ରାଜ୍ୟ

ବଳରାମପୁରରେ ପୁଣି ଧସିଲା ବୈତରଣୀ ନଦୀବନ୍ଧ

ଝୁମ୍ପୁରୀ/ଦଶରଥପରୁ,୧୮ା୮(ସରୋଜ ନାୟକ/ମନୋଜ ପୃଷ୍ଟି): ପୁଣି ବୈତରଣୀ ନଦୀ ବନ୍ଧରୁ ପ୍ରାୟ ୫୦ ଫୁଟ୍‌ରୁ ଊର୍ଦ୍ଧ୍ୱ ନଦୀଗର୍ଭରେ ଲୀନ ହୋଇଯାଇଛି। ଫଳରେ ୩ ପଞ୍ଚାୟତର ଅଧିବାସୀଙ୍କ ମନରେ କୋକୁଆ ଭୟ ଖେଳିଯାଇଛି। ଏପରି ଅବସ୍ଥା ସୃଷ୍ଟି ହୋଇଛି ଦଶରଥପୁର ବ୍ଲକ୍‌ କମାରଡ଼ିହ ପଞ୍ଚାୟତସ୍ଥ…

ଗାଁ ସମସ୍ୟା ଜଣାଇଲେ କୁନି କଳାକାର

କୋରାପୁଟ,୧୭ା୮(ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଆୟୋଜିତ ୭୭ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ଫ୍ୟାନ୍‌ସି ଡ୍ରେସ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଖୁଣ ଅଭିନୟ ମାଧ୍ୟମରେ ନିଜ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଜଣାଇଛନ୍ତି ଜଣେ…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ବୁଗୁଡ଼ା,୧୭ା୮(କାଳିଚରଣ ଦାଶ): ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଦୁଖଦଃ ଘଟଣା ଘଟିଛି ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ। ମୃତ ଚାଷୀ ହେଲେ ସାନୁଜ…

ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର ଶମ୍ଭୁ ବଗର୍ତ୍ତୀ

କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଭବାନୀପାଟଣା ଟାଉନ ହଲ୍‌ଠାରେ ଗୁରୁବାର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିଲ୍‌ ଟାଉନ ପରିସରରୁ ଏକ ବାଇକ୍‌ ଶୋଭାଯାତ୍ରା ହୋଇଥିଲା। ପରେ ସହରରେ ଥିବା…

କ୍ୟାଶ ଭ୍ୟାନ୍‌ରେ ଟଙ୍କା ଲୋଡ୍‌ ବେଳେ ଅଘଟଣ: ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ ଆହତ

ସୁନ୍ଦରଗଡ଼/ରାଜଗାଙ୍ଗପୁର,୧୭/୮(ଜୟନାରାୟଣ ମେଣ୍ଡୁଳି/ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବସ୍‌ଷ୍ଟାଣ୍ଡ ଡେଲି ମାର୍କେଟଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରେ ଗୁରୁବାର କ୍ୟାଶ ଭ୍ୟାନ୍‌ରେ ଟଙ୍କା ଲୋଡ୍‌ କରୁଥିବା ବେଳେ ଘଟିଛି ଅଘଟଣ। ସୁରକ୍ଷାକର୍ମୀଙ୍କ ଅସାବଧାନତା ଯୋଗୁ ବନ୍ଧୁକରୁ ଗୁଳି ଫୁଟି ୩ଜଣ ଆହତ…

ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା

ଟେନ୍‌ସା,୧୭ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗ୍ରାମ ନାଏକ ସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବୁଧବାର ରାତିରେ ବାପା ଗୋପୀନାଥ ନାଏକ ଓ ପୁଅ ସୁଶାନ୍ତ ନାଏକ (୩୨)ଙ୍କ ମଧ୍ୟରେ କୌଣସି କାରଣକୁ ନେଇ…

ଓଡ଼ିଆ ଭାଷାକୁ ଲୋକଙ୍କଠାରୁ ଦୂରେଇ ରଖିବା ପାଇଁ ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବିବାଦ ବଢାଇ ଚାଲିଥିବା ବେଳେ ବର୍ତ୍ତମାନ ଏବେ ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ସୀମାନ୍ତ ଗ୍ରାମବାସୀ…

ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ…

ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର,୧୭ା୮: ୨୦୨୪ ଫେବୃୟାରୀ ୧୪ରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମଥର…

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ପୁରୀ,୧୭ା୮(ଅଜିତ ମହାନ୍ତି): ଗୁରୁବାର ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା, ପାର୍ଶ୍ୱ ଦେବଦେବୀ ଓ ବିମଳା ମନ୍ଦିରରେ ଦର୍ଶନ କରିଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା…

ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେଲା କୋଣାର୍କ ଚକର ପ୍ରତିକୃତି

ଭୁବନେଶ୍ୱର,୧୭।୮(ଶର୍ମିଷ୍ଠା ପାଣିଗ୍ରାହୀ)କୋଣାର୍କର କଳା, ଭାସ୍କର୍ଯ୍ୟକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସେଫ୍‌ ବିକାଶ ଖାନ୍ନା। ଯେଉଁମାନେ କୋଣାର୍କ ଆସି ଏହାର ସୌନ୍ଦର୍ଯ୍ୟକୁ ଉପଲବ୍ଧି କରି ପାରିନାହାନ୍ତି ଏବେ ସେମାନେ ପ୍ରତିକୃତି ଦେଖି ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକଳାକୁ ଜାଣିପାରିବେ। ଏହି…

ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷୟିତ୍ରୀ ଶିକ୍ଷକ

ଭୁବନେଶ୍ୱର,୧୭।୮(ଅନୁରାଧା ମହାରଣା)ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri