କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍
କେନ୍ଦ୍ରାପଡ଼ା, ୪ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ରସାବଳିକୁ ସ୍ଥାନୀୟ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ) ଟ୍ୟାଗ୍ ମିଳିଛି। କେନ୍ଦ୍ରାପଡ଼ା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ ଓ ଅନ୍ୟ ସଙ୍ଗଠନ ପକ୍ଷରୁ ହୋଇଥିବା ଆବେଦନ (ନଂ. ୮୦୨/୨୩/୧୨/୨୦୨୧) ସଫଳ ହୋଇଛି।…
ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ
ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ…
ପ୍ରଶ୍ନକାଳ ଆରମ୍ଭରୁ ଗୃହ ମୁଲତବୀ
ଭୁବନେଶ୍ୱର,୩।୧୦: ବିଧାନସଭା ମୌସୁମୀ ଅଧିବେଶନରେ ବାରମ୍ବାର ଗୃହ ମୁଲତବୀ ହୋଇ ଚାଲିଛି। ବିରୋଧୀ ହେହୋହଲ୍ଲା ହଟ୍ଟଗୋଳରେ ଗୃହ କମ୍ପୁଛି । ମଙ୍ଗଳବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି । ବାଚସ୍ପତିଙ୍କ…
ମହାନଦୀ ବ୍ରିଜ୍ରେ ଝୁଲିରହିଛି ବସ୍
ଭୁବନେଶ୍ୱର, ୩।୧୦: ମହାନଦୀ ବ୍ରିଜରେ ଅଟକିଲା ବସ୍। ଟଳିଗଲା ଏକ ବଡ଼ ବିପଦ। ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ। ମଙ୍ଗଳବାର କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରେ ଏହିଭଳି ଘଟଣା ଘଟିଛି। ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ…
ଲୋକସେବା ଭବନରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୩।୧୦: ରାଜଧାନୀରେ ଥିବା ଲୋକସେବା ଭବନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଲୋକସେବା ଭବନର ପ୍ରଥମ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ପ୍ରଥମ ମହଲାରେ ରାଜସ୍ବ ବିଭାଗର କାର୍ଯ୍ୟାଳୟ ରହିଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ସୀତା ନଦୀ ପୋଲ ଉପରେ ୪ ଫୁଟ ପାଣି
ପାଟଣା,୩।୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ-ଘଟଗାଁ ବ୍ଲକ ଢେଙ୍କିକୋଟକୁ ସଂଯୋଗ କରୁଥିବା ରାସ୍ତାର ଚିନାମଳି ପଶି ପଞ୍ଚାୟତ ନୂଆପଡ଼ା ସୀତା ନଦୀ ପୋଲ ଉପରେ ମଙ୍ଗଳବାର ୪ ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାସ୍ତାରେ ଯାତାୟାତ…
ଏସ୍ସିବିରେ ଫାଟିଲା ପାଣି ପାଇପ୍, ରୋଗୀ ହନ୍ତସନ୍ତ
କଟକ,୩ା୧୦ (କାର୍ତ୍ତିକ ସାହୁ):ଏସ୍ସିବି ମେଡିକାଲରେ ଦୁଇ ଦିନ ଧରି ବିଦ୍ୟୁତ୍ ବିଭ୍ରାଟର କଷ୍ଟ ରୋଗୀଙ୍କୁ ଅତିଷ୍ଠ କରିଛି। ପୁଣି ସୋମବାର ପାଣିପାଇପ ଫାଟି ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ରୋଗୀ ତଥା ସେମାନଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି…
ବିକାଶ ଯାତ୍ରାରେ ବିରୋଧୀ ଖୁସି ନୁହନ୍ତି: ନବୀନ
ଭୁବନେଶ୍ୱର,୩ା୧୦(ଅନିଲ ଦାସ):ରାଜ୍ୟର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି। ଲୋକଙ୍କୁ ଭୁଲ୍ ଖବର ଦେବାରେ ସେମାନେ ଖୁସି ହୁଅନ୍ତି। ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କାମ କରିଥାନ୍ତି। ତେଣୁ ଜନତା ସବୁବେଳେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି। ସେମାନଙ୍କ ଜନବିରୋଧୀ…
ଦିବ୍ୟାଙ୍ଗ ପିଲାମାନେ ଅସମ୍ଭବକୁ ସମ୍ଭବ କରି ଦେଖାନ୍ତି : ଧର୍ମେନ୍ଦ୍ର
ଭୁବନେଶ୍ୱର,୩ା୧୦(ଅନିଲ ଦାସ): ଦିବ୍ୟାଙ୍ଗ ପିଲାମାନଙ୍କ ପ୍ରତିଭା କାହା ଠାରୁ କୌଣସି ଗୁଣରେ କମ୍ ନୁହେଁ । ସେମାନେ ଯାଦୁଗର ଭଳି ଅସମ୍ଭବ କଥାକୁ ସମ୍ଭବ କରି ଦେଖାଇଥାନ୍ତି । ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ‘ଦିବ୍ୟାଙ୍ଗଜନ ସ୍ବାଭିମାନ ସମ୍ମାନ ସମାରୋହ’ରେ ଯୋଗଦେଇ କେନ୍ଦ୍ର…
ପୋଲିସ ସହ ସଚେତନ କରୁଛି ‘ସାଇରା’
ଭୁବନେଶ୍ୱର,୩।୯(ସତ୍ୟଜିତ୍ ରାଉତ):ସଚେତନତା ମାଧ୍ୟମରେ ସାଇବର ଅପରାଧରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ‘ସାଇବର ସୁରକ୍ଷା ଅଭିଯାନ’ ଆରମ୍ଭ ହୋଇଛି। ଗତ ଶନିବାର ରାଜ୍ୟର ସବୁ ଜିଲା ପାଇଁ ୩୪ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବାବେଳେ ସେସବୁ ରଥ ସୋମବାରଠାରୁ…
ଡିଏନ୍ଏ ଟେଷ୍ଟ ପାଇଁ ନିଆଗଲା ନମୁନା
ଭୁବନେଶ୍ୱର,୩।୧୦(ସତ୍ୟଜିତ୍ ରାଉତ):ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ପିତା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ…
ବଦଳିଲେ ‘ସମ୍ବାଦ’ ସମ୍ପାଦକ
ଭୁବନେଶ୍ୱର,୩।୧୦(ଅନିଲ ଦାସ): ଦୈନିକ ଖବରକାଗଜ ‘ସମ୍ବାଦ’ର ଦୀର୍ଘ ବର୍ଷଧରି ସମ୍ପାଦକ ରହିଆସିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପଦବୀରୁ ରବିବାର ଅବ୍ୟାହତି ନେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ସେହି ସ୍ଥାନରେ ତାଙ୍କ ଝିଅ ତନୟା ପଟ୍ଟନାୟକ ସମ୍ପାଦକ…
Archives


