ଆସନ୍ତା ୨୯ରୁ ଯୁକ୍ତଦୁଇ ଆବେଦନ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ମେ’ ୨୯ରୁ ଯୁକ୍ତଦୁଇ ନାମ ଲେଖା ପାଇଁ ଆବେଦନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୯ରୁ କ୍ଲାସ୍ ଆରମ୍ଭ ହେବ। ଏସ୍ଏମ୍ଏସ୍ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଛାତ୍ରୀଛାତ୍ର।…
୬ ରାଜସ୍ବ କର୍ମଚାରୀ ନିଲମ୍ବିତ
ନୟାଗଡ଼ ଅଫିସ,୨୫ା୫: ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ବେଆଇନ ଖଣି ଖନନ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଗୁରୁବାର ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଖଣ୍ଡପଡ଼ା ତହସିଲରେ କାର୍ଯ୍ୟରତ…
ଜଳୁଛି ରାଜଧାନୀ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗୁରୁବାର ରାଜଧାନୀ ଭୁବନେଶ୍ୱର ଜଳୁଛି। ସକାଳ ୮ଟାରୁ ତାତି ବଢ଼ି ସାଢ଼େ ୧୧ଟା ସୁଦ୍ଧା ଏହା ୩୯.୨ ଡିଗ୍ରୀରେ ପହଞ୍ଚିଥିଲା। ଖାଲି ଭୁବନେଶ୍ୱର ନୁହେଁ ସମ୍ବଲପୁରରେ ମଧ୍ୟ ତାପମାତ୍ରା ୩୯.୨…
ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ
ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ସାରା ଗ୍ରାମରେ। ଏହି ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓ ତାଙ୍କ ସ୍ତ୍ରୀ ଉର୍ମିଳା…
ଫୌଜଦାରି ମାମଲା ବିଚାରାଧୀନ ଥିଲେ ମିଳିବନି ପଦୋନ୍ନତି: ହାଇକୋର୍ଟ
କଟକ ଅଫିସ,୨୫ା୫: କୌଣସି ସରକାରୀ ଅଧିକାରୀ ବା କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବା ଅନ୍ୟ ଫୌଜଦାରି ମାମଲା ବିଚାରାଧୀନ ଥିଲେ ତାଙ୍କୁ ନିୟମିତ ବା ଅସ୍ଥାୟୀ ପଦୋନ୍ନତି ଦିଆଯାଇପାରିବ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଓ ବିଚାରପତି ଗୌରୀଶଙ୍କର…
୯ ହସ୍ତତନ୍ତ, ୩ ହସ୍ତଶିଳ୍ପ ଉତ୍ପାଦକୁ ମିଳିଛି ଜିଆଇ ଟ୍ୟାଗ୍
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରାଜ୍ୟରେ ହସ୍ତତନ୍ତ ଉତ୍ପାଦନ ୪୧୦.୩୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ହସ୍ତଶିଳ୍ପର ବାର୍ଷିକ କାରବାର ୧୪୫.୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୩ରେ ବିଭାଗ ଦ୍ୱାରା ରୂପାନ୍ତରିତ ଦେୟ ବାବଦକୁ ବୁଣାକାରମାନଙ୍କୁ ୧୪୬.୪୦କୋଟି ଟଙ୍କା ପ୍ରଦାନ କରାଯାଇଛି। ବୟନିକାର…
ପେପରଲେସ୍ ଡିଏଲ୍, ଆର୍ସିରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ୫-ଟି ପଦକ୍ଷେପ ସ୍ବରୂପ ଆବେଦନକାରୀଙ୍କୁ ଡିଏଲ୍ ଓ ଆର୍ସି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ପେପରଲେସ୍ (କାଗଜବିହୀନ) ଓ ଅସୁବିଧାମୁକ୍ତ କରିବା ଦିଗରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ୨୦୧୯ ସେପ୍ଟେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ଗୁଡ଼ିକୁ ଦଲାଲମୁକ୍ତ…
ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା
କଟକ ଅଫିସ,୨୫ା୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଢାଞ୍ଚା ପୁଣି ପରିବର୍ତ୍ତନ କରାଯାଇଛି। ଚଳିତ ଶିକ୍ଷାବର୍ଷଠାରୁ ଦୁଇଟି ସମ୍ମେଟିଭ ପରୀକ୍ଷା ବଦଳରେ ବର୍ଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ। ଅର୍ଥାତ୍ ମାଟ୍ରିକ ପରୀକ୍ଷାର୍ଥୀ ଗୋଟିଏ ଥରରେ ୬୦୦…
ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା
ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର ବ୍ରାହ୍ମମୁହୂର୍ତ୍ତରେ ଦେବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସ୍ବମନ୍ଦିରରୁ ବୁଧବାର ରାତିରେ ମହାଦେବ ବରଯାତ୍ରୀ…
ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ଯୋଗ ଦେବ ବିଜେଡି
ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫(ବ୍ୟୁରୋ): ଦିଲ୍ଲୀରେ ନୂଆ ସଂସଦ ଭବନ ଉଦ୍ଘାଟନ ଉତ୍ସବରେ ବିଜେଡି ଯୋଗ ଦେବ। ମେ’ ୨୮ରେ ନୂଆ ସଂସଦ ଭବନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଉତ୍ସବରେ ବିଜେଡି ସାମିଲ ହେବ ବୋଲି ବୁଧବାର ଏକ ପ୍ରେସ୍ ରିଲିଜ…
ଏଣିକି ପ୍ରତି ପଞ୍ଚାୟତକୁ ଗଡ଼ିବ ମୋ’ ବସ୍
ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟର ଅନେକ ଅଞ୍ଚଳ ରହିଛି, ଯେଉଁଠିକି ଯୋଗାଯୋଗର କୌଣସି ମାଧ୍ୟମ ନାହିଁ। ତେଣୁ ଉକ୍ତ ଅଞ୍ଚଳର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସମସ୍ୟା ଦୂର ହେବାକୁ ଯାଉଛି। ପ୍ରତି ଗାଁକୁ ମୋ’ ବସ୍ ଚଳାଚଳ କରିବାକୁ…
ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍ ୧ ପର୍ଯ୍ୟନ୍ତ ଫର୍ମଫିଲପ୍ କରାଯିବ। ଇଚ୍ଛୁକ ଥିବା ଛାତ୍ରୀଛାତ୍ର ଫର୍ମଫିଲପ୍ କରି ପରୀକ୍ଷା ଦେଇପାରିବେ।…
Archives


