ରାଜ୍ୟ

୨ କନେଷ୍ଟବଳଙ୍କୁ କରୋନା

ଭୁବନେଶ୍ୱର,୧୯।୭(ବ୍ୟୁରୋ): କମିଶନରେଟ ପୋଲିସ ରିଜର୍ଭ ଲାଇନ୍‌ର ୨ଜଣ କନେଷ୍ଟବଳ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ଛୁଟିରୁ ଫେରି ଆଇସୋଲେଶନରେ ଥିଲେ। ପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଓ ଗଞ୍ଜାମରେ ବୋଲି ଜଣାପଡ଼ିଛି। ତେବେ ଏହା ଜଣାପଡ଼ିବା ପରେ…

ଭୁବନେଶ୍ୱରରେ କରୋନା ସ୍ଥିତି ସାଂଘାତିକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ କହିଛନ୍ତି, କରୋନା ସଂକ୍ରମଣ ନ ବ୍ୟାପିବା ଲାଗି ସରକାର ଠିକ୍‌ ପରିଚାଳନା କରିପାରୁନାହାନ୍ତି। ଭୁବନେଶ୍ୱରରେ ସ୍ଥିତି ସାଂଘାତିକ।…

ଦାୟିତ୍ୱ ନେଲେ କଟକର ନୂଆ ଡିସିପି

କଟକ ଅଫିସ,୨୯।୭: କଟକର ନୂଆ ଡିସିପି ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ପ୍ରତୀକ ସିଂ। ଡିସିପି କାର୍ଯ୍ୟାଳୟରେ ସେ ବିଦାୟୀ ଡିସିପି ଅଖିଳେଶ୍ୱର ସିଂଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…

କରୋନା କାୟା: ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜଧାନୀରେ ରବିବାର ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି। ସେଥିରୁ ୬୪୬ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୨୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି…

ଶିକ୍ଷକଙ୍କୁ ଟ୍ୟୁଶନ କରିବା ପଡ଼ିଲା ମହଙ୍ଗା

ପଦ୍ମପୁର,୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ କୋଭିଡ ନିୟମ ଉଲ୍ଲଂଘନ କରି ଟ୍ୟୁଶନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ରବିବାର ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା ଥେରାପିରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ବାସ୍ଥାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସେମାନେ…

୩୧ ଯାଏ ଭଦ୍ରକ-ଧାମନଗର ଲକ୍‌ଡାଉନ୍‌

ଭଦ୍ରକ ଅଫିସ,୧୯।୭ – ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ କଟକଣା ଲାଗୁ ହେବ । ପୂର୍ବପରି…

ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍‌ସିବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଶନିବାର ଅଗ୍ନିଶମ ଡିଜି ସତ୍ୟଜିତ୍‌…

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ ପକ୍ଷରୁ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ସହରର ବିଭିନ୍ନ ସ୍ଥାନରେ କରୋନା ସଚେତନତା…

ଖୋର୍ଦ୍ଧାରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୫୨ ଆକ୍ରାନ୍ତ

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦ୍‌ ଦେଇ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ଜିଲାରେ ୪୩ ଏବଂ ଖୋର୍ଦ୍ଧା ପୌରାଞ୍ଚଳରେ ୯କୁ ମିଶାଇ ମୋଟ ୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେଥିରୁ ଟାଙ୍ଗି…

ରାଜ୍ୟରେ ଆଉ ୫ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ରବିବାର ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ…

CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୨୫୫ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଏନେଇ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri