ରାଜ୍ୟ

ଓଡ଼ିଶାରେ ୭୦ ଲକ୍ଷ ଟପିଲା କୋଭିଡ୍‌ ଟେଷ୍ଟ

ଭୁବନେଶ୍ୱର,୧ା୧- ରାଜ୍ୟରେ କୋଭିଡ୍‌ ଟେଷ୍ଟ ସଂଖ୍ୟା ଶୁକ୍ରବାର ୭୦ ଲକ୍ଷ ପାର କରିଛି। ଏ ନେଇ ଟୁଇଟର ଯୋଗେ ସୂଚନା ଦିଆଯାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୭୦,୦୫,୨୫୧ ଟେଷ୍ଟ କରାଯାଇଥିବାବେଳେ ୩,୨୯,୮୮୬ ପଜେଟିଭ ଚିହ୍ନଟ…

ଖଳାରେ ପଶି ଧାନ ଖାଇଗଲେ ହାତୀ

ତେଲକୋଇ,୧ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନ ଛାମୁଣ୍ଡା ପଞ୍ଚାୟତର ଗୋଳାବନ୍ଧ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି। ଗୁରୁବାର ବିଳମ୍ବିତ ରାତିରେ ୧୫ରୁ ଊଦ୍ଧର୍‌ବ ହାତୀ ଚାଷୀ ହୀରାଲାଲ ସାହୁ ଓ ପୁରୁଷୋତ୍ତମ ସାହୁଙ୍କ ଖଳାରେ ପଶି ଅମଳ ହୋଇଥିବା ୧୦୦ରୁ…

ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

ଚିତ୍ରଡ଼ା,୧ା୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମ ଦେହୁରୀ। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଅପରାହ୍ନ ୫ଟାରେ…

ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି ଫେରୁଥିବା ବେଳେ ବିଲ ମଝିରେ ଛକି ବସିଥିବା ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ…

ରାଜ୍ୟରେ ସୁସ୍ଥ ହେଲେ ୩୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧- ରାଜ୍ୟରେ ଶୁକ୍ରବାର ୩୦୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।  ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୭୩୩ରେ ପହଞ୍ଚିଛି।ସୁନ୍ଦରଗଡ଼ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୮ ଜଣ। ସେହିଭଳି ଅନୁଗୁଳରୁ ୪୧, ନୂଆପଡ଼ାରୁ ୨୭,…

ଦର୍ଶନରେ କଟକଣା, ଭକ୍ତଙ୍କ ମନଉଣା

ସମ୍ବଲପୁର,୧।୧(ବ୍ୟୁରୋ): ପ୍ରତିବର୍ଷ ଜାନୁୟାରୀ ୧ ତାରିଖରେ ଶ୍ରଦ୍ଧାଳୁମାନେ ମନ୍ଦିର ଓ ଦେବାଳୟରେ ଠାକୁରଙ୍କୁ ଦର୍ଶନ କରି ନୂତନ ବର୍ଷ ପାଳନ କରିଥାନ୍ତି। ହେଲେ ଚଳିତବର୍ଷ କୋଭିଡ୍‌-୧୯ ଯୋଗୁ ସମ୍ବଲପୁର ସହରର ବିଭିନ୍ନ ମନ୍ଦିରରେ ଦର୍ଶନ ଲାଗି କଟକଣା ଲଗାଯାଇଛି। ସେହିପରି ସମ୍ବଲପୁରର…

ପୁଅକୁ ଟାଙ୍ଗିଆରେ ହାଣିଲା ବାପା

ବଡଗାଁ,୧।୧(ଡି.ଏନ୍‌.ଏ.): ନୂତନ ବର୍ଷ ନେଇ ସବୁଠି ଉତ୍ସାହ ଭରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ରନଗାଁ ଗ୍ରାମରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା । ଶୋଇଥିବା ବେଳେ ପୁଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବାପା।…

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା ଏହି ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ…

ଶନିବାରଠାରୁ ଡ୍ରାଏ ରନ

ଭୁବନେଶ୍ୱର,୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ ଟିକାକରଣର ଡ୍ରାଏ ରନ ଶନିବାର ହେବ । ପ୍ରକୃତ ଟିକା ଆସିବା ପରେ ଲୋକଙ୍କୁ କିପରି ସୁରୁଖୁରୁରେ ଦିଆଯିବ, ତାର ପୂର୍ବ ଅଭ୍ୟାସ କରାଯିବ। ଏ ନେଇ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା ଡିଏମ୍‌ଇଟି ସିବିକେ ମହାନ୍ତି…

ଏଣିକି ମିସ୍‌ କଲରେ କରିପାରିବେ ଗ୍ୟାସ୍‌ ରିଫିଲିଂ

ଭୁବନେଶ୍ୱର, ୧।୧(ବ୍ୟୁରୋ): ଏଣିକି ଗୋଟିଏ ମିସ୍‌ କଲରେ ଏଲ୍‌ପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେକୌଣସି ଗ୍ରାହକ…

ଗଡ଼ିଲା ଆଉ ୮୪ଟି ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ୱର, ୧।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାରଠାରୁ ଗଡ଼ିଲା ଆଉ ୮୪ଟି ନୂଆ୧୦୮ ଆମ୍ବୁଲାନ୍ସ । ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ଏହି ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଛନ୍ତି । ନିଜସ୍ବ ପାଣ୍ଠିରେ…

ବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ପୁରୀ, କେନ୍ଦ୍ରାପଡ଼ା ଜିଲାପାଳ

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟ ସରକାର ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର ସଚିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri