ରାଜ୍ୟ

ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇଲେ ୩୫୦ପ୍ରବାସୀ:କଣ୍ଟାବାଞ୍ଜି ରେଳ ଷ୍ଟେଶନରୁ ଚମ୍ପଟ୍‌ ମାରିଲେ ୪୫

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୨୬ା୫ (ଡି.ଏନ୍‌.ଏ.) ଗୁଜରାଟର ଗାନ୍ଧୀଧାମରୁ କଟକର ନିର୍ଗୁଣ୍ଡି ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଚେନ୍‌ ଟାଣି ୩୫୦ ପ୍ରବାସୀ ସୋମବାର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ରେଳଷ୍ଟେଶନ୍‌ରେ ଓହ୍ଲାଇ ପଡିଥିଲେ। ସେମାନଙ୍କ ଭିତରୁ ୩୦୫ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୪୫ଜଣ…

୧୦୯୮ ଶ୍ରମିକଙ୍କୁ ନେଇ ବିହାର ଗଲା ଟ୍ରେନ୍‌

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଓଡ଼ିଶାରେ ବିଭିନ୍ନ ଜିଲାରେ ଅଟକି ରହିଥିବା ବିହାରର ୧୦୯୮ଜଣ ଶ୍ରମିକଙ୍କୁ ନେଇ ଭୁବନେଶ୍ୱର-ଦାନାପୁର ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବିହାର ଅଭିମୁଖେ ସୋମବାର ଯାତ୍ରା କରିଛି। ଅପରାହ୍ନ ୪ଟାରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ଭୁବନେଶ୍ୱର ନୂଆ ରେଳଷ୍ଟେଶନରେ ଉପସ୍ଥିତ…

ତତଲା ତାଓ୍ବାରେ ଓଡିଶା: ଆହୁରି ତତେଇବ, ୧୧ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ବାତ୍ୟା ପରେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗଳୁଗୁଳି ସମଗ୍ର ରାଜ୍ୟକୁ ଅସ୍ତବ୍ୟସ୍ତ କରିଛି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ତାତିରେ ଛଟପଟ ହେଉଛି। ଆହୁରି ୫ ଦିନ ଯାଏ ତାରିରୁ ନିସ୍ତାର ନାହିଁ। ଆଭ୍ୟନ୍ତରୀଣ…

ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀକୁ ମିଳିଲା ଅନୁମତି: ବିନା ଶୋଭାଯାତ୍ରାରେ ହେବ ଶିବ ବିବାହ

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଲାଗି ସୋମବାର ଅନୁମତି ମିଳିଛି। ଏ ନେଇ ବିଏମସି କମିଶନରଙ୍କ ପକ୍ଷରୁ କେତେକ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନିର୍ଦ୍ଦିଷ୍ଟ କଟକଣା ସହ ଶିବ ବିବାହ ନୀତି ପାଳନ ହେବ। ବିନା ଶୋଭାଯାତ୍ରା ଓ ସାଜ ସଜ୍ଜାରେ…

କାଲିଠାରୁ କଟକ- ଭୁବନେଶ୍ୱରରେ ଗଡିବ ମୋ ବସ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଆସନ୍ତା କାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ। ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ ଚଳାଚଳ କରିବ। ସକାଳ ୭ଟାରୁ ସା ୭ଟା ଯାଏ ବସ ଚଳାଚଳ କରିବ ବୋଲି ନିଷ୍ପତି ନିଆଯାଇଛି। ଏୟାରପୋର୍ଟ-ସିଡିଏ,…

ଆଜିଠୁ ଘରୋଇ ସେବା ଦେବ ମୋବସ୍‌

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦ୍ୱାରା ପରିଚାଳିତ ମୋବସ ସେବା ମଙ୍ଗଳବାରଠାରୁ ଘରୋଇ ସେବା ଯୋଗାଇବ। ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବିନା ଶୀତତାପ ନିୟନ୍ତ୍ରିତ ମୋବସ ସେବା ୭ଟି…

ଝାରସୁଗୁଡା ବିମାନବନ୍ଦରରୁ ଉଡିଲା ବିମାନ

ଝାରସୁଗୁଡା ଅଫିସ,୨୫ା୫-ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ସୋମବାର ଏହି ବିମାନବନ୍ଦରରୁ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ଚଳାଚଳ କରିଛି। ତେବେ କୋଲକତାକୁ ଯିବାକୁ ଥିବା ବିମାନ ବାତିଲ ହୋଇଥିବା ବିମାନବନ୍ଦର କର୍ତୃପକ୍ଷ ସୂଚନା ଦେଇଛନ୍ତି।…

ମଙ୍ଗଳବାରରୁ ମାଟ୍ରିକ ଖାତା ମୂଲ୍ୟାୟନ: ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ମଙ୍ଗଳବାରଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୁଲ୍ୟାୟନ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ…

CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ ରହିଛନ୍ତି। ସେହିପରି ଯାଜପୁର ଓ କେନ୍ଦ୍ରାପଡ଼ାରୁ ୧୩ଜଣ ଲେଖାଏ ରହିଥିବା ବେଳେ ପୁରୀରୁ ୧୦,…

ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାରଠାରୁ ଆରମ୍ଭ ହୋଇଛି ଘରୋଇ ବିମାନ ଚଳାଚଳ। ଭୁବନେଶ୍ୱରରୁ ୬୪ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଗଲା ଭିସ୍ତାର ବିମାନ। ଏ ନେଇ ନିର୍ଦ୍ଦେଶକ ଭି. ଭି ରାଓ ସୂଚନା ଦେଇଛନ୍ତି। ୭୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆସିଥିଲା…

୨ କରୋନା ଯୋଦ୍ଧା ପଜିଟିଭ: ଦେବଗଡ଼ର ଆଶାକର୍ମୀ, ଶିକ୍ଷକ କରୋନା ଆକ୍ରାନ୍ତ

ଦେବଗଡ଼,୨୫ା୫(ଡି.ଏନ୍‌.ଏ): ରାଜ୍ୟରେ ସୋମବାର ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦେବଗଡ଼ ଜିଲାରେ ସର୍ବାଧିକ ୨୨ଜଣ ଆକ୍ରାନ୍ତ ରହିଛନ୍ତି। ତେବେ ଏହି ୨୨ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେଲେଇବଣି ବ୍ଲକ ସୋଢ଼…

ପହଣ୍ଡିରେ ସାମିଲ ଦଇତା ସେବକଙ୍କର କରୋନା ଟେଷ୍ଟ ହେଉ: ନିଯୋଗ ସଭାପତି

ପୁରୀ ଅଫିସ, ୨୫।୫: ଆସନ୍ତା ଜୁନ୍‌ ୫ରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ସର୍ବନିମ୍ନ ସେବକଙ୍କ ତାଲିକା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୦ ନିଯୋଗଙ୍କୁ ଚିଠି କରାଯାଇଥିଲା। ତେଣୁ ଦଇତାପତି ନିଯୋଗ ପକ୍ଷରୁ ଏ ନେଇ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri