ଭୁବନେଶ୍ୱରରୁ ଆଜି ପୁଣି ୪୩ ପଜିଟିଭ୍ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍ ୩୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଜାରି: ଆଜି ମଧ୍ୟରାତ୍ରିରୁ ହେବ କାର୍ଯ୍ୟକାରୀ
ସାକ୍ଷୀଗୋପାଳ,୨୨ା୧୧(ଡି.ଏନ୍.ଏ.): ରାତି ପାହିଲେ ପାଳନ ହେବ ପବିତ୍ର ଅଁଳା ନବମୀ। ତେବେ ଏହା ପୂର୍ବରୁ ପୁରୀ ଜିଲାର ସାକ୍ଷୀଗୋପାଳ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି। କରୋନା ମହାମାରୀ ଏବଂ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ରବିବାର…
ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଦୁଇଟି ଜାତୀୟ ପୁରସ୍କାର। ଭାରତ ସରକାରଙ୍କ ମତ୍ସ୍ୟ, ପଶୁସମ୍ପଦ ଓ ଗୋପାଳନ ବିଭାଗ ପକ୍ଷରୁ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ଇଚ୍ଛା ଡ୍ୟାମ୍ ନିର୍ମାଣ ସାରିବାକୁ ଅନୁରୋଧ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ସୁବର୍ଣ୍ଣରେଖା ନଦୀ ଉପରେ ଥିବା ବହୁମୁଖୀ ପ୍ରକଳ୍ପ ଚାନ୍ଦିଲ ଡ୍ୟାମ୍ର ବନ୍ୟା ନିୟନ୍ତ୍ରଣ ଆଧୁନିକୀକରଣ ଏବଂ ଇଚ୍ଛା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାଡ଼ଖଣ୍ଡ ପ୍ରତିପକ୍ଷ ହେମନ୍ତ ସୋରେନ୍ଙ୍କ ସହଯୋଗ ଲୋଡ଼ିଛନ୍ତି। ଶନିବାର ଏ…
ବଜ୍ରପାତରେ ୫ବର୍ଷରେ ଯାଇଛି ୧୮୩୬ ଜୀବନ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୧୮୩୬ଜଣ ଲୋକ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ୩୨ଜଣ ବଜ୍ରପାତରେ ଆହତ ହୋଇଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଏଭଳି ତଥ୍ୟ…
୮୩୧ ପଡ଼ାଗ୍ରାମକୁ ନାହିଁ ବିଦ୍ୟୁତ ସଂଯୋଗ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜ୍ୟର ୮୩୧ ପଡ଼ାଗ୍ରାମ ଏପର୍ଯ୍ୟନ୍ତ ବିଦ୍ୟୁତ୍ ଆଲୁଅରୁ ବଞ୍ଚତ୍ତ । ସାଉଥ୍କୋ ଅଧୀନସ୍ଥ ଗଜପତି ଜିଲାର ୪୪୭ଟି ଗ୍ରାମ ଏବେ ବି ଅନ୍ଧାରରେ ଥିବାବେଳେ କୋରାପୁଟ ଜିଲାର ୩୫୩ ଏବଂ କନ୍ଧମାଳ ଜିଲାର ୩୧ ଗ୍ରାମ ଅନ୍ଧାରରେ ରହିଛି। କଂଗ୍ରେସ…
ସିସିଟିଭିରେ କାଦୁଅ ଲଗାଇ ଏଟିଏମ୍ ଲୁଟ୍ ଉଦ୍ୟମ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ରାଜଧାନୀରେ ଥିବା ବ୍ୟାଙ୍କ୍ ଓ ଏଟିଏମ୍ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। ଲୁଟେରାମାନେ ଆଉ ଏକ ଏଟିଏମ୍କୁ ଟାର୍ଗେଟ କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି। ଶନିବାର ଭୋର୍ ସମୟରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଇଣ୍ଡିଆନ ବ୍ୟାଙ୍କ ଝାରପଡା ବ୍ରାଞ୍ଚର ଏଟିଏମ୍…
ବକେୟା ଟଙ୍କା ପାଇଁ ବନ୍ଧା ପଡ଼ିଲା ମୃତଦେହ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଅପରେଶନ ସରିଥିଲା। ରୋଗୀ ଜଣକ ଭେଣ୍ଟିଲେଟରରେ ଥିଲେ। ହେଲେ ରିପୋର୍ଟ କରୋନା ପଜିଟିଭ୍ ଆସିବାରୁ ଭେଣ୍ଟିଲେଟର କାଢ଼ି ଆଇସୋଲେଶନ ଓ୍ବାର୍ଡକୁ ନେଇଗଲେ। ଫଳରେ ଭେଣ୍ଟିଲେଟର ସର୍ପୋଟ ନ ପାଇ ଶେଷରେ ସମ୍ପୃକ୍ତ ରୋଗୀଙ୍କ ଜୀବନ ଚାଲିଗଲା। ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ…
୨୬ରେ ଶ୍ରମିକ ସଂଗଠନର ଧର୍ମଘଟ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): କେନ୍ଦ୍ରର ଭାଜପା ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରି ପାର୍ଲାମେଣ୍ଟରେ ଆଣିଥିବା ଶ୍ରମିକ କୋର୍ଡକୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ଘରୋଇକରଣ କରିବା ବିରୋଧରେ ଆସନ୍ତା ୨୬ ତାରିଖରେ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଧର୍ମଘଟ…
ଆଜି ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪…
ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
କଳାହାଣ୍ଡିରେ ବିରଳ ପ୍ରଜାତିର ବାଦୁଡି
ଜୁନାଗଡ,୨୧।୧୧(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମେରିଆବନ୍ଧଲି ପଞ୍ଚାୟତ ଡୁମେରବାହାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ବିରଳ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଛି। ସାଧାରଣତଃ ବାଦୁଡିର ରଙ୍ଗ କଳା ହୋଇଥିବାବେଳେ ଏହି ବାଦୁଡିର ରଙ୍ଗ ନିଳ ଓ ହଳଦିଆ ରହିଥିଲା। ଘଟଣାରୁ ଜଣାପଡିଛି,…
Archives


