ରାଶନ କାର୍ଡରୁ ବଞ୍ଚିତ୍ତ ଗରିବଙ୍କୁ ଚାଉଳ, ଡାଲି ମିଳୁ
ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ସବୁ ଗରିବ ପରିବାର ସାମିଲ ହୋଇପାରି ନାହାନ୍ତି। ସେହି ପରିବାର ସଦସ୍ୟଙ୍କୁ ମାଗଣାରେ ଚାଉଳ ଏବଂ ଡାଲି ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୁଧବାର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର…
ଲକ୍ଡାଉନ୍ ନିୟମ ଉଲ୍ଲଘଂନ: ୧୯ ହଜାର ଜରିମାନା ଆଦାୟ ସହ ଜଣେ ଚା’ ଦୋକାନୀ ଗିରଫ
ଜୁନାଗଡ଼,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲକ୍ଡାଉନ୍ କଡ଼ାକଡ଼ି କରାଯାଇଛି। ଏହାକୁ ସଫଳ କରିବା ପାଇଁ ଜୁନାଗଡ଼ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ହେଳେ ଏହା ସତ୍ତ୍ବେ ବି କେତେକ ଅମାନିଆ ବାଇକ ଚାଳକ ଏହି ନିୟମକୁ ମାନୁନାହାନ୍ତି। ଜୁନାଗଡ଼…
କୋଭିଡ଼-୧୯ ବିରୋଧରେ ବେଦାନ୍ତର ତୃଣମୂଳ ସ୍ତରରେ ପ୍ରୟାସ
ଝାରସୁଗୁଡା ଅଫିସ,୧୬।୪: ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନୀର ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ କୋଭିଡ଼-୧୯ ବିରୋଧରେ ଚାଲିଥିବା ଯୁଦ୍ଧରେ ଅଗ୍ନିଶମ ବିଭାଗ ଦ୍ୱାରା ଏହାକୁ ଆହୁରି ସୁଦୃଢ଼ କରାଯାଇଛି। କମ୍ପାନୀର ସିଏସ୍ଆର ଓ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଅଗ୍ନିଶମ ବିଭାଗ ଝାରସୁଗୁଡାର ୨୨ଟି ପ୍ରମୁଖ ସ୍ଥାନକୁ…
ଜରୁରୀ ରୋଗୀ ସେବା ପାଇଁ ୧୦ଅଟୋକୁ ଅନୁମତି
ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଏବେ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଜରୁରୀକାଳିନ ସେବା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଲୋକଙ୍କ ସୁବିଧା ପାଇଁ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ…
ରବିଧାନ ସଂଗ୍ରହ: ଚାଷୀ ପଞ୍ଜୀକରଣରେ ବୃଦ୍ଧି
ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ ରବିଧାନ ସଂଗ୍ରହ ନିମନ୍ତେ ଅନ୍ଲାଇନରେ ଚାଷୀମାନଙ୍କ ନାମ ପଞ୍ଜୀକରଣ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି। ଏହା ଜରିଆରେ ବୁଧବାର ସୁଦ୍ଧା ୨, ୩୪, ୭୨୮ ଜଣ ଚାଷୀ ପଞ୍ଜୀକୃତ କରିସାରିଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ୯ ପ୍ରତିଶତ ଅଧିକ…
ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ
କଟକ ଅଫିସ୍,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ ଦେଖାଦେଇଥିବା ପରିସ୍ଥିତି ପାଇଁ ଏହାକୁ ପୁଣିଥରେ ସ୍ଥଗିତ ରଖାଯାଇଛି। ବୁଧବାର ପରିଷଦ ପକ୍ଷରୁ ଏନେଇ…
ଜଳ ସମସ୍ୟା ଦୂର ଲାଗି ଟୋଲ୍ ଫ୍ରି ନମ୍ବର
ଭୁବନେଶ୍ୱର, ୧୬ା୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମ ଏବଂ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେନେଇ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟ ଜଳ ସମସ୍ୟା ସୃଷ୍ଟି ହେଲେ ଏହାକୁ ଦୂରକରିବା ପାଇଁ…
ବଢ଼ିଲା ଯାନବାହନ ବୈଧତା ଅବଧି
କଟକ ଅଫିସ୍,୧୬ା୪: ଲକ୍ଡାଉନ୍ ସମୟ ବଢ଼ିବା ଯୋଗୁ ଯାନବାହନଗୁଡ଼ିକର ବିଭିନ୍ନ ପ୍ରକାର ବୈଧତା ଅବଧି ମଧ୍ୟ ବଢ଼ିଛି। ବୁଧବାର ଏନେଇ ରାଜ୍ୟ ପରିବହନ କମିଶନର ତଥା ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ଅଧ୍ୟକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଲକ୍ଡାଉନ୍ ଯୋଗୁ ପ୍ରଦୂଷଣ ଯାଞ୍ଚ…
୪୦ ଡିଗ୍ରୀ ଉପରେ ୭ ସହର
ଭୁବନେଶ୍ୱର,୧୬ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ତାତିର ପ୍ରକୋପ ବହୁ ମାତ୍ରାରେ ବଢିଯାଇଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରକୁ ଟପିଛି। ବୁଧବାର ରାଜ୍ୟର ୭ ସହରରେ ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରୀକୁ ଟପି ଯାଇଛି। ଆଞ୍ଚଳିକ ପାଣିପାଗ…
ବିଶୋଧନ ହେଲା ସ୍ବର୍ଗଦ୍ୱାର
ପୁରୀ ଅଫିସ,୧୬ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତା ଓ ବିଶୁଦ୍ଧୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପୁରୀର ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା ସ୍ବର୍ଗଦ୍ୱାର ଅଞ୍ଚଳକୁ ସାନିଟାଇଜ କରାଯାଇ ନ ଥିଲା। ଏ ନେଇ ବୁଧବାର ଧରିତ୍ରୀରେ ଖବର…
କ୍ଷତି ସହୁଛନ୍ତି ଶୀତଳଭଣ୍ଡାର ଉଦ୍ୟୋଗୀ
ଭୁବନେଶ୍ୱର,୧୬ା୪(ବ୍ୟୁରୋ): ରାଜ୍ୟରେ କିଛିବର୍ଷ ତଳେ ଆଳୁ ମିଶନ୍ ଆରମ୍ଭ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସେ ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଶୀତଳଭଣ୍ଡାର ଖୋଲାଯିବାକୁ ଗୁରୁତ୍ୱ ଦିଆଯାଇଥିଲା। ହେଲେ ଆଳୁ ମିଶନ୍ ନେଇ ଆଶା କରାଯାଉଥିବା ଲକ୍ଷ୍ୟ ପୂରଣ ନ ହେବାରୁ…
ଭୂତ, ଚକୁଳିିଆ ପଣ୍ଡା ବେଶରେ ସଚେତନତା
ଖୋର୍ଦ୍ଧା ଅଫିସ,୧୬ା୪: ବଜାରରେ ବୁଲୁଥିବା ଅମାନିଆ ବାଇକ ଚାଳକଙ୍କୁ ସଚେତନ କରିବା ଲାଗି ଆଗେଇ ଆସିଛନ୍ତି ସାମାଜିକ କର୍ମୀ ତଥା ଖବରଦାତା ଧନେଶ୍ୱର ବିଧାର। ସମ୍ପୂର୍ଣ୍ଣ ଶରୀରରେ କଳା କପଡ଼ା ପିନ୍ଧି ନିଜକୁ କରୋନା ଭୂତ ବେଶରେ ସଜାଇ ସେ ବାଇକରେ…
Archives


