ରାଜ୍ୟ

ଅଚ୍ୟୁତଙ୍କୁ ୫୦ତମ ଡକ୍ଟରେଟ୍‌ ଡିଗ୍ରୀ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷାବିତ୍‌, ସାମାଜିକ କର୍ମୀ, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‌ ଡିଗ୍ରୀ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର…

ପ୍ରସ୍ତୁତ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବିଦେଶରେ କରୋନାର ନୂଆ ଭାରିଆଣ୍ଟ ବ୍ୟାପୁଛି। ଏବେ ଚାଇନାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌.୭ ଭୂତାଣୁ ଭାରତରୁ ମଧ୍ୟ ମିଳିଛି। ତେବେ ଓଡ଼ିଶାରୁ ଏଥିରେ ଜଣେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ…

ଫାର୍ମରେ ବିଦ୍ୟୁତ ସଂଯୋଗ ଲାଗି ନେଉଥିଲେ ଲାଞ୍ଚ, ଲାଇନ୍‌ ମ୍ୟାନ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ

ପିପିଲି,୨୩।୧୨(ଡି.ଏନ୍‌.ଏ.): ପୁରୀ ଜିଲା ପିପିଲିର ଭାରତୀପୁର ବିଦ୍ୟୁତ୍‌ ସେକ୍ସନରେ ଲାଇନ ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ମାନସ ରଞ୍ଜନ ସାହୁ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ମାନସ ଜଣେ ବ୍ୟକ୍ତିଙ୍କଠାରୁ ୭, ୫୦୦ଟଙ୍କା ନେଉଥିବା…

‘କରୋନାର ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍‌’

ଭୁବନେଶ୍ୱର, ୨୩।୧୨(ବ୍ୟୁରୋ): ଓଡ଼ିଶାରେ କରୋନାର ନୂଆ ଭାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିଏଫ୍‌-୭ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଏହାକୁ କିପରି ମୁକାବିଲା କରାଯିବ ତାକୁ ନେଇ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି।…

ରାଜ୍ୟରେ ପୂରଣ ହେବ ୪,୭୯୦ କନଷ୍ଟେବଳ ପଦବୀ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଓଡ଼ିଶାରେ ପୋଲିସରେ ଖାଲି ଥିବା କନେଷ୍ଟବଳ ପଦବୀ ମଧ୍ୟରୁ ୪,୭୯୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ୪ଟି ପର୍ଯ୍ୟାୟରେ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କନଷ୍ଟେବଳମାନଙ୍କୁ…

ବାଘ ଚମଡ଼ା ଜବତ, ହାତୀ ମୃତ୍ୟୁ ମାମଲା: ସିସିଏଫ୍‌ର ତଦନ୍ତ ଆରମ୍ଭ

ବାରିପଦା ଅଫିସ,୨୩ା୧୨: ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିକାର ହୋଇଥିବା ମହାବଳ ବାଘ ଚମଡ଼ା ଜବତ ଘଟଣାରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ କାର୍ଯ୍ୟାଳୟର ସିସିଏଫ୍‌ ଟିମ୍‌ ଶୁକ୍ରବାର ତଦନ୍ତ ପାଇଁ ମୟୂରଭଞ୍ଜ ଆସିଛନ୍ତି। ପ୍ରତିନିଧି ଦଳ ବିଭିନ୍ନ…

ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା,୨୩।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ବୁଲିବାକୁ ଆସିଥିବା ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହେଲେ ରୁଷିଆର ଭ୍ଲାଡ଼ିମିର ବିଦାନୋଭ(୬୨)। ଗତ ୨୧ ତାରିଖରେ ବିଦାନୋଭ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ଗାଇଡ ଜିତେନ୍ଦ୍ର ସିଂଙ୍କ କହିବା…

୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଡିସେମ୍ବର ୨୭ ଏବଂ ୨୮ ଦୁଇ ଦିନ ନଡ୍ଡା ଓଡ଼ିଶାରେ ରହିବେ। ପୁରୀ ଏବଂ କନ୍ଧମାଳ ଲୋକସଭା କ୍ଷେତ୍ରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ…

ଗିରଫ ହେଲେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ବହୁ ଚର୍ଚ୍ଚି ମହିଳା ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ଇଡି। ବେଆଇନ୍‌ ଅର୍ଥ କାରବାର ମାମଲାର ପ୍ରମାଣ ପାଇବା ପରେ ଇଡି ଶୁକ୍ରବାର ଜଗବନ୍ଧୁଙ୍କୁ ଗିରଫ କରିଛି। ତେବେ ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ…

ଶୀତରେ ଥରୁଛି ଜି.ଉଦୟଗିରି, ତାପମାତ୍ରା ରହିଛି…

ଜି.ଉଦୟଗିରି,୨୩ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହରରେ ଏକ ସପ୍ତାହ ହେବ ଶୀତର ଲହରି ଜାରିରହିଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋମବାର ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଛି…

‘ଓଡ଼ିଶାର ପିଲାମାନେ କାହାଠାରୁ କମ୍‌ ନୁହନ୍ତି’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପ୍ରତିଯୋଗିତାମୂଳକ ମନୋଭାବ ନେଇ ଆଗକୁ ବଢ଼, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ’ ଆଶୀର୍ବାଦ ତୁମ ସାଥୀରେ ରହିଛି ବୋଲି ଶୁକ୍ରବାର ସର୍ଗିଫୁଲ ମହୋତ୍ସବର ଉଦ୍‌ଯାପନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏସ୍‌ସିଏସ୍‌ଟି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ…

ହକି ବିଶ୍ୱକପ୍‌: ୧୮ ଜଣିଆ ଟିମ୍‌ ଘୋଷଣା, ହରମନ୍‌ପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଏହାପୂର୍ବରୁ ହକି ଇଣ୍ଡିଆ ଶୁକ୍ରବାର ୧୮ ଜଣିଆ ଟିମ୍‌ ଘୋଷଣା କରିଛି। ହରମନ୍‌ପ୍ରୀତ ସିଂଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଅମିତ ରୋହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri