ଭୂତଳ ଜଳ ସ୍ଥିତି ସଙ୍ଗିନ
ଭୁବନେଶ୍ୱର,୨।୪(ବ୍ୟୁରୋ):ରାଜ୍ୟରେ ତାତି ବଢ଼ିଚାଲିଛି। ପ୍ରତ୍ୟେକ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏକ ଶୁଷ୍କ ପରିବେଶ ସୃଷ୍ଟି କରୁଛି। ବିଭିନ୍ନ ଜିଲାରେ ଜଳକଷ୍ଟ ଦେଖାଦେଉଛି। ଆବଶ୍ୟକ ପରିମାଣ ବର୍ଷା ନ ହେବା ଓ ଜଳାଶୟ ଲୋପ ପାଇଯାଉଥିବା କାରଣରୁ ଭୂତଳ ଜଳ ତଳକୁ…
ଆଭ୍ୟନ୍ତରୀଣ ଓଡ଼ିଶାକୁ ନାହିଁ ନିସ୍ତାର: ୪୦ ଡିଗ୍ରୀ ଉପରେ ୧୫ ସହର
ଭୁବନେଶ୍ୱର,୨ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତତଲା ତାଓ୍ବାରେ ସାରା ଓଡ଼ିଶା ସିଝୁଛି। ପାରଦ ଉପରମୁହାଁ ହୋଇଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଡେଇଁଯାଉଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ତାତି। ବାହାରେ…
ସ୍ବତନ୍ତ୍ର ଓଡ଼ିଶାର ଦୃଢ଼ ସମର୍ଥକ ଥିଲେ ଗାନ୍ଧୀ: ନବୀନ
ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ,୨ା୪: ଅହିଂସାର ପୂଜାରୀ ଭାବେ ମହାତ୍ମା ଗାନ୍ଧୀ ସାରା ବିଶ୍ୱକୁ ନୂତନ ଦିଗ୍ଦର୍ଶନ ଦେଇଯାଇଛନ୍ତି। ଆଜିର ଦୁନିଆରେ ତା’ର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି। ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ୮ଥର ଓଡ଼ିଶା ଆସିଥିଲେ। ଓଡ଼ିଶାର ବିଭିନ୍ନ…
୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪କୋଟି
ଭୁବନେଶ୍ୱର, ୨ା୪(ବ୍ୟୁରୋ):୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘କାଳିଆ’ ଯୋଜନାରେ ୪ର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନ କରିଛନ୍ତି। ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ୩୪ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ…
ସରକାର ହିଁ ଶେଷ ଆଶା
ତାଳଚେର,୨ା୪ (ନି.ପ୍ର.) ମାର୍ଚ୍ଚ ୩୧ରେ ସମସ୍ତ ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇଯାଇଛି ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍)। ଫଳରେ ଓଡ଼ିଶାକୁ ଦୈନିକ ୪୬୦ ମେଗାଓ୍ବାଟ୍ ବିଦ୍ୟୁତ୍ କ୍ଷତି ସହିବାକୁ ପଡ଼ୁଥିବାବେଳେ ଜୀବିକା ହରାଇଛନ୍ତି ସହସ୍ରାଧିକ ଶ୍ରମିକ।…
ମାଛଧରାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା
ବାରିପଦା ଅଫିସ,୧ା୪- ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତ ଧାନଶୋଳ ଗ୍ରାମରେ ମାଛଧରାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସନ୍ତୋଷ ଭକ୍ତା। ଏନେଇ ପୋଲିସ ଏକ ମାମଲା(ନଂ.୧୦୬/୨୧) ରୁଜୁ କରି…
ଯୁବତୀଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ
ଝାରସୁଗୁଡ଼ା ଅଫିସ୍,୧।୪: ଝାରସୁଗୁଡ଼ା ଜିଲା ସେସନ୍ସ ଜଜ୍ ହର ପ୍ରସାଦ ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ବିଚାର କରି ୩ ଅଭିଯୁକ୍ତ ରମାକାନ୍ତ ନାୟକ, ପ୍ରକାଶ ନାୟକ ଓ ବାବୁଲ ମିର୍ଦ୍ଧାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ…
ଉଲଗ୍ନ କରି ଚଲାଇଲେ ରାସ୍ତାରେ
ସାରସକଣା,୧ା୪- ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆଠାରେ ଏମ୍ଜିଏନ୍ଆର୍ଇଜିଏସ୍ ପୋଖରୀ ଖନନକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣକାରୀମାନେ ତାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଇଥିବା ଅଭିଯୋଗ ହୋଇଛି। ଏ ଘଟଣାରେ ପୋଲିସ ୬…
ପରୀ ହତ୍ୟା ପ୍ରସଙ୍ଗ: ସରପଞ୍ଚ ସୌମ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ନୟାଗଡ଼ ଅଫିସ,୧।୪: ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବହୁ ଚର୍ଚ୍ଚିତ ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ୧୬ ୱାର୍ଡମ୍ବେରଙ୍କ ମଧ୍ୟରୁ ୧୩ଜଣ…
ହୀରାକୁଦରେ ବୋଟିଂ
ସମ୍ବଲପୁର,୧ା୪(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବୋଟିଂ ସେବା ଆରମ୍ଭ ହୋଇଛି। ଗୁରୁବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ସେବାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ମିଶ୍ର କହିଥିଲେ, ରାଜ୍ୟ ସରକାର ପର୍ଯ୍ୟଟନ…
ଘରୁ ମିଳିଲା ମା’ଝିଅଙ୍କ ମୃତଦେହ
ନାକଟିଦେଉଳ,୧ା୪: ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦଖିବାକୁ ମିଳିଛି। ଘର ଭିତରୁ ମା’ଝିଅଙ୍କ ମୃତଦେହ କିସିଣ୍ଡା ପୋଲିସ ଜବତ କରିଛି। ମୃତକ ହେଲେ ସୁଜାତା ପଟେଲ (୪୦) ଓ ତାଙ୍କ ନବମ ଶ୍ରେଣୀରେ…
ବସ୍ ଚକ ତଳେ ଜୀବନ ଗଲା
ଖଣ୍ଡପଡ଼ା,୧ା୪: ସାମାନ୍ୟ ଅସାବଧାନତା ଯୋଗୁ ବସ୍ ଚକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଖଣ୍ଡପଡା-ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଖଣ୍ଡପଡ଼ା ଥାନା ଅଧୀନ ବୋଦସା ନୂଆସାହି…
Archives


