ବିଜେଡି ସର୍ବଦା କୃଷକଙ୍କ ସହ ରହିଛି: ସସ୍ମିତ
ଭୁବନେଶ୍ୱର,୮।୧୨(ବ୍ୟୁରୋ): କୃଷକ ମାନଙ୍କର ମୁଖ୍ୟ ସମସ୍ୟା ଏବଂ ସେମାନଙ୍କର ଆଶଙ୍କା ଦୂର କରିବା ଆବଶ୍ୟକ। ଆସନ୍ତା ୯ ତାରିଖରେ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ସମସ୍ତ ବିଷୟ ଆଲୋଚନା ମାଧ୍ୟମରେ ସମାଧାନ ହେବବା ନେଇ…
ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ
ବାଳକାଟୀ,୮।୧୨(ଡି.ଏନ୍.ଏ.);ବିବାଦୀୟ ବାବା ତଥା ରାଜଧାନୀ ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ରବିବାର ରାତିରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ୭୯ ବର୍ଷ ବୟସରେ…
ବଢ଼ିବ ସାଧାରଣଙ୍କ ସଙ୍କଟ
ଅନୁଗୋଳ ଅଫିସ, ୮।୧୨ କରୋନା କାୟାରୁ ଲୋକଙ୍କୁ ନିସ୍ତାର ମିଳିନି। ଦୋହଲି ଯାଇଥିବା ସେମାନଙ୍କ ଆର୍ଥିକ ସ୍ଥିତି ଏଯାଏ ମଜଭୁତ ହୋଇନି। ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଲଗାତର ତୈଳଦର ବଢ଼ିଚାଲିଛି। ଗତ ୧୮ ଦିନରେ ୧୫ଥର ତେଲ ମୂଲ୍ୟ…
ଓଭରଲୋଡ ଟ୍ରକରୁ ଜରିମାନା ଆଦାୟ
ଜୁନାଗଡ,୮।୧୨(ଡି.ଏନ୍.ଏ) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବନମାଲୀପୁର ନିକଟରେ ସୋମବାର ଏକ ଓଭରଲୋଡ ମକା ଟ୍ରକକୁ ଜିଲା କନିଷ୍ଠ ଏମଭିଆଇ ରତିକାନ୍ତ ନାହାକ ଧରପଗଡ କରିଛନ୍ତି। ଏହି ସମୟରେ ଉକ୍ତ ଟ୍ରକଠାରୁ ଓଭରଲୋଡ ପାଇଁ ୩୧ ହଜାର ୧୮୦ ଟଙ୍କା ଜରିମାନା…
ଆଜି ପ୍ରଥମାଷ୍ଟମୀ: ଖୋଜାପଡ଼ିଛି ହଳଦୀପତ୍ର
କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ସବୁ ପର୍ବରେ ଘର ପିଠାପଣାରେ ମହକି ଉଠେ। ଓଡ଼ିଆଣୀ ଘରେ ବିଭିନ୍ନ ପ୍ରକାରର ପିଠା ମଧ୍ୟରୁ ଏଣ୍ଡୁରୀ ପିଠା ନିଆରା। ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ଘରେ ଘରେ ହୋଇଥାଏ। ଏଣୁ ପ୍ରଥମାଷ୍ଟମୀ…
ଦେବଗଡ଼ ଏବିଭିପିର ନଗର ସମ୍ମିଳନୀ
ଦେବଗଡ଼, ୮ା୧୨(ଡ଼ି.ଏନ୍.ଏ.)-ଦେବଗଡ଼ ଜିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟାଳୟ ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ (ଏବିଭିପି)ର ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ସୁକାନ୍ତ ସାହୁ ମୁଖ୍ୟ…
ଆସନ୍ତାକାଲି ଗଡିବନି ମୋ-ବସ୍
ଭୁବନେଶ୍ୱର,୭।୧୨(ବ୍ୟୁରୋ)-ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମୋ-ବସ ଚଳାଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାତିଲ କରାଯାଇଛି। ଏ ନେଇ ସୋମବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟୁଇଟ କରି…
ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ
ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଲୋକାୟୁକ୍ତ ତାଙ୍କ ଠକେଇ ମାମଲାର ତଦନ୍ତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ଲୋକାୟୁକ୍ତଙ୍କୁ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ହେବା ପରେ…
ରାୟଗଡ଼ାରେ ଏସ୍ଟିଏଫ୍ ଟିମ୍ର ଚଢ଼ାଉ: କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ
ରାୟଗଡ଼ା ଅଫିସ,୭ା୧୨-ଓଡ଼ିଶା କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍(ସ୍ପେଶାଲ୍ ଟାସ୍କ ଫୋର୍ସ) ସୋମବାର ରାୟଗଡ଼ା ଜିଲାରୁ ବିପୁଳ ପରିମାଣର ମୂଲ୍ୟବାନ୍ ରତ୍ନପଥର ଜବତ କରିଛି। ରାୟଗଡ଼ା ସହରସ୍ଥିତ ଜଗନ୍ନାଥ କମ୍ପ୍ଲ୍ଲେକ୍ସର ଏକ ଘରେ ରତ୍ନପଥର ଗଚ୍ଛିତ ଥିବା ଏବଂ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା…
ରାଜ୍ୟରେ ସୁସ୍ଥ ହେଲେ ୬୦୭ କରୋନା ଆକ୍ରାନ୍ତ: ମୟୂରଭଞ୍ଜରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୬୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ନୂଆପଡାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୋଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ…
ଆସନ୍ତାକାଲି ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ
ଭୁବନେଶ୍ୱର,୭।୧୨(ବ୍ୟୁରୋ)-ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମଙ୍ଗଳବାର ସମସ୍ତ ସରକାରୀ ଅଫିସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବନ୍ଦ ସମୟରେ ଅନ୍ୟ ଅତ୍ୟାବଶ୍ୟକୀୟ ଜରୁରୀ ସରକାରୀ ସେବା…
ଜାନୁଆରୀ ୨କୁ ଘୁଞ୍ଚିଲା OCS ମେନ୍ ପରୀକ୍ଷା
ଭୁବନେଶ୍ୱର,୭।୧୨(ବ୍ୟୁରୋ)-ଆସନ୍ତାକାଲି ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା (OCS) ମେନ ପରୀକ୍ଷାକୁ ଜାନୁଆରୀ ୨ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଓଡିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ ଓପିଏସସି ପକ୍ଷରୁ କୁହାଯାଇଛି,…
Archives


