ଓଡ଼ିଶାରେ ଆରମ୍ଭ ହେବ ‘ୱାନ୍ ହେଲ୍ଥ’ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୭ା୧୦(ଅସମାପିକା ସାହୁ): ଓଡ଼ିଶାରେ ୱାନ୍ ହେଲ୍ଥ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଦ୍ୱାରା ପ୍ରସ୍ତାବିତ ଏହି କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଆଧାରରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।…
ସ୍ତନ କର୍କଟ ଭଲ କରିବ ନିମ୍ବପତ୍ର
ଭୁବନେଶ୍ୱର, ୭।୧୦(ଅସମାପିକା ସାହୁ): ନିମ୍ବପତ୍ର ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସରକୁ ମୂଳପୋଛ କରିପାରିବ। କ୍ୟାନ୍ସର ଷ୍ଟେମ୍ ସେଲ୍କୁ ନିମ୍ବପତ୍ରରୁ ପ୍ରସ୍ତୁତ ଔଷଧ ମାରିଦେବ। ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍ର ଏଭଳି ଗୁଣ ଥିବା ନେଇ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍ଏସ୍) ଭୁବନେଶ୍ୱର ଦାବି…
ପ୍ରତ୍ୟେକ ହକି ଖେଳାଳିଙ୍କୁ ମିଳିବ ୫ ଲକ୍ଷ
ଭୁବନେଶ୍ୱର,୭ା୧୦(ଅନିଲ ଦାସ): ଚାଇନାରେ ଅନୁଷ୍ଠିତ ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରତ୍ୟେକ ଖେଳାଳି ଏବଂ ଦଳର ଅନ୍ୟ ସହଯୋଗୀଙ୍କ ପାଇଁ…
ଲୋକ ସଭା ନିର୍ବାଚନ ଲଢ଼ିବି
ଭୁବନେଶ୍ୱର, ୭।୧୦(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରୁ ଲୋକ ସଭା ନିର୍ବାଚନ ଲଢ଼ିବି। ଏଥିଲାଗି ଅନୁମତି ଦେବା ପାଇଁ ଦଳ ପାଖରେ ଅନୁରୋଧ କରିଥିବା ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେବା ଅବସରରେ କହିଛନ୍ତି। ଧର୍ମେନ୍ଦ୍ର…
ନବଜାତଙ୍କ ଗୋଡରେ ଲାଗିବ ଟ୍ୟାଗ୍
ଭୁବନେଶ୍ୱର,୬।୧୦: କ୍ୟାପିଟାଲ ହସ୍ପିଟାଲ ଛୁଆ ଅଦଳବଦଳ ଅଭିଯୋଗ ଘଟଣା ପରେ ଏବେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ନବଜାତକଙ୍କ ଗୋଡରେ ଟ୍ୟାଗ ଲଗାଯିବ। ଅନ୍ୟପକ୍ଷେ ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଲେ ଶିଶୁଙ୍କ ବାପାଙ୍କ ବିରୋଧରେ ମାନହାନୀ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ୫-ଟି ସଚିବ, ଡିସେମ୍ବର ସୁଦ୍ଧା ଶେଷ ହେବ ଶ୍ରୀସେତୁ, ଜଗନ୍ନାଥବଲ୍ଲଭ ପାର୍କିଂ ସେଣ୍ଟର କାର୍ଯ୍ୟ
ଭୁବନେଶ୍ୱର,୬ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପୁରୀ ଗସ୍ତରେ ଯାଇଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସଚିବ ଅଧିକାରୀ ଏବଂ ଏଜେନ୍ସିମାନଙ୍କୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ…
ଭଉଣୀଙ୍କୁ ଗୁଳିକରି ହତ୍ୟା କଲେ ଭାଇ
କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ସୋମଗିରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟିଥିବା ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜ ଭଉଣୀକୁ ଗୁଳି ମାରି ହତ୍ୟା କରିବା ପରେ…
ରେଫର ନ କରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରକୁ ପଠାଇଲେ, ମୃତ୍ୟୁ ପରେ ଉତ୍ତେଜନା
ନୟାଗଡ଼,୬ା୧୦(ଲୋକନାଥ ମିଶ୍ର): ରେଫର ନ କରି ଜଣେ ଦୁର୍ଘଟଣା ରୋଗୀଙ୍କୁ ଡାକ୍ତର ଘରକୁ ପଠାଇଦେଲେ। ତେବେ ଉକ୍ତ ରୋଗୀଙ୍କ ମୃତ୍ୟୁ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ସାଗେରି ମହାପାତ୍ର (୫୫)। ନୟାଗଡ଼ ଜିଲା ଶରଣକୁଳ…
ଚିତ୍ତରଞ୍ଜନ ତ୍ରିପାଠୀ ଏନ୍ଏସ୍ଡି ନିର୍ଦ୍ଦେଶକ
ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନ୍ୟାଶନାଲ ସ୍କୁଲ୍ ଅଫ୍ ଡ୍ରାମା (ଏନ୍ଏସ୍ଡି)ର ନିର୍ଦ୍ଦେଶକ ଭାବେ ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଛି। ତାଙ୍କ ଘର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲିରେ। ସେ କେବଳ ଜଣେ ଅଭିନେତା ନୁହନ୍ତି, ସିନେ ନିର୍ଦ୍ଦେଶକ, ଲେଖକ ଓ ସଙ୍ଗୀତ…
ଡିଏନ୍ଏ ରିପୋର୍ଟ: ପୁଅ ନୁହେଁ, ଝିଅ ହୋଇଥିଲା
ଭୁବନେଶ୍ୱର,୬ା୧୦(ସତ୍ୟଜିତ୍ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାର ୯ଦିନ ପରେ ଗୁରୁବାର ସତ ପଦାକୁ ଆସିଛି। ଅଭିଯୋଗକାରୀ ପିତା ତଥା କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ବାସିନ୍ଦା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହିଁ ଜନ୍ମ…
ଗୁଣିଗାରେଡ଼ିକୁ ନେଇ ହତ୍ୟା: ମୁଖ୍ୟ ଅଭିଯୁକ୍ତ ପୁତୁରା ଗିରଫ
ଭବାନୀପାଟଣା/ଜୁନାଗଡ଼,୫।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଗତ ରବିବାର ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଫର୍ଦ୍ଦାଫାଶ କରିଛି ଜୁନାଗଡ଼ ପୋଲିସ। ଗୁଣି ଗାରେଡିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ…
ଓଡ଼ିଆ ଯବାନ ଶହୀଦ
କାମାକ୍ଷାନଗର,୫ା୧୦(ସୁଧୀର କୁମାର ପରିଡ଼ା)- ଉତ୍ତର ସିକିମ୍ର ଲୋନାକ ଲେକ୍ ଅଞ୍ଚଳରେ ମଙ୍ଗଳବାର ରାତିରେ ହୋଇଥିବା ବାଦଲଫଟା ବର୍ଷା ପରେ ତିସ୍ତା ନଦୀ ଅବବାହିକାରେ ଆସିଥିବା ବନ୍ୟାରେ ଭାସିଯାଇ ନିଖୋଜ ହୋଇଯାଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ (୨୯) ଶହୀଦ ହୋଇଯାଇଛନ୍ତି।…
Archives


