ରାଜ୍ୟ

‘ଓଡ଼ିଶା ମିଲେଟ୍‌ ମିଶନ ବିଶ୍ୱ ମଡେଲ’

ଭୁବନେଶ୍ୱର,୧୧।୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମିଲେଟ୍‌ସ ଆମ ଭାରତର ପାରମ୍ପରିକ ଖାଦ୍ୟ। ଶୁଷ୍କ ଅଞ୍ଚଳରେ ବହୁ କମ୍‌ ରାସାୟନିକ ସାର ବ୍ୟବହାରରେ ମିଲେଟ ଚାଷ ହୋଇଥାଏ। ଚାଉଳ ଓ ଗହମ ତୁଳନାରେ ଏଥିରେ ଅଧିକ ସୂକ୍ଷ୍ମ ପୋଷକତତ୍ତ୍ବ ରହିଛି ଏବଂ ପ୍ରୋଟିନ୍‌ର ମାତ୍ରା ମଧ୍ୟ…

୨୧ରେ ରାଷ୍ଟ୍ରପତିଙ୍କ ୨ଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର,୧୧ା୧୧(ବି.ଶଙ୍କର): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତା ୨୧ରେ ଦୁଇଦିନିଆ ସମ୍ବଲପୁର ଜିଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୨୧ରେ ରାଷ୍ଟ୍ରପତି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି କୁଳପତି ପ୍ରଫେସର ବଂଶୀଧର…

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ ଜଳିଗଲା, ୩୬ ଆହତ

ପାରାଦୀପ, ୧୦ା୧୧(ଶରତ ରାଉତ)କୋଲକାତାର ବାବୁଘାଟ ବସ୍‌ ଟର୍ମିନାଲରୁ ପାରାଦୀପ ଆସୁଥିବା ଏକ ଶତୀତାପ ନିୟନ୍ତ୍ରିତ ଯାତ୍ରୀବାହୀ ବସ୍‌ ‘ଶିବମ୍‌ ଟ୍ରାଭେଲ୍ସ’ ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଚଳନ୍ତା ଅବସ୍ଥାରେ ଜଳିଯାଇଛି। ପଶ୍ଚିମବଙ୍ଗର ଖଡ଼ଗପୁର ଥାନା ଅନ୍ତର୍ଗତ ମାଡ଼ପୁରଠାରେ ଏହି ଘଟଣା…

କୋଟିପତିି ଆୟୁର୍ବେଦ କଲେଜ ଅଧ୍ୟକ୍ଷ ଗିରଫ: ଆୟଠାରୁ ୧୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ଭୁବନେଶ୍ୱର,୧୦।୧୧ (ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢ଼ାଉରେ ସୁଦର୍ଶନଙ୍କ ବିପୁଳ ଆୟବହିର୍ଭୂତ ସମ୍ପତ୍ତି…

ଆଳୁ-ପିଆଜ ବୋଝେଇ ଗାଡିରେ ଆଣୁଥିଲେ ବ୍ରାଉନସୁଗାର

ଭୁବନେଶ୍ୱର,୧୦।୧୧(ସୂର୍ଯ୍ୟକାନ୍ତ ବେହେରା) : ଭୁବନେଶ୍ୱରରେ ଦୀର୍ଘଦିନ ଧରି ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ୨ ନିଶା ବେପାରୀଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ ଗ୍ରାହକ ସାଜି ଧରିବାରେ ସଫଳ ହୋଇଛି। ଏହାସହ ସେମାନଙ୍କଠାରୁ ୧ କେଜି ୧୨ ଗ୍ରାମ…

୧୫ରେ ଲଘୁଚାପ: ଉପକୂଳ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦ା୧୧(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ୧୫ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଡିପ୍‌ ଡିପ୍ରେସନ(ଅବପାତ)ରେ ପରିଣତ ହୋଇ ଉତ୍ତର ଦିଗକୁ ଗତିକରି ଓଡ଼ିଶା ଉପକୂଳମୁହାଁ…

ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ: ୭ଛେଳିକୁ ମାରିଲା

ରେଢ଼ାଖୋଲ,୧୦ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧୀନ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ମଙ୍ଗଳପୁର ଗ୍ରାମରେ ଗୁରୁବାର ୭ଟି ଛେଳିଙ୍କୁ ବାଘ ମାରି ଦେଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।…

ମାଲ ପରିବହନକୁ ନେଇ ତେଜିଲା ଆନ୍ଦୋଳନ

ଛତ୍ରପୁର,୧୦।୧୧(ଦିଲ୍ଲୀପ ସାମଲ): ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରୁ ଫେରୋକୋମ୍‌ ଏବଂ କ୍ରୋମାଇଟ ଖଣିଜର ମାଲ୍‌ ପରିବହନ ଟ୍ରକ ଦ୍ୱାରା ଯାଜପୁର, ଅନୁଗୋଳ, ତ୍ରିକୂଡ଼ା, ରାୟଗଡ଼ା ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ଯାଉଛି। ଏହାକୁ କଣ୍ଢେଇ ଟ୍ରାନ୍ସପୋର୍ଟକୁ ଦାୟିତ୍ୱ ଦିଆଯାଇଛି। ଏନେଇ କାଳିଆବାଲିସ୍ଥିତ…

କଂଗ୍ରେସରେ ଯୋଗଦେବେ ଜୟରାମ ପାଙ୍ଗି

କୋରାପୁଟ,୧୦।୧୧(ଅମିତାଭ ବେହେରା): ବରିଷ୍ଠ ବିଆର୍‌ଏସ୍‌ ନେତା ଜୟରାମ ପାଙ୍ଗି ନଭେମ୍ବର ୧୬ରେ କଂଗ୍ରେସରେ ଯୋଗଦେବା ନେଇ ସୋସିଆଲ ମିଡ଼ିଆରେ ଶୁକ୍ରବାର ପ୍ରକାଶ କରିଛନ୍ତି। ଜନତା ଦଳରୁ ବିଜେଡି ପରେ ଜୟରାମ ଭାଜପାରେ ସାମିଲ ହୋଇଥିଲେ । କିଛି ଦିନ ତଳେ ଭାଜପା…

ଓଡ଼ିଶାରେ ସେମିକଣ୍ଡକ୍ଟର ଭିଭିଭୂମିକୁ ବଡ଼ ସଫଳତା, ସିନୋପ୍‌ସିସ୍‌ ଇଣ୍ଡିଆର ବୈଷୟିକ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,୧୦/୧୧: ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଡିଜାଇନ ଅଟୋମେସନ (ଇଡିଏ) ଉପକରଣ ଅଗ୍ରଣୀ ଯୋଗାଣକାରୀ ସଂସ୍ଥା ସିନୋପ୍‌ସିସ୍‌ର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଦ୍‌ଘାଟନ କରିଛନ୍ତି । ପୂର୍ବ ଭାରତରେ ସିନୋପ୍‌ସିସର ଏହା ପ୍ରଥମ…

ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ, ସଫା କରିଦେଲେ ଦେଢ଼ କୋଟି

ଆଠଗଡ଼,୧୦।୧୧: ଦିନ ଦ୍ୱିପ୍ରହରରେ ଲୁଟି ନେଲେ ଟଙ୍କା ଭର୍ତ୍ତି ଭ୍ୟାନ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ଅଞ୍ଚଳରେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ତିଗିରିଆ ଥାନା ଗୋଡ଼ିଝରିଆ ନୂଆ ରାସ୍ତାରୁ ଏହି ଲୁଟ୍ ହୋଇଛି।…

ଧନତେରସରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ଠେଲାପେଲାରେ ୧୦ ଆହତ

ପୁରୀ,୧୦।୧୧: ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ମଙ୍ଗଳ ଆଳତି ସମୟରେ ଠେଲାପେଲା ହୋଇଛି। ଧନତେରସରେ ପ୍ରବଳ ଭିଡ଼ କାରଣରୁ ଠେଲାପେଲାରେ ୧୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ସୁରକ୍ଷାକର୍ମୀମାନେ ତୁରନ୍ତ ପୁରୀ ବଡ଼ ମେଡିକାଲରେ ଚିକିତ୍ସା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri