୃଦ୍ଧି: ଆନ୍ଦୋଳନ କରିବ ସମାଜବାଦୀ ପାର୍ଟି

ଭୁବନେଶ୍ୱର, ୨ା୧(ବ୍ୟୁରୋ): ନୂଆବର୍ଷରେ ରେଳଭଡ଼ା ଓ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ଦେଶବାସୀଙ୍କୁ ମୋଦି ସରକାରଙ୍କ ଉପହାର। କେନ୍ଦ୍ର ସରକାରଙ୍କ ଏହି ଦୁଇ ନିଷ୍ପତ୍ତିକୁ ବିରୋଧ କରି ସମାଜବାଦୀ ପାର୍ଟିର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ଏଭଳି ସମାଲୋଚନା କରିଛି। ମୋଦି...

ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ: ବାହାରିଲା ୧୧ଲକ୍ଷ ୪୬ ହଜାର ଟଙ୍କା

ପୁରୀ ଅଫିସ, ୨ା୧: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଛନ୍ତି। ଏହାର ପ୍ରଭାବ ଶ୍ରୀମନ୍ଦିର ହୁଣ୍ଡିରେ ବି...

ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସକାଳେ ମୁଁ ସ୍ତ୍ରୀଙ୍କ...

ସାକ୍ଷୀଗୋପାଳଙ୍କ ଦର୍ଶନ କଲେ ମନ୍ତ୍ରୀ ଟୁକୁନି ସାହୁ

ସାକ୍ଷୀଗୋପାଳ,୨ା୧(ଡି.ଏନ୍‌.ଏ.): ନୂଆବର୍ଷରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପରେ ସାକ୍ଷୀଗୋପାଳଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଦର୍ଶନ ବେଳେ ଅଧିକାରୀ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଉପସ୍ଥିତ ଥିଲେ। ଭୋର ୪ଟା...

ହରେକୃଷ୍ଣ ମହତାବଙ୍କ ଜନ୍ମ ବାର୍ଷିକୀ ଲାଗି ବ୍ୟାପକ ପ୍ରସ୍ତୁତି: ବର୍ଷସାରା ଦେଶବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧ା୧ (ବ୍ୟୁରୋ): ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ନବ ଉତ୍କଳ ନିର୍ମାତା ଡ. ମହତାବଙ୍କର ରାଷ୍ଟ୍ର ନିର୍ମାଣ ଓ ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା...

କୁହୁଡ଼ି ପାଇଁ ବଦଳିଲା ଟ୍ରେନ୍‌ ସମୟ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଜାରି ରହିଛି। ଏଥିଯୋଗୁ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ସଂଯୋଗୀକାରୀ ଟ୍ରେନ୍‌ଗୁଡିକ ବିଳମ୍ବରେ ଚଳାଚଳ କରୁଥିବାରୁ ଗୁରୁବାର ପାଇଁ ଦୁଇଟି ଏକ୍ସପ୍ରେସ୍‌ର ସମୟସୂଚୀ ପରିବର୍ତ୍ତନ କରାଯାଇଛି। ପୁରୀରୁ ପୂର୍ବାହ୍ନ ୧୦ଟା ୫୫ରେ...

ଘଟଗାଁରେ ନବବର୍ଷ ଲାଗି ୨ ଲକ୍ଷ ଶ୍ରଦ୍ଧାଳୁ

ଘଟଗାଁ, ୧ା୧: ଇଂରାଜୀ ନବବର୍ଷ ଲାଗି ପ୍ର ବୁଧବାର ଦିନ ଘଟଗାଁ ମା’ ତାରିଣୀ ପୀଠରେ ଦର୍ଶନ ପାଇଁ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଜଣାଯାଇଛି। ଏଥିସହିତ ସେମାନେ ମା’ ତାରିଣୀଙ୍କ ସୁନାବେଶ  ଦର୍ଶନ କରିଥିଲେ। ପ୍ରତ୍ୟୁଷରୁ ମା’ଙ୍କ...

ମାଓବାଦୀ ପ୍ରବଣ ଲାଞ୍ଜିଗଡ଼ରେ ମଦ ବିରୋଧୀ ସ୍ବର

ଲାଞ୍ଜିଗଡ, ୧ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଅବାଧରେ ଚାଲିଛି ମଦ କାରବାର। ଏଥିଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି। ମଦ ରାନ୍ଧିବା ଓ ମଦ ବିକ୍ର ବନ୍ଦ କରିବା ପାଇଁ...

ଦିଅଁ ଦର୍ଶନରେ କଟିଲା ଦିନ: କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧।୧: ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ ଦର୍ଶନରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନ। ନବବର୍ଷ ଉପଲକ୍ଷେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ...

ସ୍ଲିପର,ଏସି ବଗି ଫାଟକ ବନ୍ଦ: ଯାତ୍ରୀ ହଇରାଣ

ଛତ୍ରପୁର,୧ା୧(ଡି.ଏନ.ଏ): ଛତ୍ରପୁର ଷ୍ଟେଶନରେ ରହୁଥିବା ବିଭିନ୍ନ ଟ୍ରେନ୍‌ର ସ୍ଲିପର ଓ ଏସି ବଗିର ଫାଟକ ବନ୍ଦ ରହୁଛି। ଫଳରେ ଏସବୁ ବଗିରେ ଯିବାପାଇଁ ଟିକେଟ କରିଥିବା ଯାତ୍ରୀମାନେ ଟ୍ରେନ୍‌ରେ ଚଢିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତ୍ରପୁର ଷ୍ଟେଶନରେ ଏକ୍ସପ୍ରେସ୍‌, ସୁପରଫାଷ୍ଟ...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ ଆହତ ହୋଇ ରାସ୍ତାରେ ପଡିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ସେହି...

ବରଦା ଦାସ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବରଦା ପ୍ରସନ୍ନ ଦାସ ବିଭାଗୀୟ ପଦନ୍ନୋତି ପାଇ ଯୁଗ୍ମ ନିର୍ଦ୍ଦେଶକ ପଦରେ ନିଯୁକ୍ତ ହୋଇଛନ୍ତି। ବରଦା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri