ରାଜ୍ୟ

ରାଜ୍ୟରେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୭୮୫ କରୋନା ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବଧିକ ୪୦୪ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦,…

ରାଜଧାନୀରେ ବଢ଼ୁଛି ସଂକ୍ରମଣ: ଆଜି ଆଉ ୧୦୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ମଙ୍ଗଳବାର ଏଠାରେ ଆଉ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟାେ ୪୧୭୧କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୦ କ୍ୱାରାଣ୍ଟାଇନ୍‌…

ବେହେରାସାହି ପରେ ଏବେ ଚିନ୍ତା ବଢ଼ାଇଲା ଜାଲୁଆ ସାହି: ଆଜି ଚିହ୍ନଟ ହେଲେ…

କଟକ ଅଫିସ,୧୧।୮: କଟକରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ସହରରେ ଆଉ ୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଉଛି। ସେଥିରୁ ୮୭୦ ଆକ୍ଟିଭ୍‌…

ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟୁଇଟ୍‌କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଜି କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ମୁଁ ସୁସ୍ଥ ଅଛି।…

ସେପ୍ଟେମ୍ବର ୯ରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ୧୧।୮(ବ୍ୟୁରୋ): କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ଫଳରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି। ଏପରି ସ୍ଥିତିରେ ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଲ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ।…

ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏଥର ସ୍ବାଧୀନତା…

ଝାରସୁଗୁଡାରୁ ଗୋଟିଏ ଦିନରେ ସର୍ବାଧିକ ୬୭ ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲାରୁ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ପଜିଟିଭଙ୍କୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୭ରେ…

ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ସୋମବାର ରାତିରେ ଜଣେ ପ୍ରସୁତି ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ପ୍ରସୁତି ମହିଳାଜଣଙ୍କ କରୋନାରେ ଆକ୍ରାନ୍ତ…

ପୁଣି ରାଜ୍ୟରେ ୧୦ ମୁଣ୍ଡ ନେଲା କରୋନା: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୯ ମୃତକଙ୍କ…

CORONAVIRUS UPDATE: ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୯ ଜିଲାରୁ ୧୩୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭୯୬କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ୍ସରେ ବିଶ୍ୱଜିତ

ପୁରୀ ଅଫିସ,୧୧।୮: ବୟସ ମାତ୍ର ୧୯। ହେଲେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିପାରିଛନ୍ତି ପୁରୀ କୁମୁଟିପାଟଣାର ବିଶ୍ୱଜିତ ନାୟକ। ଆଇସ୍‌କ୍ରିମ୍‌ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ବିଶ୍ୱଜିତ ଏହି କୃତିତ୍ୱ ହାସଲ…

ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି। ୧୫ରୁ ୨୦ ଦିନ ଭିତରେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri