କରୋନା କବଳରେ ରାଜ୍ୟର ବ୍ୟାଙ୍କ କର୍ମଚାରୀ: ୩୦୬୬ ସଂକ୍ରମିତ, ୧୪ ଜଣଙ୍କ ଜୀବନ ଗଲାଣି
ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୩୭ରୁ ଊର୍ଦ୍ଧ୍ୱ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଜୀବନକୁ ବିପଦରେ ପକାଇ ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ବିଭିନ୍ନ ସରକାରୀ କାର୍ଯ୍ୟ ସହ…
ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ
ଭୁବନେଶ୍ୱର, ୪।୧୦(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…
ପ୍ରଦୀପ ମହାରଥୀ ଗୁରୁତର: ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩ା୧୦(ବ୍ୟୁରୋ)-ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଛି। ସେ ଗତ କିଛିଦିନ ହେବ ସମ୍ ଅଲଟିମେଟ ମେଡିକେୟାରରେ ଚିକିିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମହାରଥୀଙ୍କ ପରିବାର ସଦସ୍ୟଙ୍କ ସହ ଟେଲିଫୋନ ଯୋଗ…
ବାଇକ୍ ଉପରେ ଚଢିଗଲା ଟ୍ରକ: ଚାଲିଗଲା ୨ ଜଣଙ୍କ ଜୀବନ
କେନ୍ଦୁଝର, ୩ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଭଗାମୁଣ୍ଡା ଆଶ୍ରମ ସ୍କୁଲ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ବାଇକ୍ ଉପରେ ଏକ ୧୨ ଚକିଆ ଟ୍ରକ ଚଢିଯିବାରୁ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୂଆଗଁା ଗ୍ରାମର ସଞ୍ଜିବ ମହାରଣା(୨୮) ଓ…
ଅନ୍ଲାଇନ୍ ଗେମ୍ କାଳ ହେଲା: ତାଗିଦ କରିବାରୁ ନାବାଳକଙ୍କ ଆତ୍ମହତ୍ୟା
ଯୋଡ଼ା ୩।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଅନଲାଇନ ଖେଳ ପାଇଁ ବାପାମା’ ତାଗିଦ୍ କରିଥିଲେ। ଏଥିରେ ନାବାଳକ ରାଗିଯାଇ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ର ଜଣଙ୍କ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ।…
ପରିସ୍ରା ଯିବା ବାହାନାରେ ଥାନାରୁ ଚମ୍ପଟ ମାରିଲେ ବଳାତ୍କାର ଅଭିଯୁକ୍ତ
ଚାନ୍ଦବାଲି, ୩ା୧୦(ଡି.ଏନ.ଏ.)-ନାବାଳିକା ଅପହରଣ ଓ ବଳାକତ୍ାର ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶୁକ୍ରବାର ବିଳମ୍ବିତ ରାତିରେ ଚାନ୍ଦବାଲି ଥାନାରୁ ଚମ୍ପଟ ମାରିଛନ୍ତି। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ସୂଚନାଯୋଗ୍ୟ, ଭଦ୍ରକ ଜିଲା…
ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୬୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩।୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୨୧, ଅନୁଗୋଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ ୧୬୭, ଜଗତସିଂହପୁରରୁ ୧୫୨, ନୂଆପଡାରୁ ୧୫୨, ବରଗଡରୁ ୧୪୧, ନବରଙ୍ଗପୁରରୁ…
କଟକ ସହରରୁ ୧୬୮ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୩।୧୦-କଟକ ସହରରୁ ଶନିବାର ମୋଟ ୧୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୯୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୯ ଜଣ ଅଛନ୍ତି। ଏ ନେଇ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଟୁଇଟ କରି…
ଭୁବନେଶ୍ୱରରୁ ଆଜି ୩୨୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୨୧୯
ଭୁବନେଶ୍ୱର,୩।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୧୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ପ୍ଲାଜମା ଦାନ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୩ା୧୦(ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ଶନିବାର ପ୍ଲାଜମା ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କଟକ ଏସ୍ସିବି ମେଡିକାଲରେ ପହଞ୍ଚି ପ୍ଲାଜମା ଦାନ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବେ ବୋଲି ପୂର୍ବରୁ ଧର୍ମେନ୍ଦ୍ର ଘୋଷଣା…
ଅନ୍ଲାଇନ ଖେଳ ନିଶା: ମା’ ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କାଟି ଜୀବନ ହାରିଲେ ଛାତ୍ର
ଯୋଡ଼ା,୩।୧୦(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗୌଡ଼ବସ୍ତିଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍ଲାଇନ ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, କମାରଯୋଡ଼ାରେ ରହୁଥିବା ବିନୋଦ ଆପଟ୍ଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଯୋଡ଼ା ସରସ୍ବତୀ…
ଟୁଇନ୍ ସିଟିରେ ଲଗାଣ ବର୍ଷା: ଆହୁରି ବର୍ଷିବା ନେଇ ସୂଚନା
ଭୁବନେଶ୍ୱର,୩।୧୦(ବ୍ୟୁରୋ): କଟକ ଏବଂ ଭୁବନେଶ୍ୱରରେ ଶନିବାର ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଲାଗି ରହିଛି। ଏହା ୨ ରୁ ୩ ଘଣ୍ଟା ଧରି ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ଲୋକଙ୍କୁ ସତର୍କ ରହିବାକୁ ଆଞ୍ଚଳିକ…
Archives


