୩୧ ଯାଏ ଭଦ୍ରକ-ଧାମନଗର ଲକ୍‌ଡାଉନ୍‌

ଭଦ୍ରକ ଅଫିସ,୧୯।୭ – ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନ୍‌ଏସି ଅଞ୍ଚଳକୁ ରବିବାର ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୦ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ କଟକଣା ଲାଗୁ ହେବ । ପୂର୍ବପରି ଜିଲାରେ ଶନିବାର, ରବିବାର ଶଟ୍‌ଡାଉନ୍‌ ରହିବ। ଏଥିସହ ଦୋକାନ ବଜାର ଖୋଲିବା ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସକାଳ ୫ରୁ ଦିନ ୧ ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଲୋକାଲ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜ଼ିଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ କିପରି ଅଧିକରୁ ଅଧିକ ସ୍ବାବ ନମୁନା ସଂଗ୍ରହ କରାଯିବ, ସେଥିପ୍ରତି ଧ୍ୟାନ ଦିଆଯିବ। ଜ଼ିଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ରବିବାର ସୁଦ୍ଧା ୩୨୩ ରେ ପହଁଚିଛି. ସେଥିମଧ୍ୟରୁ ୨୯୬ ଜଣ ସୁସ୍ଥ ହେଇଛନ୍ତି. ଲୋକମାନେ ମୁହଁ ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟ ମନ୍ଦିରର ସୌନ୍ଦର୍ଯ୍ୟକରଣ ହେବ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ଏ ଦିଗରେ କାର୍ଯ୍ୟ ଜୋରସୋରରେ ଚାଲିଛି।...

ଦିନକ ପରେ ଧରାବତରଣ କରିବେ ମା’ ଲକ୍ଷ୍ମୀ: ଆଇନଶୃଙ୍ଖଳା ଜଗିବେ ୧୫ ପ୍ଲାଟୁନ ଫୋର୍ସ

ଅନୁଗୋଳ ଅଫିସ, ୧୨।୧୦ – ଦିନକ ପରେ ଅନୁଗୋଳରେ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଏ ନେଇ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଆଇନଶୃଙ୍ଖଳା...

ଦୁର୍ଘଟଣାରେ ପୂର୍ବତନ ଛାତ୍ର ସଂସଦ ସଭାପତି ଆହତ, ମେଡିକାଲରେ ଉତ୍ତେଜନା

ଗଞ୍ଜାମ,୨।୧୦(ଡି.ଏନ୍‌.ଏ.): ଋଷିକୂଲ୍ୟା ପୋଲଠାରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଗଞ୍ଜାମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଅନିଲ କୁମାର ପରିଡ଼ା ବ୍ରହ୍ମପୁରରୁ ନିଜ ଗ୍ରାମକୁ...

ମାନସିକ ବିକୃତ ମହିଳାଙ୍କୁ ଥଇଥାନ କେନ୍ଦ୍ରକୁ ପଠାଗଲା

ଧର୍ମଗଡ଼,୯।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ସହରରେ ବୁଲୁଥିବା ଜଣେ ମାନସିକ ବିକୃତ ମହିଳାଙ୍କୁ ଧର୍ମଗଡ଼ସ୍ଥିତ ଏକ ଥଇଥାନ କେନ୍ଦ୍ରକୁ ଶୁକ୍ରବାର ହସ୍ତାନ୍ତର କରାଯାଇଛି। ମାନସିକ ବିକୃତି...

ବିଧାୟକ ପଢ଼ାଇଲେ ପାଠ

ପାଲଲହଡା,୨୦।୧୧(ଡି.ଏନ.ଏ.)- ପାଲଲହଡା ବିଧାୟକ ମୁକେଶ କୁମାର ପାଲ ମଙ୍ଗଳବାର ବ୍ଲକର କରଡାପାଳ ପଞ୍ଚାୟତ ଗସ୍ତ କରିଥିଲେ। ଏହି ଅବସରରେ ସେ ବାଁନଖୋଲ ଗ୍ରାମରେ ଥିବା ବାଁନଖୋଲ...

ଖୋର୍ଦ୍ଧା ଆସୁଥିବା ବେଳେ ଧରାପଡ଼ିଲା ୯୩୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୭।୧: ଅବକାରୀ ବିଭାଗ ସୋମବାର ଗଞ୍ଜାମ ଜିଲା ସଦର ଥାନା ଅଧୀନ ମହୁରୀକଳୁଆ ଛକ ନିକଟରୁ ୯୩୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ...

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ...

ଠିକ୍‌ ଠିକଣାରେ ଭୁଲ ମୃତଦେହ

ନିଶ୍ଚିନ୍ତକୋଇଲି,୧୨।୪(ସ୍ବ.ପ୍ର): ଠିକଣା ଠିକ୍‌ ଥିଲେ ମଧ୍ୟ ଭୁଲ୍‌ ମୃତଦେହ ପରିବାର ନିକଟରେ ପହଞ୍ଚତ୍ଥିଲା। ଆତ୍ମୀୟଙ୍କ ମରଶରୀରକୁ ଚିହ୍ନି ନ ପାରି ପରିବାର ଲୋକେ ତାହାକୁ ସତ୍କାର...

Advertisement
Archives

Model This Week