ଏନ୍ପିଆର ପାଇଁ ରାଜ୍ୟର ପ୍ରସ୍ତୁତି
ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରିଥିଲେ। ହେଲେ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି)କୁ ବିରୋଧ କରିଥିଲେ। ଏହାକୁ ଓଡ଼ିଶାରେ ଲାଗୁ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିଦିନ ତଳେ ସ୍ପଷ୍ଟ କରିଥିଲେ।...
ଲାଞ୍ଚ: ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଗିରଫ
କଟକ ଅଫିସ, ୪ା୧: ଦେଢହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ନବରଙ୍ଗପୁରଠାରେ ଥିବା ଲାର୍ଜ ଏରିଆ ମଲ୍ଟି ପର୍ପୋଜ୍ କୋଅପରେଟିଭ ସୋସାଇଟି (ଲାମ୍ପ୍ସ)ର ପରିଚାଳନା ନିର୍ଦ୍ଦେଶକ ବାନାମ୍ବର ପଟ୍ଟନାୟକ। ଶୁକ୍ରବାର ୯୯.୩୨ କୁଇଣ୍ଟାଲ ଧାନ ମଣ୍ଡିରେ...
ଫନୀ ମୁକାବିଲା ନେଇ ଓଡ଼ିଶାର ପ୍ରସ୍ତୁତିକୁ ଅମିତ୍ ଶାହାଙ୍କ ପ୍ରଶଂସା
ଭୁବନେଶ୍ୱର,୪ା୧(ବ୍ୟୁରୋ): ଓଡିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାକୁ ନେଇ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଓଡିଶାର ପ୍ରସ୍ତୁତି ଉତ୍ତମ ବୋଲି ମାନିଛନ୍ତି। ଫନୀ ବାତ୍ୟା ପରେ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ସାମାଜିକ ବାସନ୍ଦ ବିରୋଧରେ ଦୃଢ଼ ହେଲେ ପ୍ରମିଳା
ଗୁଡ଼ଭେଲା, ୩।୧ (ଡ଼ି.ଏନ.ଏ.): ବାପାଙ୍କ ମୃତଦେହ ଘରେ ୨ ଦିନ ହେଲା ପଡ଼ିଥିଲା। ମୁଣ୍ଡପିଟି କାନ୍ଦୁଥିଲେ ପରିବାର ଲୋକେ। ଶୋକରେ କାହାର ପାଟି ଫିଟୁ ନ ଥିଲା। ମୃତଦେହ ସତ୍କାର ହୋଇ ନ ଥିବାରୁ ଭୋକ ଉପାସରେ ରହିଥିଲେ ସାରା...
ରାଜ୍ୟ ସାରା କୋହଲା ପାଗ
ଭୁବନେଶ୍ୱର,୪ା୧(ବ୍ୟୁରୋ): ଝିପି ଝିପି ବର୍ଷା, କୋହଲା ପାଗ ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଏକ ଶୀତୁଆ ପରିବେଶ। ଆଗକୁ ବର୍ଷା ଅଧିକ ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଦେହ ମୁଣ୍ଡକୁ ଥରାଇ ଦେବ। ଶୁକ୍ରବାର ସକାଳୁ ମେଘ ଢାଙ୍କି...
ଫେବୃୟାରୀ ପ୍ରଥମ ସପ୍ତାହରେ ବିଧାନସଭା
ଭୁବନେଶ୍ୱର,୪ା୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ୨୦୨୦ର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏ ନେଇ ସଂସଦୀୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ତଥ୍ୟ ମଗାଯାଇଛି। ଜାନୁୟାରୀ ୨୦...
ଅବକାରୀ ମନ୍ତ୍ରୀଙ୍କ ଯାଜପୁର ଗସ୍ତ, ବିଭାଗୀୟ କାର୍ଯ୍ୟର ସମୀକ୍ଷା: ଚୋରା, ବିଷାକ୍ତ ମଦ ବିକ୍ରି ରୋକିବାକୁ ନିର୍ଦ୍ଦେଶ
ଯାଜପୁର ଟାଉନ,୪ା୧(ଡିଏନଏ): ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲାରେ ଯେପରି କୌଣସି ବିଷାକ୍ତ...
ମାଙ୍କଡ଼ ଆକ୍ରମଣରେ ଛାତରୁ ପଡ଼ି ମହିଳାଙ୍କ ମୃତ୍ୟୁ
ବିଞ୍ଝାରପୁର/ବରୀ,୪ା୧ (ଡି.ଏନ.ଏ/ସ୍ବ.ପ୍ର.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରିଲୋ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କୁ ମାଙ୍କଡ଼ ଆକ୍ରମଣ କରିବାରୁ ସେ ଛାତରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ଅରୁଣ ସ୍ବାଇଁଙ୍କ...
ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ
ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଆଧୁନିକ ଚାକଚକ୍ୟ ଭିତରେ ପାଲା ଗୁରୁତ୍ୱହୀନ ହୋଇପଡିଛି। ଏବେ ବିଭିନ୍ନ...
ପ୍ରଥମଖଣ୍ଡ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା: ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ
ରସୁଲପୁର,୪ା୧(ଡିଏନଏ): ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସେବା ସମିତି(ପାକ୍ସ) ରହିଛି। ସେଥିରୁ ପ୍ରଥମଖଣ୍ଡ ସେବା ସମିତି ଧାନ ମଣ୍ଡି ଖୋଲିବାରେ ଆଗୁଆ ରହିଛି। ଏହି ସମିତି ଜରିଆରେ ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଇଛି।...
ଦାଉ ସାଧିଲା ଅଦିନିଆ ବର୍ଷା: ଲକ୍ଷାଧିକ ହେକ୍ଟର ଫସଲ ନଷ୍ଟ ଆଶଙ୍କା
ଜଗତ୍ସିଂହପୁର ଅଫିସ୍, ୪।୧: ଚଳିତ ଖରିଫ ଋତୁରେ ଜଗତ୍ସିଂହପୁର ଜିଲାରେ ପ୍ରାୟ ୩,୪୪,୮୦୦ ମେଟ୍ରିକ୍ ଟନ୍ ଧାନ ଅମଳ ଲକ୍ଷ୍ୟ ରଖାଯାଇଥିବା ବେଳେ ଦାଉ ସାଧିଛି ଅଦିନିଆ ବର୍ଷା। ଶୁକ୍ରବାର ବର୍ଷା ଯୋଗୁ ସହସ୍ରାଧିକ ହେକ୍ଟର ଜମିରେ ଧାନ ଚକଡ଼ା...
ଦୌଡ଼ିଲେ ୫ ବର୍ଷର ବାଳକ ବୁଦ୍ଧାଦିତ୍ୟ: କମ୍ ବୟସ ଯୋଗୁ ଭାଗ ନେଇପାରିଲେନି
ପାରାଦୀପ,୪ା୧(ସ୍ବ.ପ୍ର.)ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସରେ ଆୟୋଜିତ ମିନି ମାରାଥନ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୫ ବର୍ଷୀୟ ବାଳକ ବୁଦ୍ଧାଦିତ୍ୟ ସ୍ବାଇଁ। ଭୁବନେଶ୍ୱରର ଦେବଦତ୍ତ ସ୍ବାଇଁଙ୍କ ପୁତ୍ର ବୁଦ୍ଧାଦିତ୍ୟ ବିଗତ ଦିନର ବିସ୍ମୟ ବାଳକ ବୁଦ୍ଧିଆ ଭଳି ହେବାକୁ ଲକ୍ଷ୍ୟ ରଖିଛନ୍ତି।...
Archives


