ରାଜ୍ୟରେ ସୁସ୍ଥ ହେଲେ ଆଉ ୨୮୮୮ କରୋନା ଆକ୍ରାନ୍ତ : ରାୟଗଡାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୯।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡା ଜିଲାରୁ ସର୍ବାଧିକ ୪୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୧୦, ଗଞ୍ଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡରୁ ୧୩୮,…
ବଢ଼ିଲା ବିପଦ: ହୀରାକୁଦ ଡ୍ୟାମ୍ର ଆଉ ୨ ଗେଟ୍ ଖୋଲିଲା
ସମ୍ବଲପୁର,୨୯।୮(ବ୍ୟୁରୋ): ଫୁଲୁଛି ମହାନଦୀ। ଛତିଶଗଡ଼ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍ରୁ ଅଧିକ ଜଳ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ହୀରାକୁଦର ଆଉ ଦୁଇଟି ଗେଟ୍ ଖୋଲାଯାଇଛି। ଫଳରେ ଏବେ ମୋଟ ୪୬ଟି…
ବାଙ୍କୀରେ ପଶିଲା ମହାନଦୀ ପାଣି: ଲୋକେ ଆତଙ୍କିତ
ବାଙ୍କୀ,୨୯।୮(ସ୍ବ.ପ୍ର.): ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କଠାରେ ଶନିବାର ମହାନଦୀର ବନ୍ୟାଜଳ ଘାଇ ଭଙ୍ଗା ପୋଲଦେଇ ବିଲରେ ମାଡ଼ୁଛି। ବାଙ୍କିରେ ମହାନଦୀର ବନ୍ଧ ପାଠପୁରଯାଏ ରହିଛି। ଏବେ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା…
ଫୁଲୁଛି ମହାନଦୀ: ପୁରୀରେ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ସମୀକ୍ଷା
ପୁରୀ ଅଫିସ,୨୯।୮: ହୀରାକୁଦ ଜଳଭଣ୍ଡାର ଗେଟ୍ ଖୋଲିବା ପରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଛି। ପୁରୀ ଜିଲାରେ ବନ୍ୟା ହୋଇପାରେ ବୋଲି ଆଶଙ୍କା କରି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲା ମଧ୍ୟଦେଇ ପ୍ରଭାହିତ…
ବୈତରଣୀରେ ବନ୍ୟା: କେତେ ଲୋକ ପ୍ରଭାବିତ, କିପରି ଯୋଗା ଯାଉଛି ପ୍ରଶାସନିକ ସହାୟତା ଜାଣନ୍ତୁ
ଭଦ୍ରକ ଅଫିସ,୨୯।୮: ଲଗାଣ ବର୍ଷାରେ ଭଦ୍ରକ ଜିଲାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣାପଡ଼ଛି । ସେଗୁଡ଼ିକ ହେଲା ଭଦ୍ରକ ଜିଲାର ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର, ବାସୁଦେବପୁର, ବନ୍ତ, ଚାନ୍ଦବାଲି,…
ବନ୍ୟା ମୁକାବିଲା ପାଇଁ ଆଇଏଏସ୍ଙ୍କୁ ଦାୟିତ୍ୱ
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ କିଛି ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା, ଡି.କେ. ସିଂହଙ୍କୁ କଟକ…
CORONAVIRUS UPDATE: ୩୦ ଜିଲାରୁ ପୁଣି ୩୨୫୨ ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରେ ଗୋଟିଏ ଦିନରେ ୭ଶହ ଟପିଲା
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ ଶନିବାର ୩୦ ଜିଲାରୁ ପୁଣି ୩୨୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
ରାଜ୍ୟରେ ସର୍ବାଧିକ ୧୪ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ କରୋନାରେ ଶନିବାର ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ରେ…
ବିକାଶ, ପପୁ, ଦୀପକଙ୍କ ଲାଏ ଡିଟେକ୍ସନ
ଭୁବନେଶ୍ୱର,୨୯ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁର ରହସ୍ୟ ପାଇବାକୁ କ୍ରାଇମ୍ବ୍ରାଞ୍ଚ ଶେଷରେ ଲାଏ ଡିଟେକ୍ସନର ସାହାରା ନେଇଛି। ଗୁରୁବାର ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିବାବେଳେ ଶୁକ୍ରବାର ୩ ସହଯୋଗୀ ତଥା ପିପୁଲ ଫର୍ ସେବାର ସଦସ୍ୟ ବିକାଶ,…
୧୦ ଜିଲାର ୯୯୭ ଗ୍ରାମ କ୍ଷତିଗ୍ରସ୍ତ
ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାଜ୍ୟରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ସୁଧାର ଆସିବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଙ୍କେତ ୧୦.୩୫ମିଟର ଥିବାବେଳେ ଶୁକ୍ରବାର ଜଳସ୍ତର ୧୦.୯୫ ମିଟରକୁ ଉଠିଥିଲା। ଦ୍ୱିପ୍ରହର ୨ଟା ସୁଦ୍ଧା ଏହା…
ଭସାଣ ଉତ୍ସବ ମନା, କେବଳ ବିସର୍ଜନ
କଟକ ଅଫିସ,୨୯ା୮: କରୋନା କଟକଣା ଭିତରେ ଛନ୍ଦି ହୋଇପଡ଼ିଛି ପାର୍ବଣର ସହର କଟକ ଦଶହରା। ପ୍ରଥମଥର ପାଇଁ ରୌପ୍ୟନଗରୀର ପୂଜା ମଣ୍ଡପରେ ଚାନ୍ଦିମେଢ଼ ଦେଖିବାକୁ ମିଳିବ ନାହିଁ କି ମା’ଙ୍କ ମଥାରେ ସୁନା ମୁକୁଟ ଝଲସିବ ନାହିଁ। ବିନା ଆଡ଼ମ୍ବରରେ ମା’ଙ୍କ…
ପ୍ରିନ୍ସିପାଲ, ଶିକ୍ଷକଙ୍କ ଆକାଉଣ୍ଟରୁ ୬.୫ଲକ୍ଷ ଲୁଟ
ଭୁବନେଶ୍ୱର,୨୯ା୮ବ୍ୟୁରୋ): ପୁଣି ସାଇବର ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଦୁଇଜଣ ବ୍ୟକ୍ତି। ସାଇବର ଠକମାନେ ଖାରବେଳନଗର ଥାନା ୟୁନିଟ-୩ସ୍ଥିତ ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ପ୍ରିନ୍ସିପାଲ ସୁଧୀର କୁମାର ଦାଶଙ୍କ ଆକାଉଣ୍ଟରୁ ୬ଲକ୍ଷ ଟଙ୍କା ନେଇଯାଇଥିବାବେଳେ ଏୟାରଫିଲ୍ଡ ଥାନା ଅଞ୍ଚଳରେ…
Archives


