ଏଣିକି ଘରେ ରହି ଚିକିତ୍ସିତ ହେବେ କରୋନା ପଜିଟିଭ: ଜାଣନ୍ତୁ କାହାକୁ ମିଳିବ ଅନୁମତି
ଭୁବନେଶ୍ୱର, ୧୩।୫(ବ୍ୟୁରୋ): କରୋନା ଲକ୍ଷଣ ନ ଥିବା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନ ଥିବା ବା ସାମାନ୍ୟା ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେଶନ କରାଯିବ। ଲକ୍ଷଣ ନ ଥାଇ ପଜିଟିଭ ଚିହ୍ନଟ ହେଲେ...
ଭଦ୍ରକ-କୋଲକତା ବସ୍ ଚଳାଚଳ ବନ୍ଦ
ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି ଭଦ୍ରକ ଜିଲାପ୍ରଶାସନ। ଏ ନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।
କଟକ ସହରରେ ଥମିବାର ନାଁ ନେଉନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ପୁଣି ୧୬ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୧୩।୭: କଟକ ସହରରୁ ସୋମବାର ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬ ଜଣ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରେ ଥିବାବେଳେ ୨ ଜଣ ହୋମ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ଏହାସହ ୮ଟି ଲୋକାଲ କେସ ରହିଛି। ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ...
ରାଜଧାନୀରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍
ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଏଠାରୁ ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୪ ଜଣଙ୍କ,...
ଗଞ୍ଜାମର ୮୧ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ରେ: ବୁଝାଇଲେ ଜ଼ିଲାପାଳ
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ଗଞ୍ଜାମ ଜ଼ିଲାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଦୈନିକ ୩ରୁ ୪ ଜଣଙ୍କର କରୋନାରେ ମୃତ୍ୟୁ ଘଟୁଛି। ଜିଲାରେ ପ୍ରତିଦିନ ୨ଶହରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚି଼ହ୍ନଟ ହେବାରେ ଲାଗିଛନ୍ତି। ଅପରପକ୍ଷରେ...
ଜୁଲାଇ ୩୧ ଭିତରେ ମାଟ୍ରିକ ରେଜଲ୍ଟ, ଯୁକ୍ତ ୨ ଖାତା ମୂଲ୍ୟାୟନରେ ରହୁଛି ସମସ୍ୟା
ଭୁବନେଶ୍ୱର, ୧୩।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୋମବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାଟ୍ରିକ ଖାତାଦେଖା ସରିଛି। ଏବେ ଟାବୁଲେସନ ଚାଲିଛି।...
ନ୍ୟୁୟର୍କରେ ଥିବା ଓଡ଼ିଆ ଡାକ୍ତରଙ୍କ ବଦାନ୍ୟତା: ଗଞ୍ଜାମକୁ ଦେଲେ ୧୫ ଲକ୍ଷ ଟଙ୍କାର ଭ୍ୟାନ୍
ଛତ୍ରପୁର, ୧୩।୭(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଅଧିକ ଚିନ୍ତାର କାରଣ ପାଲଟିଛି ଗଞ୍ଜାମ ଜିଲା। ଏଠାରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି...
ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ
ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି ପଡୋଶୀ ଉକ୍ତ ଗର୍ଭବତୀଙ୍କ ବେକକୁ ବାଉଁଶରେ ଚାପିବା ସହ ତାଙ୍କ ମୁଣ୍ଡକୁ କାଠ...
ଜୁନାଗଡ଼ରୁ ୩.୨ କୁଇଣ୍ଟାଲ ରତ୍ନ ପଥର ଜବତ, ଯୁବକ ଅଟକ
ଜୁନାଗଡ଼,୧୩।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ପଲାସ ଗ୍ରାମରେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଓ ଜୁନାଗଡ଼ ପୋଲିସ ରବିବାର ସନ୍ଧ୍ୟାରେ ଚଢ଼ାଉକରି ୩ କୁଇଣ୍ଟାଲ ୨ କିଗ୍ରା ରତ୍ନ ପଥର (ରୁବି ଓ ପାନ୍ନା) ଜବତ କରିଛି। ଏଥିରେ...
ବାପ ଅଜା ଅମଳରୁ ଅନ୍ଧାରରେ ବିତୁଛି ଜୀବନ
ମହାକାଳପଡ଼ା,୧୩ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତର ପନ୍ଦରମାଇଲି ଆଦିବାସୀପଡ଼ାରେ ୧୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ମିଳିପାରିନାହିଁ। ବାପ ଅଜା ଅମଳରୁ ସେମାନେ ଅନ୍ଧାରରେ ଦିନ କାଟୁଛନ୍ତି। ସ୍ବାଧୀନତାର ଏତେବର୍ଷ ବିିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ସେବା...
ପୁଣି ୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ
ଭୁବନେଶ୍ୱର,୧୩।୭(ବ୍ୟୁରୋ): ରାଜ୍ୟରେ କରୋନା ଯୋଗୁ ଆଉ ୬ ଜଣଙ୍କ ଜୀବନ ଯାଇଛି। ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଏହି ୬ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ ଥିବା ବେଳେ କଟକ ଓ ଭୁବନେଶ୍ୱରରୁ...
CORONAVIRUS UPDATE: ଆଜି ପୁଣି ୬୧୬ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୭୩୭ରେ ପହଞ୍ଚିଲା
ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ଆକ୍ରାନ୍ତଙ୍କ...
Archives


